ଆମେ ସମସ୍ତେ ଉଣା ଅଧିକେ ଗୁଡ଼ ବିଷୟରେ ଅବଗତ l କିନ୍ତୁ ଠିକ ଗୁଡ଼ ପରି ବ୍ୟବହାର କରିହେଉଥିବା ଅନ୍ୟ ଏକ ସାମଗ୍ରୀ ହେଉଛି ତାଳଗୁଡ଼ l ଖଜୁରୀ ଗଛର ରସରୁ ଏହି ଗୁଡ଼ ପ୍ରସ୍ତୁତ କରାଯାଏ l ଗୁଡ଼ ଠାରୁ ଏଥିରେ ଶର୍କରା ପରିମାଣ କମ ଥିବାରୁ ବଜାରରେ ଏହାର ଚାହିଦା ଏବଂ ଦର ସର୍ବଦା ଅଧିକ ରହିଥାଏ l ତାଳଗୁଡ଼କୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଉଛି l ସ୍ୱାସ୍ଥ୍ୟ ନିମନ୍ତେ ତାଳଗୁଡ଼ ବହୁତ ଉପାଦେୟ ଅଟେ l ଏହାର ପ୍ରସ୍ତୁତି ପ୍ରକ୍ରିୟା ଯଦିଓ ଗୁଡ଼ ପ୍ରସ୍ତୁତ ପ୍ରଣାଳୀ ସହିତ ସାମଞ୍ଜସ୍ୟ ରଖେ ତେବେ ଏହା ସମ୍ପୂର୍ଣ୍ଣ ସମାନ କହିହେବ ନାହିଁ l ଖଜୁରୀ ଗଛରେ ଚଢ଼ି ଏହାର ରସ ସଂଗ୍ରହ କରିବା ଏକ କଷ୍ଟସାଧ୍ୟ ଏବଂ ଦକ୍ଷତା ପୂର୍ଣ୍ଣ ବ୍ୟାପାର ଅଟେ l
ଆମର ଓଡ଼ିଶାରେ ଗଜପତି ଜିଲ୍ଲାରେ ଏହି ତାଳଗୁଡ଼ ଅଧିକ ପରିମାଣରେ ପ୍ରସ୍ତୁତ କରାଯାଏ l ଏଠାକାର ପାହାଡ଼ିଆ ଜମିରେ ଅଧିକ ପରିମାଣର ଖଜୁରୀ ଗଛ ହୋଇଥାଏ l ଅଧିକ ଖଜୁରୀ ଗଛ ରହିଥିବା ଅଞ୍ଚଳଗୁଡ଼ିକ ତାଳଗୁଡ଼ ଉତ୍ପାଦନ ନିମନ୍ତେ ଅନୁକୂଳ ଅଟେ l ଗଜପତି ଜିଲ୍ଲାର ରୁମୁଣ୍ଡା, ଅତରସିଂ, ସୁବଲଡା, ରାମ ଗିରି ଅଞ୍ଚଳରେ ତାଳ ଗୁଡ଼ ଓ ଖଜୁରୀ ଗୁଡ଼ ପ୍ରସ୍ତୁତ ହୋଇଥାଏ । ଏଠାରେ ୯ଟି ତାଳଗୁଡ଼ ସମବାୟ ସମିତି ସଙ୍ଘ ରହିଛି । ଏହାରି ମାଧ୍ୟମରେ ପ୍ରାୟ ୧୫୦୦ ପରିବାର ନିୟୋଜିତ ହୋଇଛନ୍ତି l ଏହି ଗୁଡ଼ର ପ୍ରସ୍ତୁତିରେ କୌଣସି ରାସାୟନିକ କିମ୍ବା କୃତ୍ରିମ ରଙ୍ଗର ବ୍ୟବହାର କରାଯାଏ ନାହିଁ l ତାଳଗୁଡ଼ର ସ୍ୱାଦ ସ୍ୱତନ୍ତ୍ର l ତାଳଗୁଡ଼ ପ୍ରସ୍ତୁତିକୁ ଆଉ ଏକ ପାଦ ଆଗେଇ ନେବାକୁ ସରକାର ଏହାର ଜିଆଇ ପ୍ରମାଣୀକରଣ ପାଇଁ ମଧ୍ୟ ଆବେଦନ କରିଛନ୍ତି l ଯାହା ଫଳରେ ଏହି ଅଞ୍ଚଳ ନିମନ୍ତେ ଏହା ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିବ l
