1. କୃଷି ଖବର

ବିକାଶ କେବଳ ବଜେଟ୍‌, ଟେଣ୍ଡର, ଭିତ୍ତି ପ୍ରସ୍ତର,ଉଦ୍‌ଘାଟନରେ ସୀମିତ ନୁହେଁ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂ ଠାରେ ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଉଦ୍‌ଘାଟନ କରିଛନ୍ତି ଏବଂ ଦେଶ ଊଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି l

Tanushree Mahapatra
Tanushree Mahapatra
Development is not limited to budgets, tenders, laying foundation stones and inaugurations

Development is not limited to budgets, tenders, laying foundation stones and inaugurations

ପ୍ରଧାନମନ୍ତ୍ରୀ ମେଘାଳୟର ଶିଲଂ ( Pm Narendra Modi ) ଠାରେ ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଉଦ୍‌ଘାଟନ କରିଛନ୍ତି ଏବଂ ଦେଶ ଊଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି l  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେଘାଳୟର ଶିଲଂ ଠାରେ ଆଜି ୨୪୫୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ପ୍ରକଳ୍ପ ଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି, ଉଦ୍‌ଘାଟନ କରିଛନ୍ତି ଏବଂ ଦେଶ ଊଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ଶିଲଂରେ ଥିବା ରାଜ୍ୟ ସମ୍ମିଳନୀ କେନ୍ଦ୍ରରେ ଉତ୍ତର ପୂର୍ବାଂଚଳ ପରିଷଦର ବୈଠକରେ ଯୋଗ ଦେଇ ଏହାର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଅଂଶ ଗ୍ରହଣ କରିଥିଲେ ।

ଏକାଧିକ ଉଦ୍‌ଘାଟିତ ୪ଜି ମୋବାଇଲ୍ ଟାୱାର ପ୍ରକଳ୍ପ ଗୁଡିକ ମଧ୍ୟରୁ ୩୨୦ ସଂପୂର୍ଣ୍ଣ ହୋଇଛି ଏବଂ ୮୯୦ ନିର୍ମାଣାଧୀନ ରହିଛି । ଉମସାୱଲିରେ ଆଇଆଇଏମ୍ ଶିଲଙ୍ଗର ନୂତନ କ୍ୟାମ୍ପସ୍‌, ଶିଲଙ୍ଗ - ଡିଏଙ୍ଗପାସୋ ରୋଡ୍ ନୂତନ ଶିଲଂ ସାଟେଲାଇଟ୍ ଟାଉନସିପ୍ ଏବଂ ତିନୋଟି ରାଜ୍ୟ, ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶର ଅନ୍ୟ ଚାରିଟି ସଡ଼କ ପ୍ରକଳ୍ପ ସହିତ ଉନ୍ନତ ସଂଯୋଗ ଯୋଗାଇବ ।

ପ୍ରଧାନମନ୍ତ୍ରୀ ମେଘାଳୟରେ ଛତୁ ବିକାଶ କେନ୍ଦ୍ର ଏବଂ ସମନ୍ୱିତ ମହୁମାଛି ବିକାଶ କେନ୍ଦରେ ସ୍ପନ୍ ଲାବୋରେଟୋରୀ ଉଦ୍‌ଘାଟନ କରିଛନ୍ତି । ଏବଂ ଏହା ସହିତ ମିଜୋରାମ, ମଣିପୁର, ତ୍ରିପୁରା ଏବଂ ଆସାମର ୨୧ ଟି ହିନ୍ଦୀ ଲାଇବ୍ରେରୀର ଉଦଘାଟନ ମଧ୍ୟ କରିଛନ୍ତି । ଆସାମ, ମେଘାଳୟ, ମଣିପୁର, ମିଜୋରାମ ଏବଂ ତ୍ରିପୁରା ରାଜ୍ୟ ଗୁଡିକରେ ୬ଟି ସଡକ ପ୍ରକଳ୍ପ ଗୁଡିକର ଭିତ୍ତିପସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ । ସେ ତୁରା ଏବଂ ଶିଲଂ ଟେକ୍ନୋଲୋଜି ପାର୍କ ପର୍ଯ୍ୟାୟ - ୨ରେ ସମନ୍ୱିତ ଆତିଥ୍ୟ ଏବଂ ସମ୍ମିଳନୀ କେନ୍ଦ୍ରର ଭିତ୍ତିପ୍ରସ୍ତର ମଧ୍ୟ ସ୍ଥାପନ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ମେଘାଳୟ ଏମିତି ଏକ ରାଜ୍ୟ ଯାହା ପ୍ରକୃତି ଏବଂ ସଂସ୍କୃତିରେ ସମୃଦ୍ଧ ଏବଂ ଏହି ସମୃଦ୍ଧତା ଲୋକ ମାନଙ୍କର ଉତ୍ସାହ ଏବଂ ସ୍ୱାଗତ କରିବାର ପ୍ରକୃତିରେ ପ୍ରତିଫଳିତ ହୋଇଥାଏ । ସେ ମେଘାଳୟର ନାଗରିକ ମାନଙ୍କୁ ରାଜ୍ୟରେ ଅଧିକ ବିକାଶ ପାଇଁ ସଂଯୋଗ, ଶିକ୍ଷା, ଦକ୍ଷତା ଏବଂ ରୋଜଗାର ଠାରୁ ଆରମ୍ଭ କରି ଅନେକ ଆଗକୁ ହେବାକୁ ଥିବା ତଥା ନୂତନ ଉଦ୍‌ଘାଟିତ ପ୍ରକଳ୍ପ ଗୁଡିକ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

 

“ବିକାଶ କେବଳ ବଜେଟ୍‌, ଟେଣ୍ଡର, ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଉଦ୍‌ଘାଟନୀ ଉତ୍ସବ ଭିତରେ ସୀମିତ ନୁହେଁ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେ ତାଙ୍କ ବକ୍ତବ୍ୟରେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ୨୦୧୪ ପୂର୍ବରୁ ଏମିତି ବିଚାରଧାରା ଥିଲା, “ଆଜି ଆମେ ଯେଉଁ ପରିବର୍ତ୍ତନ ଦେଖୁଛୁ, ତାହା ଆମର ଉଦ୍ଦେଶ୍ୟର ପରିବର୍ତ୍ତନର ଫଳାଫଳ, ସଂକଳ୍ପ, ପ୍ରାଥମିକତା ଏବଂ ଆମର କାର୍ଯ୍ୟ ସଂସ୍କୃତି, ଯାହାର ଫଳାଫଳ ଆମ ପ୍ରକ୍ରିୟାରେ ଦେଖିବାକୁ ମିଳେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, କେନ୍ଦ୍ର ସରକାର ଚଳିତ ବର୍ଷ କେବଳ ଭିତ୍ତିଭୂମି ପାଇଁ ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ୮ ବର୍ଷ ପୂର୍ବେ ଏହି ଖର୍ଚ୍ଚ ୨ ଲକ୍ଷ କୋଟି ଟଙ୍କାରୁ ମଧ୍ୟ କମ୍ ଥିଲା । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଭିତ୍ତିଭୂମି ବୃଦ୍ଧି ପାଇଁ ରାଜ୍ୟମାନେ ନିଜ ଭିତରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ଲାଗିଛନ୍ତି ।

ଆଜି ଉଦ୍‌ଘାଟିତ ହୋଇଥିବା ସଂଯୋଗୀକରଣ ପ୍ରକଳ୍ପ ଗୁଡିକ ଉପରେ ପ୍ରଧାନମନ୍ତ୍ରୀ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ସୂଚନା ଦେଇଛନ୍ତି ଯେ ଗତ ୮ ବର୍ଷ ମଧ୍ୟରେ ମେଘାଳୟ ରାଜ୍ୟରେ ଜାତୀୟ ରାଜପଥ ନିର୍ମାଣ କ୍ଷେତ୍ରରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏବଂ ସେହି ସମୟରେ ନିର୍ମିତ ହୋଇଥିବା ଗ୍ରାମୀଣ ରାସ୍ତା ସଂଖ୍ୟା ବହୁତ ଅଧିକ ଅଟେ । ମେଘାଳୟରେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧୀନରେ ପୂର୍ବ ୨୦ ବର୍ଷରେ ନିର୍ମିତ ହୋଇଥିବା ସଡକ ତୁଳନାରେ ଏହା ସାତ ଗୁଣ ଅଧିକ ଅଟେ ।

ଉତ୍ତର- ପୂର୍ବର ଯୁବକ ମାନଙ୍କ ପାଇଁ ବୃଦ୍ଧି ପାଉଥିବା ଡିଜିଟାଲ ସଂଯୋଗ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ୨୦୧୪ ତୁଳନାରେ ଉତ୍ତର - ପୂର୍ବାଂଚଳରେ ଅପ୍ଟିକାଲ ଫାଇବର କଭରେଜ ୪ ଗୁଣ ଏବଂ ମେଘାଳୟରେ ୫ ଗୁଣ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଥିଲେ ଯେ, ୫ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଅଂଚଳର ପ୍ରତ୍ୟେକ ଅଂଶକୁ ମୋବାଇଲ୍ ସଂଯୋଗ ପ୍ରଦାନ କରିବା ପାଇଁ ୬ ହଜାର ମୋବାଇଲ୍ ଟାୱାର ନିର୍ମାଣ କରାଯାଉଛି । “ଏହି ଭିତ୍ତିଭୂମି ମେଘାଳୟର ଯୁବକ ମାନଙ୍କୁ ନୂତନ ସୁଯୋଗ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ଶିକ୍ଷା ଭିତ୍ତିଭୂମି ସମ୍ପର୍କରେ ପ୍ରଧାନମନ୍ତ୍ରୀ ମନ୍ତବ୍ୟ ଦେଇଛନ୍ତି ଯେ ଆଇଆଇଏମ୍ ଏବଂ ଟେକ୍ନୋଲୋଜି ପାର୍କ ଶିକ୍ଷା ସହିତ ଏହି ଅଂଚଳରେ ରୋଜଗାରର ସୁଯୋଗ ମଧ୍ୟ୍ର ବୃଦ୍ଧି ପାଇବ । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ, ଉତ୍ତର- ପୂର୍ବାଂଚଳରେ ୧୫୦ ରୁ ଅଧିକ ଏକଲବ୍ୟ ବିଦ୍ୟାଳୟ ନିର୍ମାଣ କରା ଯାଉଛି , ସେଥି ମଧ୍ୟରୁ ୩୯ ଟି ମେଘାଳୟରେ ରହିଛି ।

ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ଭୁପେନ୍ଦରଙ୍କ ର ଜୈବ ବିବିଧତା ସମ୍ମିଳନୀରେ ଜାତୀୟ ବିବୃତ୍ତି

ଦେଶର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଖାଦ୍ୟ ଶସ୍ୟ ଅଛି

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments