1. କୃଷି ଖବର

ସିକୋ ଏବଂ ବେତରଜଙ୍ଗରେ ଖୋଲିଲା ଧାନମଣ୍ଡି

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ଶଗଡ଼ଭଙ୍ଗା-ବେତରଜଙ୍ଗ ସେବା ସମବାୟ ସମିତି ଲିଃ ଚାଷୀ କମିଟିର ସଭାପତି ସୁରେନ୍ଦ୍ରକୁମାର ବେହେରାଙ୍କ ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମ୍ପାଦକ ଦିଲ୍ଲୀପକୁମାର ସାହୁ, ପୂର୍ବତନ ସଭାପତି ମମତା ବେହୁରାଆର ଏମ ସି ମେୟର ପୂର୍ଣ୍ଣଚନ୍ଦ୍ର ପକ୍ଷଲଟାସିଂହ, ବିନୋଦବିହାରି ବିଶ୍ୱାଳ, ଦୀପକ କୁମାର ପ୍ରତିହାରୀ, ଜଗନ୍ନାଥ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀ ସୁବିଧାରେ ଧାନ ବିକ୍ରୟ କରିବା ପାଇଁ ସରକାର ମଣ୍ଡି ବ୍ୟବସ୍ଥା କରିଛନ୍ତି ।

KJ Staff
KJ Staff

ବେଗୁନିଆ : ବେଗୁନିଆ ବ୍ଲକ ଅଧିନସ୍ଥ ଶଗଡ଼ଭଙ୍ଗା-ବେତରଜଙ୍ଗ ସେବା ସମବାୟ ସମିତି ଲିଃ ଚାଷୀ କମିଟିର ସଭାପତି ସୁରେନ୍ଦ୍ରକୁମାର ବେହେରାଙ୍କ ଦ୍ୱାରା ଧାନମଣ୍ଡି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ସମ୍ପାଦକ ଦିଲ୍ଲୀପକୁମାର ସାହୁ, ପୂର୍ବତନ ସଭାପତି ମମତା ବେହୁରାଆର ଏମ ସି ମେୟର ପୂର୍ଣ୍ଣଚନ୍ଦ୍ର ପକ୍ଷଲଟାସିଂହ, ବିନୋଦବିହାରି ବିଶ୍ୱାଳ, ଦୀପକ କୁମାର ପ୍ରତିହାରୀ, ଜଗନ୍ନାଥ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ । ଚାଷୀ ସୁବିଧାରେ ଧାନ ବିକ୍ରୟ କରିବା ପାଇଁ ସରକାର ମଣ୍ଡି ବ୍ୟବସ୍ଥା କରିଛନ୍ତି । ଧାନର ଉଚିତ ଦାମ ସଠିକ ସମୟରେ କିପରି ପାଇ ପାରିବେ ସେ ସମ୍ପର୍କରେ ସମ୍ପାଦକ ଚାଷୀ ମାନଙ୍କୁ ସୂଚନା ଦେଇଥିଲେ । ଆଜି ୪୩ଜଣ ଚାଷୀ ୧ହଜାର କ୍ବୁଣ୍ଟାଲ ଧାନ ଦେବା ପାଇଁ ଟୋକେନ୍ ପାଇଥିଲେ । ସେହିପରି ସିକୋ ସମବାୟ ସମିତି ଲିଃ ରେ ପରିଚାଳକ ପ୍ରଦୀପ ମହାପାତ୍ରଙ୍କ ଦ୍ଵାରା ଉଦ୍‌ଘାଟିତ ହୋଇଥିଲା । ଏଥିରେ ସମ୍ପାଦକ ମାନସ ରଞ୍ଜନ ରଣସିଂହ, ସହ ସମ୍ପାଦକ ତାପସ ରଞ୍ଜନ ଆଚାର୍ଯ୍ୟ, ସରପଞ୍ଚ ସୁରେଶ କୁମାର ସାହୁ, ପୂର୍ବତନ ସଭାପତି ପୂର୍ଣ୍ଣଚନ୍ଦ୍ର ଭୁଜବଳ ଉପସ୍ଥିତ ରହିଥିଲେ । ୨୧ ଜଣ ଚାଷୀଙ୍କ ଠାରୁ ୮ଶହ କ୍ବୁଣ୍ଟାଲ ଧାନ ସଂଗ୍ରହ କରାଯାଇଥିଲା ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments