1. କୃଷି ଖବର

ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକଇବ: ପ୍ରଧାନମନ୍ତ୍ରୀ

ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ଉପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାର । ଆମପାଇଁ ନାଗରିକ ସର୍ବପ୍ରଥମ ବୋଲି କହିଛ୍ତି ପ୍ରଧାନମନ୍ତ୍ରୀ ।

Shuvanshu Kar
Shuvanshu Kar
PM Narendra Modi's reaction on petrol and diesel price cut

PM Narendra Modi's reaction on petrol and diesel price cut

ପ୍ରଧାନମନ୍ତ୍ରୀ କହିଛନ୍ତି, ଉଜ୍ଜ୍ୱଳା ସବସିଡି ସମ୍ପର୍କରେ ଆଜିର ନିଷ୍ପତ୍ତି ଓ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ଜୀବନଯାତ୍ରା ସୁଗମ କରିବ ।

ନିଷ୍ପତ୍ତି ସମ୍ପର୍କରେ ଅର୍ଥମନ୍ତ୍ରୀଙ୍କ ଟ୍ୱିଟ ଉଦ୍ଧୃତି ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରିଛନ୍ତି ।

“ଆମପାଇଁ ନାଗରିକ ସର୍ବପ୍ରଥମ । ଆଜିର ନିଷ୍ପତ୍ତି ବିଶେଷ କରି ପେଟ୍ରୋଲ ଓ ଡିଜେଲ ଦାମରେ ହୋଇଥିବା ଉଲ୍ଲେଖନୀୟ ହ୍ରାସ ବିଭିନ୍ନ କ୍ଷେତ୍ର ଉପରେ ସକାରାତ୍ମକ ପ୍ରଭାବ ପକାଇବା ସହ ଦେଶର ନାଗରିକଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ ଓ ଜୀବନଯାତ୍ରାକୁ ସୁଗମ କରିବ ।

ଉଜ୍ଜ୍ୱଳା ଯୋଜନା ଦ୍ୱାରା କୋଟି କୋଟି ଭାରତୀୟ, ବିଶେଷ କରି ମହିଳା ଉପକୃତ ହୋଇଛନ୍ତି । ଉଜ୍ଜ୍ୱଳା ସବସିଡି ସମ୍ପର୍କରେ ଆଜିର ନିଷ୍ପତ୍ତି ପରିବାରର ବଜେଟ କମାଇବ ।”

ପେଟ୍ରୋଲ ଓ ଡିଜେଲ୍ ଉପରୁ ଏକ୍ସାଇଜ୍ ଡ୍ୟୁଟି କମାଇଛନ୍ତି କେନ୍ଦ୍ର ସରକାର । ଡିଜେଲ ଉପରୁ ୬ଟଙ୍କା ଏକ୍ସସାଇଜ ଡ୍ୟୁଟି ଓ ପେଟ୍ରୋଲ ଉପରୁ ୮ଟଙ୍କା ଏକ୍ସସାଇଜ ଡ୍ୟୁଟି କମ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ଫଳରେ ପେଟ୍ରୋଲ ୯ଟଙ୍କା ୫୦ପଇସା ଓ ଡିଜେଲ ୭ଟଙ୍କା କମିବ । ଆଜିଠାରୁ ନୂଆ ଦର ଲାଗୁ ହୋଇଛି ।

ସେହିପରି ଉଜ୍ଜଳା ଯୋଜନା ଆଧାରରେ ଏଲପିଜି ସିଲିଣ୍ଡରରେ ୨୦୦ ଟଙ୍କା ସବସିଡି ମିଳିବ । ଏ ନେଇ ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ବର୍ଷକୁ ୧୨ଟି ଏଲପିଜି ସିଲିଣ୍ଡରରେ ମିଳିବ ୨ଶହ ଟଙ୍କାର ସବସିଡି । ଯାହାଦ୍ୱାରା ୯କୋଟିରୁ ଅଧିକ ଲୋକେ ଲାଭବାନ ହେବେ ।

ପେଟ୍ରୋଲ ,ଡିଜେଲର ନୂଆ ମୂଲ୍ୟ, ଜାଣନ୍ତୁ କେଉଁଠି ରହିବ କେତେ ?

ପେଟ୍ରୋଲ,ଡିଜେଲ ସହ ଏହି ସବୁ ସାମଗ୍ରୀରୁ କମିଲା ଦର

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments