1. କୃଷି ଖବର

Cyclone Jawad Update: ୧୨ ଘଣ୍ଟାରେ ନେଇପାରେ ବାତ୍ୟା ରୂପ

ଅବପାତରେ ରୂପ ନେଲା ବାତ୍ୟା ଜୱାଦ । ଆସନ୍ତା ୧୨ ଘଣ୍ଟାରେ ନେବ ବାତ୍ୟା ରୂପ । ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଜୱାଦ । ଏବେ ସମ୍ଭାବ୍ୟ ବାତ୍ୟା ଘଣ୍ଟାକୁ ୩୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

Sudesna Nayak
Sudesna Nayak
yclonic storm during next 12 hours

yclonic storm during next 12 hours

ଅବପାତରେ ରୂପ ନେଲା ବାତ୍ୟା ଜୱାଦ । ଆସନ୍ତା ୧୨ ଘଣ୍ଟାରେ ନେବ ବାତ୍ୟା ରୂପ । ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁବ ବାତ୍ୟା ଜୱାଦ । ଏବେ ସମ୍ଭାବ୍ୟ ବାତ୍ୟା ଘଣ୍ଟାକୁ ୩୨ କିଲୋମିଟର ବେଗରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ।

 

ଏବେ ବିଶାଖାପଟନମଠୁ ୫୮୦ କିଲୋମିଟର ଦୂରରେ ଅଛି ବାତ୍ୟା । ସେହିପରି ଗୋପାଳପୁରଠୁ ୬୭୦ ଓ ପାରାଦୀପଠୁ ୭୬୦ କିଲୋମିଟର ଦୂରରେ ଅଛି ଜୱାଦ । ଆସନ୍ତାକାଲି ସକାଳୁ ଜୱାଦ୍‌ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଇଛି। ଲ୍ୟାଣ୍ଡଫଲ ବେଳେ ସର୍ବାଧିକ ୮୦-୯୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଥିବା ବେଳେ ୧୦୦ କିଲୋମିଟର ରହିବ ପବନର ବେଗ । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସବୁ ବନ୍ଦରରେ ଏକ ନମ୍ବର ବିପଦ ସଂକେତ ଜାରି ହୋଇଛି। ବାତ୍ୟା ପ୍ରଭାବରେ ଆଜି କେତେକ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାନେଇ ସତର୍କତା ଜାରି କରାଯାଇଛି । ପ୍ରବଳ ବର୍ଷା ପାଇଁ କୋରାପୁଟ, ରାୟଗଡା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେହିପରି କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, ଓ ମାଲକାନଗିରିରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସବୁ ବନ୍ଦରରେ ଜାରି ହୋଇଛି ଏକ ନମ୍ବର ବିପଦ ସଂକେତ।

 

ଡିସେମ୍ବର ୫ ତାରିଖରେ ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ପୁରୀ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ୟେଲୋ ଆଲର୍ଟ ରହିଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ପବନର ବେଗ ବଢ଼ିବ । ୩ ରୁ ୫ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି । ଓଡ଼ିଶାର ସମସ୍ତ ବନ୍ଦର ଗୁଡ଼ିକ ପାଇଁ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments