1. କୃଷି ଖବର

Rain in Odisha:8 ତାରିଖ ଯାଏଁ ପ୍ରବଳ ଛେଚିବ

ସେପ୍ଟେମ୍ବର 8 ତାରିଖ ଯାଏଁ ରାଜ୍ୟରେ ବର୍ଷା ହୋଇପାରେ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ।

Sudesna Nayak
Sudesna Nayak
weather update heavy rainfall in odisha

weather update heavy rainfall in odisha

ସେପ୍ଟେମ୍ବର 8 ତାରିଖ ଯାଏଁ ରାଜ୍ୟରେ ବର୍ଷା (Rain)ହୋଇପାରେ । କିଛି କିଛି ସ୍ଥାନରେ ପ୍ରବଳ ବର୍ଷା (Rain) ସମ୍ଭାବନା ରହିଛି । ସୋମବାର (Monday)ଉପକୂଳ ଓଡ଼ିଶା (Odisha)ଓ ଦକ୍ଷିଣ ଓଡ଼ିଶା (Odisha)ର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା (Rain) ହୋଇପାରେ । ତେବେ 8 ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା (Rain)ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର (September)ମାସରେ ନାହିଁ ବାତ୍ୟା (Cyclone)ର ଆଶଙ୍କା ବୋଲି ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ । ସେପ୍ଟେମ୍ବର 5 ତାରିଖରୁ ବର୍ଷା (Rain)ବଢ଼ିବ । ସେପ୍ଟେମ୍ବର 6 ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (Rain)ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପ୍ଟେମ୍ବର 5 ତାରିଖରେ ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, କନ୍ଧମାଳ ଜିଲ୍ଲା, କେନ୍ଦୁଝର ଜିଲ୍ଲା, ମୟୂରଭଞ୍ଜ ଜିଲ୍ଲା, ମାଲକାନଗିରି ଜିଲ୍ଲା,କୋରାପୁଟ ଜିଲ୍ଲା ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (Rain) ସମ୍ଭାବନା ଅଛି ।

ପ୍ରକାଶ ଥାଉ ଯେ, ସେହିପରି ସେପ୍ଟେମ୍ବର 6 ତାରିଖରେ ଏବଂ 7 ତାରିଖରେ ମଧ୍ୟ ଦକ୍ଷିଣ ଓଡିଶାର ଠାଏ ଠାଏ ସ୍ଥାନରେ ପ୍ରବଳ ବର୍ଷା (Rain) ହେବ । ସେପ୍ଟେମ୍ବର 8 ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ଉପକୂଳର କିଛି ସ୍ଥାନରେ ଅଧିକ ଛେଚିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ସେପ୍ଟେମ୍ବରରେ ବାତ୍ୟା ନୁହେଁ କେବଳ ବର୍ଷା....

ଆସୁଛି 2ଟି ଲଘୁଚାପ:ଗୋଟିଏ ସେପ୍ଟେମ୍ବର 6 ରେ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments