News

12 ଘଣ୍ଟାରେ ଦୁର୍ବଳ ହେବ ଅବପାତ! ୟେଲୋ ୱାର୍ଣ୍ଣିଂ ଜାରି

ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ସୋମବାର ମଧ୍ୟ ଲାଗି ରହିବ ବର୍ଷା । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଛେଚିବା ନେଇ ପାଣିପାଗ ବିଭାଗର ଚେତାବନୀ ଜାରି ମଧ୍ଯ କରିଛି । ଆଗାମୀ 12 ଘଣ୍ଟାରେ ଅବପାତ ଦୁର୍ବଳ ହେବା ସମ୍ଭାବନା ରହିଛି ।

12 September, 2022 12:27 PM IST By: Sudesna Nayak

ସକ୍ରିୟ ମୌସୁମୀ ପ୍ରଭାବରେ ଆଜି ସୋମବାର (MONDAY)ମଧ୍ୟ ଲାଗି ରହିବ ବର୍ଷା (Rain) । ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain) ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କିଛି ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ଛେଚିବା ନେଇ ପାଣିପାଗ ବିଭାଗର ଚେତାବନୀ ଜାରି ମଧ୍ଯ କରିଛି । ଆଗାମୀ 12 ଘଣ୍ଟାରେ ଅବପାତ ଦୁର୍ବଳ ହେବା ସମ୍ଭାବନା ରହିଛି ।

ସୂଚନା ମୁତାବକ, ଆସନ୍ତାକାଲି ପର୍ଯ୍ୟନ୍ତ 16ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରାଯାଇଛି । ମୟୂରଭଞ୍ଜ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ସୁନ୍ଦରଗଡ ଜିଲ୍ଲା, ଦେବଗଡ ଜିଲ୍ଲା, ଅନୁଗୁଳ ଜିଲ୍ଲା, ଢେଙ୍କାନାଳ ଜିଲ୍ଲା, ଝାରସୁଗୁଡା ଜିଲ୍ଲା, ସମ୍ବଲପୁର ଜିଲ୍ଲା, ବରଗଡ ଜିଲ୍ଲା, ସୋନପୁର, ବୌଦ୍ଧ ଜିଲ୍ଲା, କନ୍ଧମାଳ ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, ନୂଆପଡା, କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁର ଜିଲ୍ଲା ପାଇଁ ପାଣିପାଗ ବିଭାଗର ଚେତାବନୀ ଜାରି କରିଛି ।

ସେହିଭଳି କବିବାକୁ ଗଲେ, ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଲାଗି ରହିଛି ବର୍ଷା (Rain) । ପ୍ରବଳରୁ ଅତି ପ୍ରବଳ ବର୍ଷା (Rain) ନେଇ 8 ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ (Orange Warning)ପାଣିପାଗ ବିଭାଗ ଚେତାବନୀ ଜାରି କରିଛି ।

ପ୍ରକାଶ ଥାଉ ଯେ, ସେପଟେ ଆସନ୍ତା ସେପ୍ଟେମ୍ବର 17 ଓ ସେପ୍ଟେମ୍ବର 18 ତାରିଖ ସୁଦ୍ଧା ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ ବୋଲି ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପକୁ (low pressure) ଦୃଷ୍ଟିରେ ରଖି ରାଜ୍ୟର ବନ୍ଦରଗୁଡ଼ିକରେ ସତର୍କ ସୂଚନା ଜାରି କରାଯାଇଛି ।

ରାଜ୍ୟରେ ଆହୁରି ୨୪ ଘଣ୍ଟା ଛେଚିବ ବର୍ଷା

2ଦିନ ପ୍ରବଳ ବର୍ଷା ସମ୍ଭାବନା : ଆଜି 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)