1. କୃଷି ଖବର

ଭିତରକନିକା କୁମ୍ଭୀର ଗଣନା-2021

ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ଯ୍ୟ ଶେଷ ହୋଇଛି l ଏ ସମ୍ପର୍କରେ ସ୍ଥାନୀୟ ଡିଭିଜନାଲ ଫରେଷ୍ଟ ଅଫିସର (DFO), ଶ୍ରୀଯୁକ୍ତ ଜେ. ଡି. ପତି ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଅଭୟାରଣ୍ୟରେ ୨୫୦୦ ନୂତନ କୁମ୍ଭୀର ଶାବକ ଜନ୍ମ ନେଇଛନ୍ତି l

Sugyan Kumar Nayak
Sugyan Kumar Nayak
Crocodile

Crocodile

ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତ ବର୍ଷର କୁମ୍ଭୀର ଗଣନା କାର୍ଯ୍ୟ ଶେଷ ହୋଇଛି l ଏ ସମ୍ପର୍କରେ ସ୍ଥାନୀୟ ଡିଭିଜନାଲ ଫରେଷ୍ଟ ଅଫିସର (DFO), ଶ୍ରୀଯୁକ୍ତ ଜେ. ଡି. ପତି ସୂଚନା ଦେଇ କହିଛନ୍ତି ଯେ, ଚଳିତ ବର୍ଷ ଅଭୟାରଣ୍ୟରେ ୨୫୦୦ ନୂତନ କୁମ୍ଭୀର ଶାବକ ଜନ୍ମ ନେଇଛନ୍ତି l  ଚଳିତ ବର୍ଷ ୮୪ଟି କୁମ୍ଭୀର ଅଣ୍ଡା ଦେଉଥିବା ସ୍ଥଳ ଠାବ କରାଯାଇଥିଲା l ଅଭୟାରଣ୍ୟ ମଧ୍ୟରେ ୨୦୦୦ ମସିହାରେ ୧୦୩ ଗୋଟି ଅଣ୍ଡା ଦେବା ସ୍ଥାନ ଠାବ କରାଯାଇଥିଲା ଏବଂ ୩୦୦୦ ନୂତନ କୁମ୍ଭୀର ଛୁଆ ଜନ୍ମ ଗ୍ରହଣ କରିଥିଲେ l ଚଳିତ ବର୍ଷର ୟାସ ବାତ୍ୟା ଯୋଗୁଁ ଅନେକ କୁମ୍ଭୀର ବସା ଜଳରେ ନଷ୍ଟ ହୋଇଯାଇଛି l ସେହି କାରଣରୁ କୁମ୍ଭୀର ଛୁଆମାନଙ୍କ ସଂଖ୍ୟାରେ ଯଥେଷ୍ଟ ହ୍ରାସ ଘଟିଛି ବୋଲି ଶ୍ରୀଯୁକ୍ତ ପତି ଜଣାଇଛନ୍ତି l ଜାନୁଆରୀ ୨୦୧୧ କୁମ୍ଭୀର ଗଣନା ଅନୁସାରେ, ଭିତରକନିକା ଅଭୟାରଣ୍ୟରେ ମୋଟ ୧,୭୬୮ଟି ଲୁଣା କୁମ୍ଭୀର ରହିଛନ୍ତି l

ସାଧାରଣତଃ ଅଣ୍ଡା ଦେବା ଋତୁରେ କୁମ୍ଭୀର ମାନେ ଉଚ୍ଚ ସ୍ଥାନଗୁଡ଼ିକରେ ମାଟି, କାଦୁଅ, ଘାସ, ହେନ୍ତାଳ କାଠି ଏକାଠି କରି ତାହା ମଧ୍ୟରେ ଅଣ୍ଡା ଦେଇଥାଆନ୍ତି l ମେ ଏବଂ ଜୁନ ମାସରେ ଏହି ପ୍ରକ୍ରିୟା ଚାଲିଥାଏ l ଯାହା ଦ୍ୱାରା ଅଣ୍ଡାଗୁଡ଼ିକ ସିଧାସଳଖ ସୂର୍ଯ୍ୟକିରଣ ପାଇବା ସଙ୍ଗେ ସଙ୍ଗେ ଜଳ ସ୍ପର୍ଶରେ ଆସନ୍ତି ନାହିଁ l ଏହି ପରି ଭାବରେ ୭୦ ରୁ ୮୦ ଦିନ ମଧ୍ୟରେ ଅଣ୍ଡା ଗୁଡ଼ିକରୁ ଛୁଆ ଫୁଟି ବାହାରି ଥାଆନ୍ତି l ଗୋଟିଏ ମା କୁମ୍ଭୀର ଗୋଟିଏ ବସାରେ ପ୍ରାୟ  ୪୦ ରୁ ୭୦ଟି ପର୍ଯ୍ୟନ୍ତ ଅଣ୍ଡା ଦେଇଥାଏ l ସେଥି ମଧ୍ୟରୁ ୪୦% ରୁ ୫୦% ପ୍ରତିଶତ ଛୁଆ ଫୁଟି ବାହାରି ଥାଆନ୍ତି l ଏକ ହିସାବରୁ ଜଣାପଡିଛି ଯେ, ୫୦୦ଟି ଅଣ୍ଡା ମଧ୍ୟରୁ ଛୁଆଗୁଡ଼ିକ ବାହାରି ସାରିବା ପରେ ବିଭିନ୍ନ ବାଧା ବିଘ୍ନ ଏବଂ ପ୍ରତିକୂଳ ପରିବେଶ ମଧ୍ୟରେ କେବଳ ଗୋଟିଏ ବୟସ୍କ କୁମ୍ଭୀର ତିଷ୍ଠି ରହିଥାଏ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments