1. କୃଷି ଖବର

Today weather: ବୃଦ୍ଧି ପାଇବ ରାତି ତାପମାତ୍ରା

ରାଜ୍ୟରେ ଛେଚିବ ବର୍ଷା l ଜିଲ୍ଲାକୁ ଆଲର୍ଟ ହେଲା ସତର୍କ......

Tanushree Mahapatra
Tanushree Mahapatra
dense fog in the state for next 3 days, image source - pexels.com

dense fog in the state for next 3 days, image source - pexels.com

ରାଜ୍ୟରେ ଆଜି ସକାଳୁ ସକାଳୁ କଟକ ଏବଂ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇଥିଲା । ଯାହା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଓଡ଼ିଶା ଉପକୂଳ ବଙ୍ଗୋପସାଗର ଅଞ୍ଚଳରେ ସକ୍ରୀୟ ଗୁରୁଚାପ ବଳୟ ପ୍ରଭାବ ଯୋଗୁଁ ଏହି କୁହୁଡ଼ି ଦେଖିବାକୁ ମିଳିଛି ବୋଲି କୁହାଯାଉଛି ।

ସେହିପରି ଆଗାମୀ ୩ ଦିନ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତ୍ତୀ ଜିଲ୍ଲାଗୁଡ଼ିକରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ଯାଏଁ ବୃଦ୍ଧି ହେବା ସମ୍ଭାବନା ରହିଛି । ତେଣୁ ଆଗାମୀ ୬ ରୁ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତ ସମ୍ଭାବନା ନାହିଁ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଶୀତ କୁହୁଡ଼ି ଯୋଗୁଁ ରାଜଧାନୀ ଭୁବନେଶ୍ୱରରେ ୧୫ ମିଟର ଦୂରକୁ ରାସ୍ତା ଦେଖାଯାଉନାହିଁ । ଫଳରେ ରାସ୍ତାରେ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଛି । ତେବେ ଘନ କୁହୁଡ଼ିକୁ ନଜରରେ ରଖି ସ୍ୱତନ୍ତ୍ର ରିଲିଫ କମିସନର ପ୍ରାୟ ୨୪ ଜିଲ୍ଲାକୁ ସତର୍କ ସୂଚନା ଦେଇଛନ୍ତି । ଯାନବାହନ ଚଳାଚଳ ଉପରେ ମଧ୍ୟ ଜିଲ୍ଲାପାଳ ଏବଂ ଏସପି ତୀକ୍ଷଣ ନଜର ରଖିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ସେହିପରି ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ପ୍ରାୟତଃ ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବା ସମ୍ଭାବନା ରହିଛି ରାଜ୍ୟରେ । ଏହି ସମୟରେ ଜାତୀୟ ରାଜପଥ ଗୁଡିକରେ ପରିବହନରେ ବାଧା ଉପୁଜିପାରେ ବୋଲି ବିଭାଗ ସୂଚନା ରହିଛି ।

ତେବେ ରାଜ୍ୟରେ ଆସନ୍ତା ୨୩ ଓ ୨୪ ତାରିଖରେ ଓଡ଼ିଶାର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ସେହିପରି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ୨୩ ତାରିଖରୁ ୨୪ ତାରିଖ ସକାଳ ମଧ୍ୟରେ କିଛି କିଛି ଜିଲ୍ଲା ଯଥା କେନ୍ଦୁଝର, ମୟୂରଭଞ୍ଜ,  ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ବର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବ l ୨୪ରୁ ୨୫ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶା, ପୁରୀ, ଖୋର୍ଦ୍ଧା, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ତେବେ ଆସନ୍ତା ଦୁଇ ଦିନ ମଧ୍ୟରେ ଉପକୂଳ ଓ କେନ୍ଦ୍ରୀୟ ଓଡ଼ିଶାର ପ୍ରାୟତଃ ୧୪ଟି ଜିଲ୍ଲାରେ ଘନ କୁହୁଡ଼ି ହେବାକୁ ଥିବାରୁ ସ୍ବତନ୍ତ୍ର ରିଲିଫ୍‌ କମିସନରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ରାଜ୍ୟରେ ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments