
Day 3 of krishi sanyantra mela 2023
ଅପୂର୍ବ ସଫଳତା ସହ ଶେଷ ଦିନରେ "କୃଷି ସଂୟଂତ୍ର " (Krishi Sanyantra) । ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ଆଜି ଅର୍ଥାତ ମାର୍ଚ୍ଚ ୨୭ ପର୍ଯ୍ୟନ୍ତ ଓଡ଼ିଶାର ବାଲେଶ୍ୱର କୁରୁଡା ପଡ଼ିଆରେ " କୃଷି ସୟଂତ୍ର" (Krishi Sanyantra) ତିନି ଦିନିଆ କାର୍ଯ୍ୟକ୍ରମ ଚାଲିଥିଲା । ଏହି ମେଳାରେ କୃଷି ଓ କୃଷକ ସମୃଦ୍ଧି ସମ୍ବନ୍ଧରେ ଆଲୋଚନା କରାଯାଇଛି । ଏହି ମେଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ବିଶେଷ କରି ବାଲେଶ୍ୱରର ବିଭିନ୍ନ ଅଞ୍ଚଳରୁ ଚାଷୀ ଭାଇ, କୃଷି ବୈଜ୍ଞାନିକ, କୃଷି ଇଞ୍ଜିନିୟର ଓ କୃଷି ଅଧିକାରୀମାନେ ଯୋଗ ଦେଇଛନ୍ତି । ଏହି ମେଳା ଓଡିଶାର କୃଷି ଏବଂ ସହଯୋଗୀ କ୍ଷେତ୍ରକୁ ଉତ୍ସାହିତ କରିବ ଏବଂ ବାଲେଶ୍ୱର ଜିଲ୍ଲାର କୃଷିକ୍ଷେତ୍ରକୁ ଆହୁରି ସୁଦୃଢ କରିବ ।

Day 3 of krishi sanyantra mela 2023
ସୂଚନା ଅନୁଯାୟୀ, ଏହି ମେଳାରେ ଆଜି ଅର୍ଥାତ ମାର୍ଚ୍ଚ ୨୭ ରେ ପ୍ରଫେସର ଏସପି ନନ୍ଦ (Professor SP Nanda ,Dean ,M.S swaminathan school of agriculture,CUTM,gajapati), ତାପସ ରଞ୍ଜନ ପ୍ରଧାନ (Mr.Tapas Ranjan Pradhan DDM NABARD ,balasore) ଯୋଗ ଦେଇଥିଲେ । ଏଥିସହିତ କୃଷି ଜାଗରଣ (krishi jagran)ର ପ୍ରତିଷ୍ଠାତା ଏମ୍ସି ଡୋମିନିକ (MC Dominic)ଙ୍କ ସହିତ ଅନାନ୍ଯା ବିଶିଷ୍ଠ ବ୍ଯକ୍ତିମାନେ ମଧ୍ଯ ଯୋଗ ଦେଇଥିଲେ।

Day 3 of krishi sanyantra mela 2023

Day 3 of krishi sanyantra mela 2023
ଏହି ମେଳାରେ ସମସ୍ତ ପ୍ରଗତିଶୀଳ କୃଷକ (progressive farmers) ଏବଂ ପ୍ରଦର୍ଶକମାନଙ୍କୁ ସାର୍ଟିଫିକେଟ ମଧ୍ଯ ପ୍ରଦାନ କରାଯାଇଥିଲା । ଏହି ମେଳାରେ କୃଷି କ୍ଷେତ୍ରରେ ବ୍ୟବହୃତ ଉନ୍ନତମାନର ଜ୍ଞାନ-କୌଶଳ ଓ ପ୍ରଯୁକ୍ତିବିଦ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ଯଦ୍ୱାରା ଚାଷୀ ଭାଇମାନେ ଅଧିକ ଉତ୍ପାଦନକ୍ଷମ ଓ ସମୃଦ୍ଧ ହୋଇପାରିବେ । ଏହି କାର୍ଯ୍ୟକ୍ରମ ଉକ୍ତ ଚାଷୀ (farmers)ମାନଙ୍କୁ କୃଷି ସମ୍ବନ୍ଧିତ ନୂତନ ପ୍ରଯୁକ୍ତିବିଦ୍ୟା ଓ ଜ୍ଞାନକୌଶଳ ସହ ପରିଚିତ କରାଇ ସେମାନଙ୍କୁ ଅଧିକ ଉତ୍ପାଦନକ୍ଷମ କରାଇପାରିବ ।

Day 3 of krishi sanyantra mela 2023
ପ୍ରକାଶ ଥାଉ ଯେ,ଏହି ମେଳା ଜରିଆରେ କୃଷକ (farmers)ଙ୍କ ଉତ୍ପାଦିତ ଫସଲ କିପରି ମାର୍କେଟରେ ଉପଯୁକ୍ତ ମୂଲ୍ୟରେ ବିକ୍ରୟ କରାଯାଇପାରିବ ସେ ନେଇ ମଧ୍ୟ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା । ଯାହା ଦ୍ୱାରା ଚାଷୀମାନେ ଉପକୃତ ହୋଇ ପାରିବେ ।
ଚାଷୀଙ୍କୁ ସୁଯୋଗ : ଦ୍ଵିତୀୟ ଦିନରେ କୃଷି ସଂୟଂତ୍ର
ନୂଆ ଆଶା ନେଇ ଆଜି ଠୁ ଆରମ୍ଭ ହେଲା କୃଷି ସଂୟଂତ୍ର ,କୃଷକଙ୍କୁ ଦେଖାଇବ ନୂଆ ଦିଗ
Share your comments