ତାଳଗୁଡ଼ ପ୍ରସ୍ତୁତକାରୀ ମାନେ ନିଜର ସମସ୍ୟା ସମ୍ପର୍କରେ ଜଣେଇବାକୁ ଯାଇ କୁହନ୍ତି, ବେଳେ ବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି l ଏହା ଛଡ଼ା ଏହି ଉତ୍ପାଦନ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଉନ୍ନତମାନର ଉପକରଣର ଆବଶ୍ୟକତା ରହିଛି l ଖୁବ ନିକଟରେ କେନ୍ଦ୍ର ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଗଜପତି ଜିଲ୍ଲାର ଲୁବୁରିସିଂ ତାଳଗୁଡ଼ ସମବାୟ ସମିତିକୁ ପରିଦର୍ଶନରେ ଯାଇଥିଲେ l କିପରି ଏହାକୁ ଆହୁରି ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସେଠାକାର ତଳଗୁଡ଼ ପ୍ରସ୍ତୁତକାରୀମାନଙ୍କ ସହିତ ଆଲୋଚନା କରିଥିଲେ l ଏହା ସହିତ ସେମାନଙ୍କୁ କେତେକ ଉପକରଣ ପ୍ରଦାନ କରିଥିଲେ l ତାଳଗୁଡ଼ ପ୍ରସ୍ତୁତିର ଉନ୍ନତି ନିମନ୍ତେ ସେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ କହିଛନ୍ତି l ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏହି ତାଳଗୁଡ଼ ସମିତିଗୁଡିକର ଅଧିକ ଉନ୍ନତି ହୋଇପାରିଲେ ବହୁ ସଂଖ୍ୟକ ଆଦିବାସୀ, ହରିଜନ, ଏବଂ ବେକାର ଯୁବକ ଯୁବତୀ ଆତ୍ମନିର୍ଭର ହୋଇପାରିବେ ବୋଲି ଆଶା ରଖାଯାଉଛି lଆମେ ସମସ୍ତେ ଉଣା ଅଧିକେ ଗୁଡ଼ ବିଷୟରେ ଅବଗତ l କିନ୍ତୁ ଠିକ ଗୁଡ଼ ପରି ବ୍ୟବହାର କରିହେଉଥିବା ଅନ୍ୟ ଏକ ସାମଗ୍ରୀ ହେଉଛି ତାଳଗୁଡ଼ l ଖଜୁରୀ ଗଛର ରସରୁ ଏହି ଗୁଡ଼ ପ୍ରସ୍ତୁତ କରାଯାଏ l ଗୁଡ଼ ଠାରୁ ଏଥିରେ ଶର୍କରା ପରିମାଣ କମ ଥିବାରୁ ବଜାରରେ ଏହାର ଚାହିଦା ଏବଂ ଦର ସର୍ବଦା ଅଧିକ ରହିଥାଏ l ତାଳଗୁଡ଼କୁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଉଛି l ସ୍ୱାସ୍ଥ୍ୟ ନିମନ୍ତେ ତାଳଗୁଡ଼ ବହୁତ ଉପାଦେୟ ଅଟେ l ଏହାର ପ୍ରସ୍ତୁତି ପ୍ରକ୍ରିୟା ଯଦିଓ ଗୁଡ଼ ପ୍ରସ୍ତୁତ ପ୍ରଣାଳୀ ସହିତ ସାମଞ୍ଜସ୍ୟ ରଖେ ତେବେ ଏହା ସମ୍ପୂର୍ଣ୍ଣ ସମାନ କହିହେବ ନାହିଁ l ଖଜୁରୀ ଗଛରେ ଚଢ଼ି ଏହାର ରସ ସଂଗ୍ରହ କରିବା ଏକ କଷ୍ଟସାଧ୍ୟ ଏବଂ ଦକ୍ଷତା ପୂର୍ଣ୍ଣ ବ୍ୟାପାର ଅଟେ l
ଆମର ଓଡ଼ିଶାରେ ଗଜପତି ଜିଲ୍ଲାରେ ଏହି ତାଳଗୁଡ଼ ଅଧିକ ପରିମାଣରେ ପ୍ରସ୍ତୁତ କରାଯାଏ l ଏଠାକାର ପାହାଡ଼ିଆ ଜମିରେ ଅଧିକ ପରିମାଣର ଖଜୁରୀ ଗଛ ହୋଇଥାଏ l ଅଧିକ ଖଜୁରୀ ଗଛ ରହିଥିବା ଅଞ୍ଚଳଗୁଡ଼ିକ ତାଳଗୁଡ଼ ଉତ୍ପାଦନ ନିମନ୍ତେ ଅନୁକୂଳ ଅଟେ l ଗଜପତି ଜିଲ୍ଲାର ରୁମୁଣ୍ଡା, ଅତରସିଂ, ସୁବଲଡା, ରାମ ଗିରି ଅଞ୍ଚଳରେ ତାଳ ଗୁଡ଼ ଓ ଖଜୁରୀ ଗୁଡ଼ ପ୍ରସ୍ତୁତ ହୋଇଥାଏ । ଏଠାରେ ୯ଟି ତାଳଗୁଡ଼ ସମବାୟ ସମିତି ସଙ୍ଘ ରହିଛି । ଏହାରି ମାଧ୍ୟମରେ ପ୍ରାୟ ୧୫୦୦ ପରିବାର ନିୟୋଜିତ ହୋଇଛନ୍ତି l ଏହି ଗୁଡ଼ର ପ୍ରସ୍ତୁତିରେ କୌଣସି ରାସାୟନିକ କିମ୍ବା କୃତ୍ରିମ ରଙ୍ଗର ବ୍ୟବହାର କରାଯାଏ ନାହିଁ l ତାଳଗୁଡ଼ର ସ୍ୱାଦ ସ୍ୱତନ୍ତ୍ର l ତାଳଗୁଡ଼ ପ୍ରସ୍ତୁତିକୁ ଆଉ ଏକ ପାଦ ଆଗେଇ ନେବାକୁ ସରକାର ଏହାର ଜିଆଇ ପ୍ରମାଣୀକରଣ ପାଇଁ ମଧ୍ୟ ଆବେଦନ କରିଛନ୍ତି l ଯାହା ଫଳରେ ଏହି ଅଞ୍ଚଳ ନିମନ୍ତେ ଏହା ଏକ ସ୍ୱତନ୍ତ୍ର ପରିଚୟ ହାସଲ କରିପାରିବ l
ତାଳଗୁଡ଼ ପ୍ରସ୍ତୁତକାରୀ ମାନେ ନିଜର ସମସ୍ୟା ସମ୍ପର୍କରେ ଜଣେଇବାକୁ ଯାଇ କୁହନ୍ତି, ବେଳେ ବେଳେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି l ଏହା ଛଡ଼ା ଏହି ଉତ୍ପାଦନ ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ଉନ୍ନତମାନର ଉପକରଣର ଆବଶ୍ୟକତା ରହିଛି l ଖୁବ ନିକଟରେ କେନ୍ଦ୍ର ମନ୍ତ୍ରୀ, ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ଗଜପତି ଜିଲ୍ଲାର ଲୁବୁରିସିଂ ତାଳଗୁଡ଼ ସମବାୟ ସମିତିକୁ ପରିଦର୍ଶନରେ ଯାଇଥିଲେ l କିପରି ଏହାକୁ ଆହୁରି ଆଗକୁ ନିଆଯାଇପାରିବ ସେ ସମ୍ପର୍କରେ ଶ୍ରୀଯୁକ୍ତ ଷଡ଼ଙ୍ଗୀ ସେଠାକାର ତଳଗୁଡ଼ ପ୍ରସ୍ତୁତକାରୀମାନଙ୍କ ସହିତ ଆଲୋଚନା କରିଥିଲେ l ଏହା ସହିତ ସେମାନଙ୍କୁ କେତେକ ଉପକରଣ ପ୍ରଦାନ କରିଥିଲେ l ତାଳଗୁଡ଼ ପ୍ରସ୍ତୁତିର ଉନ୍ନତି ନିମନ୍ତେ ସେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ସେ କହିଛନ୍ତି l ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏହି ତାଳଗୁଡ଼ ସମିତିଗୁଡିକର ଅଧିକ ଉନ୍ନତି ହୋଇପାରିଲେ ବହୁ ସଂଖ୍ୟକ ଆଦିବାସୀ, ହରିଜନ, ଏବଂ ବେକାର ଯୁବକ ଯୁବତୀ ଆତ୍ମନିର୍ଭର ହୋଇପାରିବେ ବୋଲି ଆଶା ରଖାଯାଉଛି l
Share your comments