1. କୃଷି ଖବର

DA Hike: ଖ୍ରୀଷ୍ଟମାସ ପୂର୍ବରୁ କର୍ମଚାରୀଙ୍କ ପାଇଁ ନୂଆ ଉପହାର

ଖ୍ରୀଷ୍ଟମାସ ପୂର୍ବରୁ କର୍ମଚାରୀଙ୍କ ପାଇଁ ନୂଆ ଉପହାର । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂତନ ବର୍ଷ ଏବଂ ଖ୍ରୀଷ୍ଟମାସ ଉପହାର ଦେଇଛନ୍ତି । ଯାହାକୁ ନେଇ ସରକାରୀ କର୍ମଚାରୀମାନେ ବହୁତ ଖୁସି ।

Sudesna Nayak
Sudesna Nayak
da hike announces 4 pc for state government employees, pic credit pexels.com

da hike announces 4 pc for state government employees, pic credit pexels.com

ଆସିଲା ବଡ ଖବର (Big News)। ଖ୍ରୀଷ୍ଟମାସ ପୂର୍ବରୁ କର୍ମଚାରୀଙ୍କ ପାଇଁ ନୂଆ ଉପହାର । ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂତନ ବର୍ଷ ଏବଂ ଖ୍ରୀଷ୍ଟମାସ ଉପହାର ଦେଇଛନ୍ତି । ଯାହାକୁ ନେଇ ସରକାରୀ କର୍ମଚାରୀମାନେ ବହୁତ ଖୁସି ।

ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ଗୁରୁବାର ଦିନ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ନୂତନ ବର୍ଷ ଏବଂ ଖ୍ରୀଷ୍ଟମାସ ଉପହାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ନୂଆ ବର୍ଷରୁ ସମସ୍ତ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ରେ ଚାରି ପ୍ରତିଶତ ବୃଦ୍ଧି କରିବେ ।

ଜାଣିରଖନ୍ତୁ ଯେ, ୨୦୨୪ ରୁ ୪ ପ୍ରତିଶତ ମହଙ୍ଗା ଭତ୍ତା (DA)ର ଅନ୍ୟ ଏକ କିସ୍ତି ଉପଲବ୍ଧ ହେବ । ଖ୍ରୀଷ୍ଟମାସ ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ବମ୍ପର ଗ୍ରୀଫ୍ଟ ପ୍ରଦାନ କରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (Mamata Banerjee) ।

ପ୍ରକାଶ ଥାଉ ଯେ, 2024 ବର୍ଷ ଜାନୁଆରୀ ରୁ ଜୁନ ଅବଧି ପାଇଁ କେନ୍ଦ୍ର ସରକାର ମହଙ୍ଗା ଭତ୍ତାରେ ବୃଦ୍ଧି କରିପାରନ୍ତି ବୋଲି କୁହାଯାଉଛି । ଆସନ୍ତା ବର୍ଷ ଏପ୍ରିଲ- ମେ ମାସ ପର୍ଯ୍ୟନ୍ତ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ଯାହାକୁ ନେଇ ଏପରି ସ୍ଥିତିରେ କେନ୍ଦ୍ର ସରକାର (DA)ଡିଏ ବୃଦ୍ଧିକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇ ପାରନ୍ତି ।

ବ୍ୟାଙ୍କ କର୍ମଚାରୀଙ୍କ ବଢ଼ିଲା ଦରମା, ସପ୍ତାହକୁ ପାଞ୍ଚ ଦିନ କାମ

୧୫ତମ କିସ୍ତିରୁ ବାଦ ପଡିପାରନ୍ତି ଏହି ଚାଷୀ, ମୋଦି ସରକାରଙ୍କ ବଡ ନିଷ୍ପତ୍ତି!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments