ଆମ ଦେଶ ତଥା ଆମ ରାଜ୍ୟରେ ଚାଷ କରାଯାଉଥିବା କେତୋଟି ପ୍ରଧାନ ଫସଲ ମଧ୍ୟରୁ ମକାର ସ୍ଥାନ ସ୍ୱତନ୍ତ୍ର । ମକା ଫସଲର ବହୁଳ ଅମଳ ସତ୍ତେ୍ୱ ଯେଉଁ କେତୋଟି ପ୍ରମୁଖ ବାଧକ ଫସଲ ଅମଳ ହ୍ରାସ କରନ୍ତି ସେଗୁଡ଼ିକ ମଧ୍ୟରୁ କୀଟଶତ୍ରୁ ଗତ ସମସ୍ୟା ଅନ୍ୟତମ । ଭାରତରେ ଅନୁଭୂତ ସମସ୍ତ ପ୍ରକାର ଜଳବାୟୁରେ କାଣ୍ଡବିନ୍ଧା ପୋକ ଆକ୍ରମଣ କରି ମକା ଫସଲର ମାତ୍ରାଧିକ କ୍ଷତି ପହଞ୍ଚାନ୍ତି । ବିଶ୍ୱ ଓ ଭାରତରେ ମକା ଏକ ମୁଲ୍ୟବାନ ଫସଲ । ଏହାର ଉତ୍ପାଦନର ୨୫% ମାନବ ଆହାର, ୧୨% ପଶୁ ଆହାର,୪୯% କୁକୁଡା ଆହାର, ୧୨% ବାଣିଜ୍ୟ ଲାଗି ବହାର କରାଯାଏ ।
ଆମ ରାଜ୍ୟରେ ମକାର ଲୋକପ୍ରିୟତା କ୍ରମଶଃ ବୃଦ୍ଧି ପାଇବାରେ ଲାଗଛ । ମକାର ଚାହିଦା ଏହାକୁ ଲୋକପ୍ରିୟ କରାଇବାରେ ସାହାଯ୍ୟ କରୁଛି । ମକାରୁ ଖଇ, କର୍ଣ୍ଣଫେସ ତଥା ଅନ୍ୟାନ୍ୟ ଖାଦ୍ୟ ପ୍ରସ୍ତୁତ କରାଯାଏ । ଅନେକ ଲୋକ କଞ୍ଚା ମକା ପୋଡି ଖାଇବାକୁ ଭଲ ପାଆନ୍ତି । ବିଶେଷ କରି ସହରାଞ୍ଚଳରେ ଏହା ବହୁଳ ଭାବେ ବିକ୍ରି ହେଉଛି ।
ମୃତ୍ତିକା
ମକା ଚାଷ ପାଇଁ ନିଗିଡ଼ା, ବାଲିଆ ଦୋରସା ଓ ପଟୁମାଟି ଦରକାର । ମାଟିର କ୍ଷାରତା ୫.୫ ରୁ ୭.୫ ମଧ୍ୟରେ ରହିବା ଉଚିତ୍ ।
ଲଗାଇବା ସମୟ
ଶୀତ, ବର୍ଷା ଓ ଖରାଦିନେ ମକା ଚାଷ କରାଯାଇପାରେ । ଶୀତ ବା ରବି ଋତୁରେ ଅକ୍ଟୋବର ଦ୍ବିତୀୟ ସପ୍ତାହରୁ ନଭେମ୍ବର ଦ୍ବିତୀୟ ସପ୍ତାହରେ ମକା ମଞ୍ଜି ଲଗାଯାଏ ।
ଜମି ପ୍ରସ୍ତୁତି
ଜମିକୁ ୨-୩ ଓଡ଼ ଚାଷ କରି ମାଟି ଗୁଣ୍ଡ କରିବା ଦରକାର । ଜମି ସମତୁଲ ପାଇଁ ହଳ ପରେ ମଇଦେବା ଉଚିତ୍। ଫସଲକୁ ଧବଳଭୃଙ୍ଗ ଓ ଉଇ ଦାଉରୁ ରକ୍ଷା କରିବା ପାଇଁ ପ୍ରତି ହେକ୍ଟର ଜମିରେ ୨୫ କି.ଗ୍ରା. ଶତକଡ଼ା ୫ ଭାଗ ସ୍କୋରପାଇରିଫସ୍ ଗୁଣ୍ଡ ପ୍ରୟୋଗ କରିବା ଉଚିତ୍ ।
ସାର ପ୍ରୟୋଗ
ରାସାୟନିକ ସାର ମକାଚାଷ ପାଇଁ ନିହାତି ଜରୁରୀ। ବିଶେଷ କରି ମୂଳସାର ଦେବାରେ ଅବହେଳା କଲେ ମକା ଅମଳ ଆଶାଜନକ ହୋଇନଥାଏ। ତେଣୁ ଠିକ୍ ସମୟରେ ଉପଯୁକ୍ତ ପରିମାଣର ସାର ପ୍ରୟୋଗ କରିବା ଏକାନ୍ତ ଆବଶ୍ୟକ। ଏକ ହେକ୍ଟର ଜମିରେ ମକା ଚାଷ କରିବା ପାଇଁ ୮୦ କି.ଗ୍ରା. ଯବକ୍ଷାରଜାନ, ୪୦ କି.ଗ୍ରା. ଫସଫରସ୍, ୪୦ କି.ଗ୍ରା. ପଟାସ୍ ସାର ଆବଶ୍ୟକ ହୋଇଥାଏ।
ଜଳସେଚନ
ଶୀତ ଓ ଖରାଦି ନି ଆ ଫସଲ ପାଇଁ ଜଳସେଚନ ନିହାତି ଦରକାର । ଜମିର ଆବଶ୍ୟକତାକୁ ଚାହିଁ ପାଣି ମଡ଼ାଇବା ଦରକାର । ଦେଖୁବା କଥା ମାଟି ଯେପରି ଶୁଖି ନଯାଏ । ମକା ଲଗାଇବାର ୮ ସପ୍ତାହ (ଚଅଁର ଆସିବା ଅବସ୍ଥା), ୧୦ସପ୍ତାହ (ମକା ଆସିବା ଅବସ୍ଥା) ଓ ୧୨ ସପ୍ତାହ (ମଞ୍ଜି ପୂରଣ ହେବା ଅବସ୍ଥା) ରେ ଜଳସେଚନ ନିହାତି ଦରକାର ।
ଅମଳ
ଏକର ଜମିରୁ ସାଧାରଣତଃ ୧୮-୨୦ କୁଇଣ୍ଟାଲ କଞ୍ଚା ମକା ମିଳିଥାଏ ।
Share your comments