1. କୃଷି ଖବର

କୃଷିରେ ଚାଷୀଙ୍କ ସଫଳତା ପାଳନ କଲା ଧନୁକା ଏଗ୍ରିଟେକ୍

ଏହି କାର୍ଯ୍ୟକ୍ରମରେ ଧାନୁକା ଏଗ୍ରିଟେକ୍ ଏହାର ଅଭିନବ କୃଷି ସମାଧାନକୁ ଭାରତର ବିଭିନ୍ନ ସ୍ଥାନରୁ କୃଷକ, ବିଶେଷଜ୍ଞ ଏବଂ ଉପସ୍ଥିତ ଭାଗଚାଷୀ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରିଥିଲା।

Tanushree Mahapatra
Tanushree Mahapatra
Dhanuka Agritech Celebrates Excellence in Farming

Dhanuka Agritech Celebrates Excellence in Farming

କୃଷି ଜାଗରଣ ଦ୍ୱାରା ଆୟୋଜିତ ହୋଇଥିବା "ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪"ରେ  ଅଗ୍ରଣୀ ସାର କମ୍ପାନୀ ଧାନୁକା ଏଗ୍ରିଟେକ୍ ୩ ଦିନିଆ କାର୍ଯ୍ୟକ୍ରମରେ ମିଲେନିୟର୍ ଆଖୁ ବର୍ଗକୁ ସମର୍ଥନ କରି ସମ୍ମାନିତ ହୋଇଥିଲେ । ଏହି କୃଷି ସମ୍ମିଳନୀଟି କୃଷି ସମ୍ପ୍ରଦାୟର ଉଜ୍ଜ୍ୱଳ ମନ ଏବଂ ଚାଷୀର ପରିଶ୍ରମୀ ହାତକୁ ଏକତ୍ରିତ କରି ସେମାନଙ୍କର ଉତ୍ସର୍ଗୀକୃତତା ଏବଂ ସଫଳତାକୁ ପାଳନ କରିଥିଲା l

ଏହି କାର୍ଯ୍ୟକ୍ରମରେ ଧାନୁକା ଏଗ୍ରିଟେକ୍ ଏହାର ଅଭିନବ କୃଷି ସମାଧାନକୁ ଭାରତର ବିଭିନ୍ନ ସ୍ଥାନରୁ କୃଷକ, ବିଶେଷଜ୍ଞ ଏବଂ ଉପସ୍ଥିତ ଭାଗଚାଷୀ ଦର୍ଶକଙ୍କ ନିକଟରେ ପ୍ରଦର୍ଶନ କରିଥିଲା। ଧାନୁକା କମ୍ପନୀର ଆଖୁ ବର୍ଗରେ ଉତ୍କର୍ଷତା ପାଇଁ ଉତ୍ତରପ୍ରଦେଶର ମୁଜାଫରନଗରରୁ ଜଣେ ପୁରସ୍କାର ପ୍ରାପ୍ତ କୃଷକଙ୍କୁ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ କରାଯାଇଥିଲା । ଏହି କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ କୃଷି ଅଭ୍ୟାସରେ ଉତ୍କର୍ଷତା ଏବଂ ନୂତନତ୍ୱର ଏକ ମାନଦଣ୍ଡ ସ୍ଥିର କରିଛି l

"ମିଲେନିୟର୍ ଫାର୍ମର ଅଫ୍ ଇଣ୍ଡିଆ ଆୱାର୍ଡ ୨୦୨୪" (MFOI) ପୁରସ୍କାର ହେଉଛି ଏକ ସମ୍ମାନଜନକ କାର୍ଯ୍ୟକ୍ରମ ଯାହା କୃଷକ, କୃଷି ଉଦ୍ଭାବକ ଏବଂ ବିଶ୍ୱର କୃଷି ଗୁରୁଙ୍କୁ ଏକତ୍ର କରି ଚାଷର ଭବିଷ୍ୟତ ଗଠନ କରିବାରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି l ଭାରତର ଅର୍ଥନୀତି ଏବଂ କୃଷି ଶକ୍ତି ଏହାର କୃଷକଙ୍କ କଠିନ ପରିଶ୍ରମ ଉପରେ ନିର୍ମିତ, ଯଦିଓ ସେମାନଙ୍କ ଉଦ୍ୟମକୁ ଅନେକ ସମୟରେ ଅଣଦେଖା କରାଯାଏ l ଏହି କାର୍ଯ୍ୟକ୍ରମ କୃଷକମାନଙ୍କୁ ଚିହ୍ନିବା ପାଇଁ ଉଦ୍ଦିଷ୍ଟ, ଯେଉଁମାନେ ନବସୃଜନ, ସ୍ଥିରତା ଏବଂ ନିରନ୍ତର ଅଭ୍ୟାସ ମାଧ୍ୟମରେ କୃଷିରେ ଏକ ନୂତନ ତଥା ବୈପ୍ଲବିକ ପରିବର୍ତ୍ତନ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି l

ଭାରତର କୃଷକଙ୍କ କୃଷିରେ ସ୍ଥିରତା ଉତ୍ସବରେ ଅଂଶଗ୍ରହଣ କରି ଧାନୁକା ଏଗ୍ରିଟେକ୍ କୃଷି ଜାଗରଣକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି l ଧାନୁକା ଏଗ୍ରିଟେକ୍ ର ମୂଳ ଲକ୍ଷ୍ୟ ହେଉଛି କୃଷକମାନଙ୍କୁ ଅତ୍ୟାଧୁନିକ ସମାଧାନ ସହିତ ସୁସଜ୍ଜିତ କରିବା ଯାହା କେବଳ ଉତ୍ପାଦନ ବୃଦ୍ଧି ନୁହେଁ ବରଂ ଦୀର୍ଘମିଆଦି ସ୍ଥିରତା ମଧ୍ୟ ବୃଦ୍ଧି କରିଥାଏ । ଚେୟାରମ୍ୟାନ୍ ଏମିରିଟସ୍ ଡକ୍ଟର ଆର.ଆର ଅଗ୍ରୱାଲ ( ଧନୁକା ଆଗ୍ରିଟେକ୍ ଲିମିଟେଡ୍ ) କହିଛନ୍ତି- " ସଫଳତା ପୁରସ୍କାର ବିଜେତା କୃଷକ କିପରି କୃଷିକୁ ରୂପାନ୍ତର କରିପାରିବ ତାହାର ଏକ ଶକ୍ତିଶାଳୀ ଉଦାହରଣ ଭାବରେ ଛିଡା ହୋଇଛି ଏବଂ ଅନ୍ୟ ସମସ୍ତ ପୁରସ୍କାର ପ୍ରାପ୍ତ ବ୍ୟକ୍ତିଙ୍କୁ ଧାନୁକା ଏଗ୍ରିଟେକ୍ ଅଭିନନ୍ଦନ ଜ୍ଞାପନ କରିଛି l ଯାହାର ଅତୁଳନୀୟ ଅବଦାନ ଆମ ସମସ୍ତଙ୍କୁ ପ୍ରେରଣା ଯୋଗାଇଥାଏ l "

ଧାନୁକା ଏଗ୍ରିଟେକ୍ କୃଷକମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଏବଂ କୃଷିରେ ସ୍ଥାୟୀ ଭବିଷ୍ୟତ ସୃଷ୍ଟି କରିବାକୁ ଚେଷ୍ଟା କରି ଭାରତୀୟ କୃଷକଙ୍କ ଏହି ଯାତ୍ରାରେ ଅଂଶୀଦାର ହୋଇ ଗର୍ବିତ l କମ୍ପାନୀ କୃଷି ସମ୍ପ୍ରଦାୟକୁ ପ୍ରଶଂସା କରେ ଏବଂ ଆଗାମୀ ସମୟରେ ସେମାନଙ୍କର ସଫଳତାର ମାଇଲଖୁଣ୍ଟ ହାସଲ କରିବାରେ ସେମାନଙ୍କର ନିରନ୍ତର ସଫଳତା ପାଇଁ ସମର୍ଥନ ବଢ଼ାଇଥାଏ l

ଧାନୁକା ବିଷୟରେ :

ଧାନୁକା ଗ୍ରୁପ୍ ହେଉଛି ଭାରତର ଅଗ୍ରଣୀ ଉଦ୍ଭିଦ ସାର ସୁରକ୍ଷା କମ୍ପାନୀ, BSE ଏବଂ NSE ରେ ତାଲିକାଭୁକ୍ତ l ଗୁଜୁରାଟ, ରାଜସ୍ଥାନ, ଏବଂ ଜାମ୍ମୁ କାଶ୍ମୀରରେ ୪ ଟି ଉତ୍ପାଦନ ୟୁନିଟ୍ ସହିତ ଧାନୁକା ୪୧ ଗୋଦାମ ଏବଂ ୬,୫୦୦ ବିତରକ ଏବଂ ପ୍ରାୟ ୮୦,୦୦୦  ଖୁଚୁରା ବ୍ୟବସାୟୀଙ୍କ ନେଟୱାର୍କ ମାଧ୍ୟମରେ କାର୍ଯ୍ୟ କରନ୍ତି l ଅଗ୍ରଣୀ କୃଷି-ରାସାୟନିକ କମ୍ପାନୀଗୁଡିକ ସହିତ କମ୍ପାନୀର ଆନ୍ତର୍ଜାତୀୟ ସହଯୋଗ ଭାରତୀୟ ଚାଷ ଜମିରେ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରବର୍ତ୍ତନ କରେ l ୧୦୦୦ ରୁ ଅଧିକ ଟେକ୍ନୋ-ବାଣିଜ୍ୟିକ କର୍ମଚାରୀଙ୍କ ଏକ କର୍ମଜୀବୀ ଦ୍ୱାରା ସମର୍ଥିତ ଏବଂ ଏକ ଦୃଢ଼ R&D ବିଭାଗ ଏବଂ ବିତରଣ ନେଟୱାର୍କ ଦ୍ୱାରା ସମର୍ଥିତ l ଧାନୁକା ଏହାର ଉତ୍ପାଦ ଏବଂ ସେବା ସହିତ ପ୍ରାୟ ୧୦ ନିୟୁତ ଭାରତୀୟ କୃଷକଙ୍କୁ ସେବା ଯୋଗାଉଛନ୍ତି l

Read more:

ଇଣ୍ଡମ କିସମ ମକାରେ ମିଳୁଛି ଭଲ ଲାଭ

କଦଳୀ ପତ୍ର ଏବଂ ଆଖୁ ବର୍ଜ୍ୟରୁ ତିଆରି ପ୍ଲେଟ୍ ପ୍ରତି ବଢ଼ୁଚି ଆଗ୍ରହ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