
Odisha Kudumi Samaj
କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ନଳପାଙ୍ଗା ଗ୍ରାମର ମହାନ୍ତ ଓ ଜୁଆଙ୍ଗଙ୍କ ମଧ୍ୟରେ ଥିବା ଜମି ବିବାଦର ସମାଧାନ ଦାବିରେ ଓଡ଼ିଶା କୁଡୁମି ସମାଜ ପକ୍ଷରୁ ଗତକାଲି ତହସିଲ କାର୍ଯ୍ୟାଳୟରେ ତାଲା ପକାଯାଇଥିଲା। ପ୍ରଶାସନ ଆଲୋଚନା ପାଇଁ ପ୍ରତିଶୃତି ଦେବା ପରେ ଗୁରୁବାର ସକାଳେ ତହସିଲ କାର୍ଯ୍ୟାଳୟରୁ ତାଲା ଖୋଲାଯାଇଥିଲା। ସୂଚନାଯୋଗ୍ୟ ଏହି ଜମି ବିବାଦର
ସମାଧାନ ପାଇଁ ଗତ ୯ ଦିନ ହେଲା ଓଡ଼ିଶା କୁଡ଼ୁମି ସମାଜ ପକ୍ଷରୁ ତହସିଲ କାର୍ଯ୍ୟାଳୟ ପାଖରେ ଧାରଣା ଦିଆଯାଇଥିଲା। ଗୁରୁବାର ଦିନ କେନ୍ଦୁଝର ଦରବାର ହଲ ଠାରେ ପ୍ରଶାସନିକ ଅଧିକାରୀ,ଓଡ଼ିଶା କୁଡୁମି ସମାଜର ପ୍ରତିନିଧି ଓ ନଳପାଙ୍ଗା ଗ୍ରାମର ମହାନ୍ତ ସମ୍ପ୍ରଦାୟର ପ୍ରତିନିଧିଙ୍କୁ ନେଇ ଉଭୟ ସମ୍ପ୍ରଦାୟର ଜମି ବିବାଦର ସମାଧାନ ପାଇଁ ଏକ ବୈଠକ ବସିଥିଲା। ଆଗାମୀ ୭ ଦିନ ମଧ୍ୟରେ ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି କରାଯିବା, ମହାନ୍ତ ସମ୍ପ୍ରଦାୟର ୭୨ ଏକର ଜମି ଆସନ୍ତା ଡିସେମ୍ବର ମାସ ମଧ୍ୟରେ ଦଖଲ ଦିଆଯିବ, ମହାନ୍ତ ସମ୍ପ୍ରଦାୟର ଲୋକମାନେ ୬ ବର୍ଷ ହେଲା ଚାଷ କରିପାରୁ ନଥିବାରୁ ଖାଦ୍ୟ ସୁରକ୍ଷାରେ ସାମିଲ
କରିବା, ପିଲାଙ୍କ ପାଠପଢା ଖର୍ଚ୍ଚ ବହନ କରିବା ଆଦି ସମ୍ବନ୍ଧରେ ପ୍ରଶାସନ ପ୍ରତିଶୃତି ଦେଇଛି ବୋଲି ଓଡ଼ିଶା କୁଡ଼ୁମି ସମାଜର ଆବାହକ ଡାକ୍ତର ମହାନ୍ତ ସୂଚନା ଦେଇଛନ୍ତି। ଡିସେମ୍ବର ମାସ ସୁଦ୍ଧା ମହାନ୍ତ ଲୋକଙ୍କ ଜମି ବିବାଦ ସମାଧାନ ନହେଲେ ସାହିରେ ଥିବା ୩୩ଟି ମହାନ୍ତ ପରିବାର ଆତ୍ମାହୁତି ଦେବେ ବୋଲି ଚେତାବନୀ ଦିଆଯାଇଥିବା ଆବାହକ ଶ୍ରୀ ମହାନ୍ତ କହିଛନ୍ତି।
Share your comments