1. କୃଷି ଖବର

ବାତ୍ୟା ‘ଜୱାଦ’: ଗୁଲାବ ଠାରୁ ଅଧିକ, ଫନି ଠାରୁ କମ କ୍ଷମତାଶାଳୀ

ଆହୁରି ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଞ୍ଚିଛି ଲଘୁଚାପ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଅବପାତର ରୂପ ନେବ । ବଦଳିବ ଓଡିଶାର ପାଗ ।

Sudesna Nayak
Sudesna Nayak
cyclone jawad impact on odisha

cyclone jawad impact on odisha

ଆହୁରି ସକ୍ରିୟ ହେଉଛି ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ପହଞ୍ଚିଛି ଲଘୁଚାପ । ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତିକରି ୨ ତାରିଖରେ ଅବପାତର ରୂପ ନେବ । ବଦଳିବ ଓଡିଶାର ପାଗ । ତେବେ ଏହି ବାତ୍ୟାର ପ୍ରଭାବ ଗୁଲାବ ଠାରୁ ଅଧିକ ରହିବ କିନ୍ତୁ ଫନି ଠାରୁ କମ ରହିବ । ଅଥାର୍ତ ବାତ୍ୟା ଉପକୂଳ ଛୁଇଁବା ବେଳକୁ ପାଖାପାଖି ୯୦ ରୁ ୧୦୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ ଏଚ ଆର ବିଶ୍ୱାସ । ଏହା ଯେହେତୁ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ରୂପେ ଏହା ଉପକୂଳ ଛୁଇଁବ ତେଣୁ ଏହାର ପ୍ରଭାବ ଓଡ଼ିଶା ଉପରେ ଅଧିକ ମାତ୍ରାରେ ଦେଖିବାକୁ ମିଳିପାରେ । ଅର୍ଥାତ ବାତ୍ୟା ଯେତେ ପାଖକୁ ଆସିବ ପାଗରେ ସେତିକି ପରିବର୍ତ୍ତନ ହେବ ।

ଡିସେମ୍ବର ୪ ତାରିଖରେ ବାତ୍ୟା 'ଜୱାଦ' ଓଡ଼ିଶା ଉପକୂଳ ଛୁଇଁବ । ଏହାର ପ୍ରଭାବରେ ରାଜ୍ୟରେ ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଚାଷଜମିରେ ପାଣି ଜମିବା ସହ ଫସଲ ନଷ୍ଟ ହେବାର ଅଧିକ ସମ୍ଭାବନା ରହିଛି । ଏଥିପାଇଁ ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଅମଳ ହେବା ସମୟରେ ବର୍ଷା ସମ୍ଭାବନାକୁ ନେଇ ଚିନ୍ତାରେ ରହିଛନ୍ତି ନିକଟବର୍ତ୍ତୀ ଚାଷୀ ।

 

ପାଣିପାଗ ତଥ୍ୟ ଅନୁଯାୟୀ, ଗଞ୍ଜାମ, ଗଜପତି, ପୁରୀ ଓ ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ । ୩ ରେ ଉପରୋକ୍ତ ୪ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଥିବାବେଳେ ୪ ତାରିଖରେ ଉକ୍ତ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଉକ୍ତ ୪ ଜିଲ୍ଳାର ସ୍ଥାନେ ସ୍ଥାନେ ୨୦ ମିମିରୁ ଊର୍ଦ୍ଧ୍ୱ ବର୍ଷା ରେକର୍ଡ ହୋଇପାରେ । ଫଳରେ ଉକ୍ତ ୪ ଜିଲ୍ଲାର ସହରୀ ଅଞ୍ଚଳରେ ଜଳବନ୍ଦୀ ସମ୍ଭାବନା ଉପୁଜିପାରେ ।  ଖାଲି ସେତିକି ନୁହେଁ ୪ ଜିଲ୍ଲା ମାଲକାନାଗିରି, ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ମଧ୍ୟ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ୟେଲୋ ୱାର୍ଣ୍ଣିଂ ଜାରି କରିଛି ।

ସବୁଠୁ ବଡ କଥା ହେଲା ବାତ୍ୟା ପ୍ରଭାବରେ ଆସନ୍ତା ୩ ତାରିଖରୁ ବର୍ଷା ଆରମ୍ଭ ହେବ । ଆଉ ୪ ତାରିଖରେ ଏହା ସ୍ଥଳଭାଗ ଛୁଇଁବାକୁ ଥିବା ବେଳେ ଏହି ସମୟରେ ପ୍ରବଳ ବର୍ଷାର ସମ୍ଭାବନା ରହଛି । ଦକ୍ଷିଣ ଓଡ଼ିଶା ଉପକୂଳରୁ ଜଗତସିଂହପୁର ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶକ । ସେହିଭଳି ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ କମିବ । କିନ୍ତୁ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ । ତେବେ ୬ ତାରିଖରେ ବର୍ଷାର ପରିମାଣ କମିବା ସହ ପାଗରେ ପରିବର୍ତ୍ତନ ହେବ ।

ଅମଳ ସମୟରେ ଏଭଳି ବର୍ଷା ଓ ବାତ୍ୟା ଆଶଙ୍କା ଥିବାରୁ ଫସଲ ସୁପରିଚାଳନା ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବର୍ଷା ଆରମ୍ଭ ପୂର୍ବରୁ ଧାନକେଣ୍ଡା ୮୫ ଭାଗ ପାଚି ଯାଇଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଇଛି । କଟା ହୋଇଥିବା ଧାନକୁ ବେଙ୍ଗଳା କରି ପଲିଥିନ୍ ଘୋଡ଼ାଇ ସୁରକ୍ଷିତ ରଖିବାକୁ କୁହାଯାଇଛି । ଧାନ ଜମିରୁ ବଳକା ପାଣି ନିଷ୍କାସନ କରିବା ପାଇଁ ନାଳି କରିବାକୁ କୁହାଯାଇଛି ।

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments