1. କୃଷି ଖବର

2ଦିନ ପ୍ରବଳ ବର୍ଷା ସମ୍ଭାବନା : ଆଜି 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବଢ଼ିବ ବର୍ଷା । ଲଘୁଚାପ ଓଡ଼ିଶା ମୁହାଁ ହେବା ସମ୍ଭାବନା ଥିବାରୁ ରାଜ୍ୟରେ ସେପ୍ଟେମ୍ବର 12 ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ଆଜି ଶୁକ୍ରବାର ରାତିରୁ ବର୍ଷା ବଢ଼ିଯିବ ।

Sudesna Nayak
Sudesna Nayak
heavy rainfall in various districts odisha

heavy rainfall in various districts odisha

ଲଘୁଚାପ (low pressure) ପ୍ରଭାବରେ ଓଡ଼ିଶାରେ ବଢ଼ିବ ବର୍ଷା (Rain)। ଲଘୁଚାପ (low pressure) ଓଡ଼ିଶା ମୁହାଁ ହେବା ସମ୍ଭାବନା ଥିବାରୁ ରାଜ୍ୟରେ ସେପ୍ଟେମ୍ବର 12 ତାରିଖ ପର୍ଯ୍ୟନ୍ତ ବର୍ଷା (Rain)ଲାଗି ରହିବ । ଆଜି ଶୁକ୍ରବାର (Friday) ରାତିରୁ ବର୍ଷା (Rain)ବଢ଼ିଯିବ ।

ସୂଚନା ଅନୁଯାୟୀ, ଆଜି ପାଇଁ 14 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି । ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆଜି ଶୁକ୍ରବାର (Friday) ଲଘୁଚାପ (low pressure) ପ୍ରଭାବରେ 4 ଜିଲ୍ଲା, କୋରାପୁଟ ଜିଲ୍ଲା, କନ୍ଧମାଳ ଜିଲ୍ଲା, ଗଜପତି ଜିଲ୍ଲା ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା (Rain) ହେବ ।

ଆଜି ଶୁକ୍ରବାର (Friday) କିଛି ଜିଲ୍ଲାରେ ପ୍ରବଳ ବର୍ଷା (Rain) ସମ୍ଭାବନା ଥିବାବେଳେ ସେପ୍ଟେମ୍ବର 10 ତାରିଖରେ 11 ଜିଲ୍ଲା ଓ ସେପ୍ଟେମ୍ବର 11 ତାରିଖରେ ରାଜ୍ୟର 10 ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain) ହୋଇପାରେ । ଏହିସବୁ ଜିଲ୍ଲା ପାଇଁ ଅରେଞ୍ଜ ଓ୍ୱାର୍ଣ୍ଣିଂ (Orange Warning) ଜାରି କରାଯାଇଛି ।

ପ୍ରକାଶ ଥାଉ ଯେ, ଆସନ୍ତକାଲି ଠୁ ବର୍ଷା (Rain) ର ପ୍ରଭାବ ଅଧିକ ରହିବ । ଆଗାମୀ 2 ଦିନ ପ୍ରବଳରୁ ଅତିପ୍ରବଳ ବର୍ଷା (Rain) ସମ୍ଭାବନା ରହିଛି । ସମୁଦ୍ର ଭିତରକୁ ନଯିବାକୁ ମତ୍ସ୍ୟଜୀବୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ସେପ୍ଟେମ୍ବର 8 ରେ ଲଘୁଚାପ, 4 ଦିନ ଛେଚିବ ବର୍ଷା

ସେପ୍ଟେମ୍ବର 7ରୁ ପ୍ରବଳ ବର୍ଷା ସମ୍ଭାବନା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments