1. କୃଷି ଖବର

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ମିଳିବ ୧୦ ମାସର ବକେୟା ରାଶି

ଆସିଲା ଖୁସି ଖବର । ଭାରତୀୟ ରେଲୱେ ନିଜର କର୍ମଚାରୀଙ୍କ ହିଁ ମହଙ୍ଗା ଭତ୍ତାରେ ଏକ ବୃହତ ବୃଦ୍ଧି ଘୋଷଣା କରିଛି ।

Sudesna Nayak
Sudesna Nayak
DA Hike for Railway Employees 6th pay commission

DA Hike for Railway Employees 6th pay commission

ଆସିଲା ଖୁସି ଖବର । ଭାରତୀୟ ରେଲୱେ (Indian Railways) ନିଜର କର୍ମଚାରୀ (Railway Employees)ଙ୍କ ହିଁ ମହଙ୍ଗା ଭତ୍ତା (Dearness Allowance)ରେ ଏକ ବୃହତ ବୃଦ୍ଧି ଘୋଷଣା କରିଛି ।

ସୂଚନା ଅନୁଯାୟୀ, ସରକାରଙ୍କ ଅନୁମୋଦନ ନେବା ପରେ ରେଳବାଇ ବୋର୍ଡ ଷଷ୍ଠ ବେତନ ଆୟୋଗ (6th Pay Commission)ର କର୍ମଚାରୀଙ୍କ ଡିଏ ବୃଦ୍ଧି (DA Hike) କରିବାକୁ ଘୋଷଣା କରିଛି । ଏହି ବୃଦ୍ଧି ୧ ଜୁଲାଇ ୨୦୨୧ ଓ ୧ ଜାନୁଆରୀ ୨୦୨୨ରୁ କାର୍ଯ୍ୟକାରୀ ହୋଇଛି । ଆଜ୍ଞା ହଁ, ରେଳ ବିଭାଗ ନିଜର କର୍ମଚାରୀଙ୍କ ମହଙ୍ଗାରେ ଭତ୍ତା ଏକକାଳୀନ ୧୪ ପ୍ରତିଶତ ବୃଦ୍ଧି କରିଛି ।

ଏମାନେ ହେଉଛନ୍ତି ସେହି କର୍ମଚାରୀ ଯେଉଁମାନେ ଷଷ୍ଠ ବେତନ ଆୟୋଗ ଅଧୀନରେ ଦରମା ପାଉଛନ୍ତି । ଡିଏ (DA) ରେ ଏହି ବୃଦ୍ଧି ଦରମାରେ ହଜାର ହଜାର ଟଙ୍କା ବଢ଼ିବ । ଏହା ସହିତ ୧୦ ମାସର ମୋଟା ଅଙ୍କର ବକେୟା ରାଶି ମଧ୍ୟ ମିଳିବ । ରେଲୱେ ବୋର୍ଡ (Railway Board) ଏହାର ଆଦେଶ ଜାରି କରିଦେଇଛି । ରେଲୱେ ବୋର୍ଡ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରିଛି । ଏଥିରେ କୁହାଯାଇଛି ଯେ ଷଷ୍ଠ ବେତନ କମିଶନ ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ୧ ଜୁଲାଇ ୨୦୨୧ ଓ ୧ ଜାନୁୟାରୀ ୨୦୨୨ରୁ ବୃଦ୍ଧି କରାଯାଇଛି ।

ଷଷ୍ଠ ବେତନ ଆୟୋଗ (6th Pay Commission) ଅନ୍ତର୍ଗତ ଦରମା ନେଉଥିବା କର୍ମଚାରୀଙ୍କ ମହଙ୍ଗା ଭତ୍ତା ଜୁଲାଇ ୧, ୨୦୨୧ରୁ ୭ ପ୍ରତିଶତ ବୃଦ୍ଧି କରାଯାଇଛି । ଅର୍ଥାତ୍ ବର୍ତ୍ତମାନ ଏହା ୧୮୯ ପ୍ରତିଶତରୁ ବଢ଼ି ୧୯୬ ପ୍ରତିଶତକୁ ପହଞ୍ଚିଛି । ଏହା ସହିତ ରେଲୱେ ବୋର୍ଡ ଜାନୁଆରୀ ୧, ୨୦୨୨ରୁ ପୁନର୍ବାର ମହଙ୍ଗା ଭତ୍ତାକୁ ୭ ପ୍ରତିଶତ ବୃଦ୍ଧି କରିଛି । ଏହା ସହିତ ଏହା ୧୯୬ ପ୍ରତିଶତରୁ ବଢ଼ି ୨୦୩ ପ୍ରତିଶତକୁ ପହଞ୍ଚିଛି ।

ରେଳବାଇ (Railway)ର ଏହି ନିଷ୍ପତ୍ତିରୁ ରେଳ କର୍ମଚାରୀ (Railway Employees)ମାନେ ଦ୍ୱିଗୁଣ ଲାଭ ପାଇବେ । ଅଧିକ ମହଙ୍ଗା ଭତ୍ତା ସହିତ ରେଳ କର୍ମଚାରୀମାନେ ମଧ୍ୟ ୧୦ ମାସର ବକେୟା ପାଇବେ । ଅର୍ଥ ନିର୍ଦ୍ଦେଶାଳୟ ଓ ରେଳ ମନ୍ତ୍ରଣାଳୟର ଅନୁମୋଦନ ନେବା ପରେ ହିଁ ରେଳବାଇ ଏହି ନିଷ୍ପତ୍ତି କାର୍ଯ୍ୟକାରୀ କରିଛି ।

ମାର୍ଚ୍ଚ ମାସରେ ସରକାର କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୩ ପ୍ରତିଶତ ବୃଦ୍ଧି ଘୋଷଣା କରିଥିଲେ । ଏମାନେ ସେହି ଲକ୍ଷ ଲକ୍ଷ କର୍ମଚାରୀ ଯେଉଁମାନେ ସପ୍ତମ ବେତନ କମିଶନ (7th Pay Commission) ଅନ୍ତର୍ଗତ ଦରମା ପାଉଛନ୍ତି ।

ପ୍ରକାଶ ଥାଉ ଯେ, ବର୍ତ୍ତମାନ ଏହି କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୪ ପ୍ରତିଶତ ହୋଇଯାଇଛି । ଏମାନଙ୍କ ବେସିକ୍ ଦରମା ହେଉଛି ୧୮ ହଜାର ଟଙ୍କା । ସପ୍ତମ ବେତନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରି ସରକାର ବେସିକ୍ ସର୍ବନିମ୍ନ ଦରମାକୁ ୭୦୦୦ରୁ ୧୮୦୦୦ ଟଙ୍କାକୁ ବୃଦ୍ଧି କରିଥିଲେ ।

ସରକାରୀ କର୍ମଚାରୀଙ୍କ ଖାତାକୁ ଆସିବ ୧.୫୦ ଲକ୍ଷ ଟଙ୍କା!

ଜାତୀୟ ପେନସନ ସିଷ୍ଟମ୍ ଅଧୀନରେ ମିଳିବ ରିଟର୍ଣ୍ଣ ଗ୍ୟାରେଣ୍ଟି; ଜାଣନ୍ତୁ ସରକାରଙ୍କ ପ୍ଲାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments