News

ଡିଜେଲ ଦର ହ୍ରାସ, ଚାଷୀଙ୍କୁ କଣ ମିଳିବ ଲାଭ ?

ଖରିଫ ଋୁତୁ ଆରମ୍ଭରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ(oil price cut) କରି ଚାଷୀଙ୍କ ମୁଣ୍ଡରୁ ବୋଝ ହାଲୁକା କରିଛନ୍ତି କେନ୍ଦ୍ର ସରକାର । ଡିଜେଲ ଦାମ ହ୍ରାସ ହେବା ଯୋଗୁଁ ଚାଷୀଙ୍କୁ ଏହାର ବଡ ଲାଭ ମିଳିବ ।

22 May, 2022 5:11 PM IST By: Shuvanshu Kar

ଖରିଫ ଋୁତୁ ଆରମ୍ଭରୁ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ(oil price cut) କରି ଚାଷୀଙ୍କ ମୁଣ୍ଡରୁ ବୋଝ ହାଲୁକା କରିଛନ୍ତି କେନ୍ଦ୍ର ସରକାର । ଡିଜେଲ ଦାମ ହ୍ରାସ ହେବା ଯୋଗୁଁ ଚାଷୀଙ୍କୁ ଏହାର ବଡ ଲାଭ ମିଳିବ । କାରଣ ଏହି ଋୁତୁରେ ଚାଷ ପାଇଁ ଟ୍ରାକ୍ଟରର ବ୍ୟବହାର ହୋଇଥାଏ । ତେବେ ବର୍ତ୍ତମାନ ତୈଳ ଦର ହ୍ରାସ ଫଳରେ ହଳ ପାଇଁ ଲାଗୁଥିବା ଟ୍ରାକ୍ଟରରେ ବ୍ୟବହୃତ ଡିଜେଲର ଅଧିକ ମୂଲ୍ୟ ଦେବାକୁ ପଡିବନି ।

ଡିଜେଲ ମୂଲ୍ୟ କମିବା(oil price cut) ଫଳରେ ଚାଷୀଙ୍କ ଖର୍ଚ୍ଚ ବଞ୍ଚିବ । କେବଳ ସେତିକି ନୁହେଁ, କୃଷି ଖର୍ଚ୍ଚ ମଧ୍ୟ କମିବ । ତେବେ ତୈଳ ଦର ହ୍ରାସ ନେଇ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି ଚାଷୀ ।

ଡିଜେଲ ଦର ବୃଦ୍ଧି କାରଣରୁ ଚାଷୀମାନେ ଚିନ୍ତାରେ ଥିଲେ । ପ୍ରବଳ ଖରା ଓ ଗରମରେ ବିଦ୍ୟୁତ କାଟ କାରଣରୁ ଚାଷୀମାନେ ଡିଜେଲ ପମ୍ପର ବ୍ୟବହାର କରୁଥିଲେ । ତେବେ ଡିଜେଲ ଦର ହ୍ରାସ ଫଳରେ ବର୍ତ୍ତମାନ ଚାଷୀଙ୍କ ସିଞ୍ଚନ ଖର୍ଚ୍ଚ ମଧ୍ୟ କମିବ । ଏଥିରୁ ଚାଷୀଙ୍କୁ ବଡ ଆଶ୍ବସ୍ତି ମିଳିବ ।

ସେହିପରି ଖରିଫ ଋୁତୁରେ ଧାନ ବୁଣିବା ସମୟରେ ଭଲ ଭାବରେ ଜମିକୁ ହଳ କରିବାକୁ ପଡିଥାଏ । ଘଣ୍ଟା ଘଣ୍ଟା ଧରି ଟ୍ରାକ୍ଟର ଚାଲେ । ଏଥିରେ ପ୍ରଚୁର ଡିଜେଲ ଖର୍ଚ୍ଚ ହୁଏ । ଡିଜେଲ ମହଙ୍ଗା ହେବା କାରଣରୁ ଟ୍ରାକ୍ଟର ଯୋଗେଁ ହଳ କରିବା ପାଇଁ ଚାଷୀଙ୍କୁ ଅନେକ ଖର୍ଚାନ୍ତ ହେବାକୁପଡୁଥିଲା । ବର୍ତ୍ତମାନ ଡିଜେଲ ଦର କମିବା କ୍ଷୂଦ୍ର ଚାଷୀଙ୍କ ପାଇଁ ଏହା ବଡ ଆଶ୍ବସ୍ତିକର ଖବର ।

ପେଟ୍ରୋଲ ଓ ଡିଜେଲ୍ ଉପରୁ ଏକ୍ସାଇଜ୍ ଡ୍ୟୁଟି କମାଇଛନ୍ତି କେନ୍ଦ୍ର ସରକାର । ଡିଜେଲ ଉପରୁ ୬ଟଙ୍କା ଏକ୍ସସାଇଜ ଡ୍ୟୁଟି ଓ ପେଟ୍ରୋଲ ଉପରୁ ୮ଟଙ୍କା ଏକ୍ସସାଇଜ ଡ୍ୟୁଟି କମ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଫଳରେ ପେଟ୍ରୋଲ ୯ଟଙ୍କା ୫୦ପଇସା ଓ ଡିଜେଲ ୭ଟଙ୍କା କମିବ । ଆଜିଠାରୁ ନୂଆ ଦର ଲାଗୁ ହୋଇଛି ।

ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକଇବ: ପ୍ରଧାନମନ୍ତ୍ରୀ

ପେଟ୍ରୋଲ ,ଡିଜେଲର ନୂଆ ମୂଲ୍ୟ, ଜାଣନ୍ତୁ କେଉଁଠି ରହିବ କେତେ ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)