1. କୃଷି ଖବର

ସେପ୍ଟେମ୍ବର 7ରୁ ପ୍ରବଳ ବର୍ଷା ସମ୍ଭାବନା

ସେପ୍ଟେମ୍ବର 7 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ । ସେପ୍ଟେମ୍ବର 9 ତାରିଖ ଯାଏଁ ବର୍ଷା ଜାରି ରହିବ । ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେବ ।

Sudesna Nayak
Sudesna Nayak
weather update Rain in Odisha cyclonic circulation on september 7

weather update Rain in Odisha cyclonic circulation on september 7

ସେପ୍ଟେମ୍ବର 7 ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା (Rain)ହେବ । ସେପ୍ଟେମ୍ବର 9 ତାରିଖ ଯାଏଁ ବର୍ଷା ଜାରି ରହିବ । ପୂର୍ବ ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ଲଘୁଚାପ (low pressure)ର ରୂପ ନେବ ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର 7 ରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପରବର୍ତ୍ତୀ 48 ଘଣ୍ଟାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ (low pressure) ହୋଇପାରେ । ଲଘୁଚାପ (low pressure) ପ୍ରଭାବରେ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା (Rain) ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପ୍ଟେମ୍ବର 7 ତାରିଖ ଓ ସେପ୍ଟେମ୍ବର 8 ତାରିଖରେ ପ୍ରବଳ ବର୍ଷା (Rain) ହୋଇପାରେ । ସେପ୍ଟେମ୍ବର 7 ତାରିଖରେ ନବରଙ୍ଗପୁର ଜିଲ୍ଲା, କୋରାପୁଟ ଜିଲ୍ଲା, ରାୟଗଡ଼ା ଜିଲ୍ଲା, ମାଲକାନଗିରି ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲାର କିଛି ଜିଲ୍ଲାରେ ପ୍ରବଳ ବର୍ଷା (Rain) ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 8 ତାରିଖରେ ଖୋର୍ଦ୍ଧା ଜିଲ୍ଲା, ପୁରୀ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କଳାହାଣ୍ଡି ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, କନ୍ଧମାଳ ଜିଲ୍ଲା, କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାରେ ପ୍ରବଳ ବର୍ଷା (Rain) ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Rain in Odisha:8 ତାରିଖ ଯାଏଁ ପ୍ରବଳ ଛେଚିବ

ସେପ୍ଟେମ୍ବରରେ ବାତ୍ୟା ନୁହେଁ କେବଳ ବର୍ଷା....

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments