1. କୃଷି ଖବର

ଓଡ଼ିଶାରେ ଆରମ୍ଭ ହେବ ‘Digital Crop Survey’

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଉଭୟ ସରକାର ଚାଷୀଙ୍କ ଆୟକୁ ଦୃଷ୍ଟିରେ ରଖି ନିଜ ନିଜ ସ୍ତରରେ ଯୋଜନାମାନ ପ୍ରଣୟନ କରୁଛନ୍ତି।

Tanushree Mahapatra
Tanushree Mahapatra
Digital crop survey will start soon , image source - pexels.com

Digital crop survey will start soon , image source - pexels.com

କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଚାଷୀଙ୍କ ଆୟକୁ ବୃଦ୍ଧି କରିବା ପାଇଁ ପ୍ରୟାସ ଚଳାଇଛନ୍ତି । ଉଭୟ ସରକାର ଚାଷୀଙ୍କ ଆୟକୁ ଦୃଷ୍ଟିରେ ରଖି ନିଜ ନିଜ ସ୍ତରରେ ଯୋଜନାମାନ ପ୍ରଣୟନ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ବମ୍ପର ସବସିଡି ଦିଆଯାଉଛି। 

ବିଶେଷ କଥା ହେଉଛି ଏହି ଯୋଜନାଗୁଡିକରୁ କୃଷକମାନେ ଅନେକ ମାତ୍ରାରେ ଉପକୃତ ମଧ୍ୟ ହେଉଛନ୍ତି। ସରକାରୀ ଯୋଜନା ମାଧ୍ୟମରେ ପୂର୍ବପେକ୍ଷା ଅନେକ ଚାଷୀଙ୍କ ଆୟ ବୃଦ୍ଧି ପାଇଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ଯୁଗାନ୍ତକାରୀ ଯୋଜନା ମାନ କାର୍ଯ୍ୟକାରୀ ହୋଇଛି । କିନ୍ତୁ ସେହି ସବୁ ଯୋଜନାମାନଙ୍କ ମଧ୍ୟରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିସାନ ସାମ୍ମାନ ନିଧି ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା ଏବଂ ପ୍ରଧାନମନ୍ତ୍ରୀ କୁସୁମ ଯୋଜନା, ରାଜ୍ୟ ସରକାରଙ୍କ କାଳିଆ ଯୋଜନା, ବଳରାମ ଯୋଜନା ଆଦି ଅନ୍ୟତମ । ରାଜ୍ୟରେ ସମସ୍ତ ଚାଷୀଙ୍କୁ ପ୍ରତ୍ୟକଟି କ୍ଷେତ୍ର ରେ କେନ୍ଦ୍ର ଓ ରାଜ୍ୟ ସରକାର ସାହାଯ୍ୟ କରୁଛନ୍ତି l

ସେହି ଆଜି ଆଉ ଏକ ବଡ ପଦକ୍ଷେପ ନେଇଛନ୍ତି ସରକାର l ଏକ ନିଷ୍ପତ୍ତି ଅନୁଯାୟୀ ଡିଜିଟାଲ ଫସଲ ସର୍ବେକ୍ଷଣ ଆରମ୍ଭ କରିବା କରିବା ପାଇଁ କେନ୍ଦ୍ର ସରକାର ଗତ ମେ ମାସରେ ୬ଟି ରାଜ୍ୟ ସହିତ ବୁଝାମଣା ସ୍ଵାକ୍ଷର କରିଥିଲେ । ତେବେ ସେହି ରାଜ୍ୟଗୁଡ଼ିକ ମଧ୍ୟରେ ରହିଥିଲା ଓଡ଼ିଶା, ଆସାମ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଉତ୍ତରପ୍ରଦେଶ । ଡିଜିଟାଲ ଫସଲ ସର୍ବେକ୍ଷଣ ଯୋଜନାର କାର୍ଯ୍ୟକାରିତାକୁ ନେଇ ରାଜ୍ୟ ସରକାରଙ୍କ ସହିତ ଆଲୋଚନା ଆୟୋଜିତ ହୋଇଥିଲା l ଯେଉଁ କର୍ମଶାଳାରେ କେନ୍ଦ୍ର ସରକାର ରାଜ୍ୟମାନଙ୍କ ସହିତ ହସ୍ତାକ୍ଷର କରିଥିଲେ ଡିଜିଟାଲ ଫସଲ ସର୍ବେକ୍ଷଣ ପାଇଁ । ବିଭିନ୍ନ ରାଜ୍ୟରେ ଡିଜିଟାଲ ଫସଲ ସର୍ବେକ୍ଷଣ ଆରମ୍ଭ କରିବା ସହିତ ଆଗକୁ ବଢ଼ିବା ଲକ୍ଷ୍ୟ ନେଇ ଓଡ଼ିଶା ସମେତ ୬ଟି ରାଜ୍ୟ ସହିତ କେନ୍ଦ୍ର ସରକାରଏହି ବୁଝାମଣା ସ୍ଵାକ୍ଷର କରିଥିଲେ । କେନ୍ଦ୍ର ସରକାରଙ୍କ ଇଣ୍ଡିଆ ଡିଜିଟାଲ ଇକୋସିଷ୍ଟମ ଫର ଏଗ୍ରିକଲଚରର ଏକଅଂଶ ଭାବେ ଗତ ୨୦୨୦ ମସିହାଠାରୁ ଡିଜିଟାଲ କ୍ରପ ସର୍ଭେ କାର୍ଯ୍ୟ କରି ଆସୁଛି । 

ତେବେ ସୂଚନା ଅନୁଯାୟୀ, ରାଜ୍ୟରେ ଖୁବଶୀଘ୍ର ଡିଜିଟାଲ କ୍ରପ ସର୍ଭେ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି । ଚାଷ ହେଉଥିବା ବିଭିନ୍ନ ଫସଲର ସର୍ଭେ ଡିଜିଟାଲ ମୋଡ଼ରେ କରାଯିବ ଯେଉଁଥିରେ କି ଚାଷୀ ଆଉ ଠକାମିର ଶିକାର ହେବେ ନାହିଁ । ପ୍ରଥମେ ରାଜ୍ୟର ନୟାଗଡ଼, ନୂଆପଡ଼ା, ଦେବଗଡ଼, ଭଦ୍ରକରେ ଏହି ସର୍ଭେ କରାଯିବ ବୋଲି ପ୍ରାଥମିକ ସୂଚନା ରହିଛି । ସରକାର ଚାଷ ସମ୍ବନ୍ଧୀୟ ନୂଆ ନୂଆ ଜ୍ଞାନକୌଶଳ ଅବଲମ୍ବନ କରୁଛନ୍ତି | ଯେଉଁଥିପାଇଁ କୃଷକମାନେ ସିଧାସଳଖ ଅନେକ ଲାଭ ପାଆନ୍ତି ଏବଂ ସେମାନଙ୍କର ଚାଷରେ ଅମଳ ମଧ୍ୟ ବୃଦ୍ଧି ପାଇଥାଏ | ତେବେ ଆଶା କରାଯାଉଛି ଯେ ଏହି ପ୍ରଣାଳୀ ଦ୍ୱାରା ଚାଷୀଙ୍କ ଅମଳ ପଦାର୍ଥରେ ଆଉ ଠକାମୀ ହୋଇପାରିବ ନାହିଁ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments