1. କୃଷି ଖବର

ସେପ୍ଟେମ୍ବରରେ ବାତ୍ୟା ନୁହେଁ କେବଳ ବର୍ଷା....

ସେପ୍ଟେମ୍ବର ମାସରେ ନାହିଁ ବାତ୍ୟାର ଆଶଙ୍କା ବୋଲି ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ । ଆସନ୍ତା ସପ୍ତାହରୁ ରାଜ୍ୟରେ ବର୍ଷା । ଆସୁଛି 2ଟି ଲଘୁଚାପ । ଗୋଟିଏ ସେପ୍ଟେମ୍ବର 6 ତାରିଖ ବେଳକୁ ଅନ୍ୟଟି ସେପ୍ଟେମ୍ବର 13 ତାରିଖ ବେଳକୁ ଆସିବା ସମ୍ଭାବନା ରହିଛି ।

Sudesna Nayak
Sudesna Nayak
weather update rain in odisha no cyclone possibility in september

weather update rain in odisha no cyclone possibility in september

ସେପ୍ଟେମ୍ବର (September)ମାସରେ ନାହିଁ ବାତ୍ୟା (Cyclone)ର ଆଶଙ୍କା ବୋଲି ସୂଚନା ଦେଲେ ପାଣିପାଗ ବିଶେଷଜ୍ଞ । ଆସନ୍ତା ସପ୍ତାହରୁ ରାଜ୍ୟରେ ବର୍ଷା (Rain)। ଆସୁଛି 2ଟି ଲଘୁଚାପ (Thunderstorm)। ଗୋଟିଏ ସେପ୍ଟେମ୍ବର 6 ତାରିଖ ବେଳକୁ ଅନ୍ୟଟି ସେପ୍ଟେମ୍ବର 13 ତାରିଖ ବେଳକୁ ଆସିବା ସମ୍ଭାବନା ରହିଛି ।

ସୂଚନା ଅନୁଯାୟୀ, ସେପ୍ଟେମ୍ବର 5 ତାରିଖରୁ ବର୍ଷା (Rain)ବଢ଼ିବ । ସେପ୍ଟେମ୍ବର 6 ତାରିଖରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା (Rain)ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 8 ଜିଲ୍ଲାକୁ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପୁରୀ, ଖୋର୍ଦ୍ଧା ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ରାୟଗଡ଼ା ଜିଲ୍ଲା, କନ୍ଧମାଳ ଜିଲ୍ଲା, କଳାହାଣ୍ଡି ଜିଲ୍ଲା ଓ ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି ।

ସେହିପରି ସେପ୍ଟେମ୍ବର 13 ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ (Thunderstorm) ହୋଇପାରେ । ଏହି ସମୟରେ ବର୍ଷା (Rain)ର ପରିମାଣ ବଢ଼ିବା ନେଇ ସୂଚନା ରହିଛି । 

ପ୍ରକାଶ ଥାଉ ଯେ, ସେପ୍ଟେମ୍ବର 3 ତାରିଖରେ 10ଟି ଜିଲ୍ଲା ଓ ସେପ୍ଟେମ୍ବର 4 ତାରିଖରେ 17 ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି ।

ଆସୁଛି 2ଟି ଲଘୁଚାପ:ଗୋଟିଏ ସେପ୍ଟେମ୍ବର 6 ରେ...

2ଦିନ ଛେଚିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments