1. କୃଷି ଖବର

କମୁନିଟି ରେଡ଼ିଓ ...ଉଦ୍ଘାଟିତ ହେଲା ମିସନ ସି.ଆର୍.୩୧୪

ଗତ ଫେବୃଆରୀ ୧୩ ତାରିଖ ଦିନ କମୁନିଟି ରେଡ଼ିଓ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ଆଇ. ଆଇ .ଇ .ସି , ୟୁନିସେଫ୍ ,ଆଇ ଗି ଏସ ଏସ ଏସ ଙ୍କ ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ୨ ଦିନିଆ ନେସନାଲ କମୁନିଟି କର୍ମଶାଳା।

KJ Staff
KJ Staff
ଗତ ଫେବୃଆରୀ ୧୩ ତାରିଖ ଦିନ କମୁନିଟି ରେଡ଼ିଓ ଆସୋସିଏସନ୍ ଅଫ୍ ଓଡ଼ିଶା ଏବଂ ଆଇ. ଆଇ .ଇ .ସି , ୟୁନିସେଫ୍ ,ଆଇ ଗି ଏସ ଏସ ଏସ ଙ୍କ ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା ୨ ଦିନିଆ ନେସନାଲ କମୁନିଟି କର୍ମଶାଳା।
ଏହାକୁ ଉଦଘାଟନ କରିଥିଲେ କୃଷି ଏବଂ କୃଷକ ବିକାଶ ର ମୁଖ୍ୟ ସଚିବ ଡଃ ସୌରଭ ର୍ଗଗ,ଶ୍ରୀ କୃଷ୍ଣକର ପଟ୍ଟନାୟକ,ପୋଷଣ ବିଶେଷଜ୍ଞ , ୟୁନିସେଫ୍ ଓଡ଼ିଶା , ଅଇ.ଆଇ. ଇ. ସି ସହକାରୀ ନିର୍ଦେଶକ ଶ୍ରୀ ସୌରଭ ଭଟାଚାର୍ଜୀ; କ୍ରାଓ ମୁଖ୍ୟ ଶ୍ରୀମତୀ ଶର୍ମିଲା ପଟ୍ଟନାୟକ, ଆଇ ଆଇ ଏ ସି ନିର୍ଦେଶକ ଡଃ ଶିଶିର ଦାସ ଏବଂ କ୍ରାଓ ନେସନାଲ ପ୍ରେସିଡେଣ୍ଟ ଏନ୍. ଏ ସାହା ଅନ୍ସାରୀ । କର୍ମଶାଳା ରେ ଯୋଗ ଦେଇଥିଲେ ହାରାହାରି ପ୍ରାୟେ ୧୦୦ ଟି କମୁନିଟି ରେଡ଼ିଓ ର କର୍ମକର୍ତ୍ତା , ମିଡିଆ ଏବଂ ପଲିସି ମେକର୍ ।

ଏହି ଉଦ୍ଘାଟନ ରେ ଦୁଇଟି ମୁଖ୍ୟ ମିଶନ ଆରମ୍ଭ କରାଯାଇଥିଲା

୧) ଯାହାକି ଓଡ଼ିଶା ର ୩୧୪ ତୋ ବ୍ଲକ ରେ ୩୧୪ ଟି କମୁନିଟି ରେଡ଼ିଓ ଷ୍ଟେସନ ର ସ୍ଥାପନା କରିବାକୁ ପ୍ରୟାସ କରିବା ଲାଗି ଆରମ୍ଭ ହେଲା ମିଶନ ସି.ଆର୍୩୧୪

୨) କମୁନିଟି ରେଡ଼ିଓ ଫର୍ ଚେଞ୍ଜ ଦ୍ଵାରା ଶିଶୁ ମାନଙ୍କର ଅଧିକାର ଏବଂ କିଶୋର ମାନଙ୍କର ବିକାଶ ଓ କଲ୍ୟାଣ ଉପରେ ନିର୍ଦ୍ଧାରିତ ଥିଲା ।

କମୁନିଟି ରେଡ଼ିଓ ନିର୍ଦ୍ଧିଷ୍ଟ ସ୍ଥାନ ରେ କାର୍ଯ୍ୟ କରୁଥିବାରୁ ସେଠାକାର ବାସିନ୍ଦା ଙ୍କର ମନୋରଞ୍ଜନ କରିବା ସହ ସୂଚନା ସମ୍ପ୍ରସାରଣ ଏବଂ ବିକାଶ ଓ ଭାବନା ରେ ପରିବର୍ତ୍ତନ ଅନିପରିବାରିବ ବୋଲି କହିଲେ ଡଃ ସୌରଭ ର୍ଗଗ।

 


ସେହିପରି ଏହି ୨ ଦିନିଆ କର୍ମଶାଳା ରେ ବିଭିନ୍ନ ସମସ୍ୟା ର ସମାଧାନ ଖୋଜା ଯାଇଥିବା ବେଳେ ସହରାଞ୍ଚଳ ରେ ଜନସଂଖ୍ୟା ବୃଦ୍ଧି ଏବଂ ସାମାଜିକ ପରିବର୍ତ୍ତନ ଭଳି କେତୋଟି ବିଶେଷ ବିଷୟ ପରି ମଧ୍ୟ ଆଲୋଚନା କରାଯାଇଥିଲା।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments