1. କୃଷି ଖବର

Rishabh Pant Accident: କ୍ରିକେଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ହସ୍ପିଟାଲରେ ଭର୍ତ୍ତି

ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କ ସଡକ ଦୁର୍ଘଟଣା ହୋଇଛି ( rishabh pant car accident) । ଉତ୍ତରାଖଣ୍ଡ ରୁରକୀରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଋଷଭ ପନ୍ତ ।

Sudesna Nayak
Sudesna Nayak
cricketer rishabh pant car accident in roorkee seriously injured hospitalized

cricketer rishabh pant car accident in roorkee seriously injured hospitalized

ଭାରତୀୟ କ୍ରିକେଟର ଋଷବ ପନ୍ତଙ୍କ ସଡକ ଦୁର୍ଘଟଣା ହୋଇଛି ( rishabh pant car accident) । ଉତ୍ତରାଖଣ୍ଡ ରୁରକୀରେ ଦୁର୍ଘଟଣାର ଶିକାର ହୋଇଛନ୍ତି ଋଷଭ ପନ୍ତ (rishabh pant)

ସୂଚନା ଅନୁଯାୟୀ, ଟିମ୍ ଇଣ୍ଡିଆର ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ( rishabh pant car accident) ଗୁରୁତର । ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି ପନ୍ତ (rishabh pant)। ଦିଲ୍ଲୀରୁ ଫେରୁଥିବା ବେଳେ ତାଙ୍କ କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । କାରଟି ନିୟନ୍ତ୍ରଣ ବାହାରକୁ ପଳାଇଯିବାରୁ ଡିଭାଇଡରକୁ ଧକ୍କା ଦେଇଥିଲା । ପରେ କାରଟି ଜଳି ଯାଇଛି । ଏହି ଦୁର୍ଘଟଣା ମାଙ୍ଗାଲୋର କୋଟୱାଲୀର ଏନ.ଏଚ ୫୮ରେ ଘଟିଛି ।

ଋଷଭ ପନ୍ତ (rishabh pant)ଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ପନ୍ତଙ୍କ କାର ଦେଖିଲେ ଲାଗୁଛି ଏହି ଦୁର୍ଘଟଣା କେତେ ଭୟଙ୍କର ଥିଲା । ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା କ’ଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ତାଙ୍କୁ ଗୁରୁତର ଭାବେ ଆଘାତ ଲାଗିଥିବା କୁହାଯାଉଛି । ପନ୍ତଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଛି । ପନ୍ତଙ୍କ ଗୋଡ ଭାଙ୍ଗି ଯାଇଛି ବୋଲି ହିଁ ସୂଚନା ରହିଛି ।

ତେବେ ଋଷଭ ପନ୍ତ (rishabh pant)ଙ୍କ କାର ଡିଭାଇଡରରେ ପିଟି ହୋଇଛି । ଏହି ଦୁର୍ଘଟଣା ପରେ ତାଙ୍କ କାରରେ ଭୀଷଣ ନିଆଁ ଲାଗିଥିଲା । ଦୁର୍ଘଟଣା ପରେ ତୁରନ୍ତ ଋଷଭଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଡାକ୍ତରଙ୍କ କହିବା ମୁତାବକ, ଋଷଭ (rishabh pant)ଙ୍କ ଗୋଡରେ ଗମ୍ଭୀର ଆଘାତ ଲାଗିଛି । ତାଙ୍କର ପ୍ଲାଷ୍ଟିକ ସର୍ଜରୀ କରାଯିବ ।

ପ୍ରକାଶ ଥାଉ ଯେ, ଡାକ୍ତରମାନଙ୍କ କହିବା ଅନୁସାରେ ହିଁ, ଋଷଭ ପନ୍ତ (rishabh pant)ଙ୍କ କପାଳ ଓ ଗୋଡ଼ରେ ଆଘାତ ଲାଗିଛି । ସୂଚନା ପାଇବା ପରେ ଦେହାତ୍‌ର ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ସ୍ବପ୍ନା କିଶୋର ସିଂହ ଘଟଣାସ୍ଥଳରେ ପହଞ୍ଚିଥିଲେ। ‘ସକ୍ଷମ ହସ୍ପିଟାଲ୍‌’ର ଅଧ୍ୟକ୍ଷ ଡାକ୍ତର ସୁଶୀଳ ନାଗର କହିଛନ୍ତି ଯେ, ସମ୍ପ୍ରତି ଋଷଭ ପନ୍ତ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତାଙ୍କୁ ରୂଡ୍‌କୀରୁ ଦିଲ୍ଲୀକୁ ରେଫର୍‌ କରାଯାଇଛି । ସେଠାରେ ତାଙ୍କର ପ୍ଲାଷ୍ଟିକ୍ ସର୍ଜରୀ କରାଯିବ ।

ନର୍ମଦା ନଦୀକୁ ଖସିଲା ବସ, 13 ମୃତ

ଘାଟିକୁ ଓଲଟିଲା ବସ, 16 ମୃତ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments