News

ମହଙ୍ଗା ଭତ୍ତା ବୃଦ୍ଧି: ଉପକୃତ ହେବେ ୮ ଲକ୍ଷ କର୍ମଚାରୀ

କର୍ମଚାରୀଙ୍କର ବାର୍ଷିକ ବେତନରେ ମୋଟ ୧୭ ପ୍ରତିଶତ ବୃଦ୍ଧି କରିବା ପାଇଁ IBA ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ଗତ ମାସ ମାର୍ଚ୍ଚରେ ଏ ନେଇ ଏକ ସହମତି ପ୍ରକାଶ ପାଇଥିଲା ।

13 June, 2024 12:38 PM IST By: Tanushree Mahapatra

ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର l କାରଣ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି l ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିବା ପରେ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ନୂଆ ଉପହାର ଘୋଷଣା କରିଛନ୍ତି । କର୍ମଚାରୀଙ୍କ ପାଇଁ ଖୁସି ଖବର କାରଣ, ବ୍ୟାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି ଘଟିଛି । ଏନେଇ ଭାରତୀୟ ବ୍ୟାଙ୍କ ସଂଘ ପକ୍ଷରୁ ମଧ୍ୟ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।

ମେ, ଜୁନ ଏବଂ ଜୁଲାଇ ମାସ ପାଇଁ ବ୍ୟାଙ୍କ କର୍ମଚାରୀଙ୍କ ଡିଏ ଅର୍ଥରେ ୧୫.୯୭ ପ୍ରତିଶତକୁ ବୃଦ୍ଧି କରାଯାଇଛି । କର୍ମଚାରୀଙ୍କର ବାର୍ଷିକ ବେତନରେ ମୋଟ ୧୭ ପ୍ରତିଶତ ବୃଦ୍ଧି କରିବା ପାଇଁ IBA ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ଗତ ମାସ ମାର୍ଚ୍ଚରେ ଏ ନେଇ ଏକ ସହମତି ପ୍ରକାଶ ପାଇଥିଲା । ଯାହା ପ୍ରଭାବରେ ବ୍ୟାଙ୍କଗୁଡ଼ିକର ବେତନ ବାବଦକୁ ଅତିରିକ୍ତ ୮୨୮୪ କୋଟି ଟଙ୍କା ବ୍ୟୟ ହେବ ବୋଲି ସୂଚନା ରହିଛି ।

ତେବେ ଏହି ନିଷ୍ପତ୍ତିକୁ ଗତ ବର୍ଷ ୨୦୨୨ ମସିହା ନଭେମ୍ବର ମାସରୁ ପିଛିଲା ଭାବେ ଲାଗୁ କରାଯିବ । ଏହି ନିଷ୍ପତ୍ତି ଫଳରେ ମୋଟ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଉପକୃତ ହେବେବୋଲି କୁହାଯାଉଛି । ତେବେ ବ୍ୟାଙ୍କ କର୍ମଚାରୀଙ୍କ ନୂତନ ଆବେଦନ ସପ୍ତାହକୁ ୫ ଦିନ କାର୍ଯ୍ୟକୁ ଏ ପର୍ଯ୍ୟନ୍ତ ମଞ୍ଜୁରୀ ମିଳିପାରି ନାହିଁ ।

ସୂଚନାଯୋଗ୍ୟ ଯେ, ଗତ ମାସ ମାର୍ଚ୍ଚରେ ହୋଇଥିବା ଏକ ବୈଠକରେ IBA ଓ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟରେ ଏକ ଆଲୋଚନା ହୋଇଥିଲା l ବ୍ୟାଙ୍କ କର୍ମଚାରୀଙ୍କର ବାର୍ଷିକ ବେତନ ପ୍ରାୟତଃ ୧୭ ପ୍ରତିଶତ ବୃଦ୍ଧି ନେଇ ଏଥିରେ ସହମତି ପ୍ରକାଶ ପାଇଥିଲା । ଏଥିସହିତ ମହିଳା କର୍ମଚାରୀଙ୍କୁ ପ୍ରତି ମାସ ଗୋଟିଏ ଦିନ ଅସୁସ୍ଥତା ଜନିତ ଛୁଟି ପ୍ରଦାନ ନେଇ ଏବଂ ସେଥିପାଇଁ କୌଣସି ମେଡିକାଲ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବନି ନାହିଁ ବୋଲି ମଧ୍ୟ ନୂଆ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ମହଙ୍ଗା ଭତ୍ତା ଖବର ଶୁଣିବା ପରେ କର୍ମଚାରୀ ଖୁସି ହୋଇଛନ୍ତି l

ଅଧିକ ପଢ଼ନ୍ତୁ

Farmer Scheme: ମିଳିବ ୨୫୦୦୦ ଟଙ୍କା !

ବଢିଲା ରାସନ କାର୍ଡ ଆଧାର ଲିଙ୍କ ସମୟସୀମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)