1. କୃଷି ଖବର

ଡାଳଚିନି ଚାଷ କଲେ ମିଳେ ଲାଭ

ଡାଲଚିନି ଏକ ସାଧାରଣ ଉଚ୍ଚତା ବିଶିଷ୍ଟ ଚିରହରିତ ବୃକ୍ଷ ଅଟେ । ଦକ୍ଷିଣ ଭାରତରେ ଏହି ବୃକ୍ଷ ଅଧିକ ପରିମାଣରେ ଦେଖାଯାଏ । ଡାଳଚିନିକୁ ମସଲା ଭାବରେ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ଏଥିରୁ ବିଭିନ୍ନ ସୁଗନ୍ଧୀ ଦ୍ରବ୍ୟ ଏବଂ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଉଛି l ଡାଲଚିନି ଭାରତରେ ଦେଖାଯାଉଥିବା ୧୭ ପ୍ରକାର ମସଲା ଜାତୀୟ ବୃକ୍ଷ ମଧ୍ୟରୁ ଅନ୍ୟତମ । ବ୍ୟବସାୟିକ ଭିତ୍ତିରେ ଏହି ବୃକ୍ଷକୁ ଅଧିକ ପରିମାଣରେ ରୋପଣ କରାଗଲେ ଏଥିରୁ ଦୀର୍ଘକାଳୀନ ଆର୍ଥିକ ଲାଭ ମିଳିଥାଏ ।

Sudesna Nayak
Sudesna Nayak
cinnamon farming in commercial way

cinnamon farming in commercial way

ଡାଲଚିନି ଏକ ସାଧାରଣ ଉଚ୍ଚତା ବିଶିଷ୍ଟ ଚିରହରିତ ବୃକ୍ଷ ଅଟେ । ଦକ୍ଷିଣ ଭାରତରେ ଏହି ବୃକ୍ଷ ଅଧିକ ପରିମାଣରେ ଦେଖାଯାଏ ।  ଡାଳଚିନିକୁ ମସଲା ଭାବରେ ବ୍ୟବହାର କରାଯିବା ସଙ୍ଗେ ସଙ୍ଗେ ଏଥିରୁ ବିଭିନ୍ନ ସୁଗନ୍ଧୀ ଦ୍ରବ୍ୟ ଏବଂ ଔଷଧ ମଧ୍ୟ ପ୍ରସ୍ତୁତ କରାଯାଉଛି l ଡାଲଚିନି ଭାରତରେ ଦେଖାଯାଉଥିବା ୧୭ ପ୍ରକାର ମସଲା ଜାତୀୟ ବୃକ୍ଷ ମଧ୍ୟରୁ ଅନ୍ୟତମ  ।  ବ୍ୟବସାୟିକ ଭିତ୍ତିରେ ଏହି ବୃକ୍ଷକୁ ଅଧିକ ପରିମାଣରେ ରୋପଣ କରାଗଲେ ଏଥିରୁ ଦୀର୍ଘକାଳୀନ ଆର୍ଥିକ ଲାଭ ମିଳିଥାଏ ।

 

ଡାଳଚିନି ଏକ ସାଧାରଣ ଉଚ୍ଚତା ବିଶିଷ୍ଟ ଚିରହରିତ ବୃକ୍ଷ ଅଟେ । ଏହି ବୃକ୍ଷର ଛେଲି ସାମାନ୍ୟ ମୋଟା, ଚିକ୍କଣିଆ ଏବଂ ଧୂସର ରଙ୍ଗ ବିଶିଷ୍ଟ ହୋଇଥାଏ। ଗଛର ପ୍ରଧାନ ଡାଳ ସିଧା ବଢିବା ସମୟରେ ଶାଖା ଓ ପ୍ରଶାଖା ଡାଳଗୁଡିକ ଗଛକୁ ସମାନ ବ୍ୟାସ ବ୍ୟବଧାନରେ ଚତୁଃପାର୍ଶ୍ଵକୁ ମୂଳଠାରୁ ଅଗ ପର୍ଯ୍ୟନ୍ତ ସମତାଳ ଦେଇ ବଢିବାରେ ଲାଗେ  । ଡାଲଚିନି ଗଛ ଚାଷରୁ ଏକର ପିଛା ୧୦୦ କିଗ୍ରା ଡାଲଚିନି ମସଲା ଓ ୪୦ କିଗ୍ରା ଡାଲଚିନି ପତ୍ର ତେଲ ମିଳିଥାଏ । ଉନ୍ନତ ପ୍ରଣାଳୀରେ ଚାଷ କଲେ ବର୍ଷକୁ ପ୍ରାୟ ୧୦,୦୦୦ ଟଙ୍କା ଲାଭ ହୋଇଥାଏ  । ଡାଲଚିନି ଚାଷ ମଝିରେ ଅନ୍ୟ ଫସଲ କରି ଏଥିରୁ ଅଧିକ ଲାଭ ଉପାର୍ଜନ କରିହେବ   ।

ଜଳବାୟୁ ଓ ମୃତ୍ତିକା :  ଉଷ୍ଣ ଓ ଆର୍ଦ୍ର ଜଳବାୟୁ ଡାଲଚିନି ବୃକ୍ଷ ଚାଷ ପାଇଁ ଉପଯୁକ୍ତ ଅଟେ । ଡାଳଚିନି ଗଛର ମଞ୍ଜିଦ୍ଵାରା ନୂତନ ଗଛ ତିଆରି ହୁଏ । ଏହି ଗଛର ଫୁଲରୁ ଫଳ ହେବାପାଇଁ ପ୍ରାୟ ସଂପୂର୍ଣ୍ଣ ପରାଗ ଉପରେ ନିର୍ଭର କରୁଥିବାରୁ ମଞ୍ଜିରୁ ପ୍ରସ୍ତୁତ ଗଛରେ ଭିନ୍ନ ଭିନ୍ନ ପ୍ରକାର ଓ ଗୁଣ ମିଳିଥାଏ  । ଏଣୁ ଉପଯୁକ୍ତ ଗୁଣଥିବା କିସମ ଗଛରୁ କଲମି କରି ନୂତନ ଗଛ ତିଆରି କରାଯାଇ ପାରେ ଯାହାକି ତାହାର ମା ଗଛ ପରି ହୋଇଥାଏ । ତେଣୁ ଉନ୍ନତ ବିହନ ପାଇଁ ଉତ୍କୃଷ୍ଟ ଗଛ ମଧ୍ୟରେ ପରାଗ ସଙ୍ଗମ କରାଇ ମଞ୍ଜି ପ୍ରସ୍ତୁତ କରାଯିବ କିମ୍ବା କଲମୀରୁ ଗଛ ତିଆରି କରାଯିବ । ପାକଳ ମଞ୍ଜିକୁ ସଙ୍ଗେ ସଙ୍ଗେ ପୂର୍ବ ପ୍ରସ୍ତୁତି ପଲିଥିନ ବ୍ୟାଗରେ ପୋତି ପାଣି ଦେଲେ ନୂତନ ଗଛ ୧୦-୧୫ ଦିନ ମଧ୍ୟରେ ବୃଦ୍ଧିପ୍ରାପ୍ତ ହୁଏ । ଡାଲଚିନି  ଲଗାଯାଇଥିବା ଜମିରେ ପ୍ରଥମ ୨ ବର୍ଷ ପର୍ଯ୍ୟନ୍ତ ଦୁଇ ଗଛର ମଝିରେ ଖାଲିପଡିଥିବା ଜମିରେ ମୁଗ, ବିରି, ହରଡ, ଅଦା ଓ ହଳଦୀ ଆଦି ଚାଷ କରାଯାଇପାରିବ ।

ରୋଗପୋକ ନିୟନ୍ତ୍ରଣ : ଗଛ ଲଗାଇବାର ଏକମାସ ପରେ ଜମିକୁ ଖୁସାଇ ଘାସ ବାଛିବାକୁ ପଡେ ଏବଂ ପୂର୍ବପରି ଗଛ ପ୍ରତି ୫୦ ଗ୍ରାମ ଯବକ୍ଷାରଜାନ ସାର ପ୍ରୟୋଗ କରାଯାଏ  । ବର୍ଷାଦିନେ ଏହି ଚାରାଗଛଗୁଡିକ ଶୀଘ୍ର ବଢିବାକୁ ଲାଗେ  । ମୌସୁମୀ ବର୍ଷା ପ୍ରାରମ୍ଭ ଓ ଶେଷରେ ଥରେ ଲେଖାଏଁ ଗଛ ମୂଳରୁ ୧/୨ ସିଫଟ ପରିମାଣରେ କମ୍ପୋଷ୍ଟ ଖତ ପ୍ରୟୋଗ କରିବା ଉଚିତ  । ପ୍ରତି ୧ ମାସ ଅନ୍ତରରେ ଯବକ୍ଷାରଜାନ ସାର ସମ ଅନୁପାତରେ ପ୍ରୟୋଗ କରାଯାଇପାରେ । ଡାଲଚିନି ଗଛରେ ବିଶେଷ ରୋଗପୋକ ଲାଗନ୍ତି ନାହିଁ କେବଳ କଅଁଳିଆ ପତ୍ରକୁ ସମ୍ବାଳୁଆ ଖାଇଯାଆନ୍ତି। ଡେମିକ୍ରେନ ୦.୩% ସ୍ପ୍ରେ କଲେ ଗଛ ସୁସ୍ଥ ରହେ  । ଗଛଟି ୪ ବର୍ଷ ହେଲେ ତାର ଛେଲି ମସଲା ପାଇଁ ଉପଯୋଗୀ ହୋଇଥାଏ  ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments