1. କୃଷି ଖବର

କୃଷି ଆୟୁର୍ବେଦର ଉନ୍ନତି ଭାରତକୁ କରିବ ବିଶ୍ୱଗୁରୁ

କୃଷି ଓ କୃଷକଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୭ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷିକାର୍ଯ୍ୟ ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ ।

Tanushree Mahapatra
Tanushree Mahapatra
Dr Bimal kumar choudhury visit kj chaupal

Dr Bimal kumar choudhury visit kj chaupal

କୃଷି ଓ କୃଷକଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୭ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି  ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷିକାର୍ଯ୍ୟ ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ସେହିପରି କୃଷି ଜାଗରଣର କେଜେ ଚଉପାଲରେ ଯୋଗ ଦେଇଥିଲେ ବିମଲ କୁମାର ଚୌଧରୀ l

ତାଙ୍କୁ ସଂସ୍ଥାର ସମ୍ପାଦକ ଏମ୍ସି ଡୋମିନିକ ସ୍ୱାଗତ ଭାଷଣ ସହିତ ସ୍ୱାଗତ କରିଥିଲେ l ତେବେ କୃଷି ଜାଗରଣ ପରିବାର ସହିତ ଯୋଗ ଦେବା ପରେ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏହି ନିମନ୍ତ୍ରଣ ଏବଂ କୃଷି କ୍ଷେତ୍ରରେ ନିଜର ଅନୁଭୂତିକୁ ନିଜ ବକ୍ତବ୍ୟ ମାଧ୍ୟମରେ ବ୍ୟକ୍ତ କରିଥିଲେ l କିପରି ସେ କୃଷି ସହିତ ଯୋଡି ହୋଇଛନ୍ତି ତାହା ସମସ୍ତଙ୍କୁ ଜଣାଇଥିଲେ l ଅନେକ ବର୍ଷ ପର୍ଯ୍ୟନ୍ତ ସେ ବିଦେଶ ରେ କାର୍ଯ୍ୟ କରିବା ପରେ କିଛି ନୂଆ ଆରମ୍ଭ କରିବା ନେଇ ଓଡ଼ିଶାକୁ ଫେରିଥିଲେ l ନିଜ ରାଜ୍ୟକୁ ଫେରିବା ପରେ ସେ ଆରମ୍ଭ କରିଥିଲେ ନିଜର ଏକ ସଂସ୍ଥା l ଯେଉଁଠି ସେ ଗୋପାଳନ ୟୁନିଟ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି l  

Dr Bimal kumar choudhury visit kj chaupal

Dr Bimal kumar choudhury visit kj chaupal

ସେହିପରି କୃଷି ଜାଗରଣ ଏପରି ଗଣମାଧ୍ୟମ ସଂସ୍ଥା ଯାହା ପ୍ରକୃତରେ ପ୍ରଶଂସନୀୟ । କୃଷି ଜାଗରଣ ଅନ୍ୟ ଗଣମାଧ୍ୟମ ତୁଳନାରେ ଏପରି ଏକ ଗଣମାଧ୍ୟମ ,ଯାହା କୃଷକ ତଥା କୃଷି କ୍ଷେତ୍ରର ଉନ୍ନତି ପାଇଁ କାର୍ଯ୍ୟ ପାଇଁ ଆଗେଇ ଆସିଛି ଯାହାକି ଅତ୍ୟନ୍ତ  ପ୍ରଶଂସନୀୟ କାର୍ଯ୍ୟ | କୃଷକ ଭାଇମାନଙ୍କ କଲ୍ୟାଣ ପାଇଁ ଏହି କାର୍ଯ୍ୟ କରିଥିବାରୁ କୃଷି ଜାଗରଣ ର ସମସ୍ତ ସଦସ୍ୟଙ୍କୁ  ସେ କୃତଜ୍ଞତା ଜଣାଇଛନ୍ତି । ବର୍ତ୍ତମାନ କୃଷକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଏବଂ ଗଣମାଧ୍ୟମ ଚାଷୀଙ୍କ ନିକଟକୁ ଯାଇ ଏସବୁ ଜାଣିବା ଉଚିତ୍ | ତେବେ ଏବେ ଚାଷ କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆସିଛି ବୋଲି କହିଥିଲେ l

ଶ୍ରୀଯୁକ୍ତ ବିମଲ କୁମାର ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଅଛନ୍ତି l ସେ ଏକା ଧାରରେ asisstant director ) ARD department ) govt of odisha , national youth president ରହିଛନ୍ତି indian veterinary association ( IVA ) , ସେହିପରି programme director , SAARC , regional veterinary association ( SRMA ) ରହିଛନ୍ତି l ସେ ପଶୁପାଳନ ଉପରେ ଗୁରୁତ୍ୱାରୋପ କରିଥିଲେ l ଅନ୍ୟପଟେ ସେ କହିଥିଲେ ଯେ - ଭାରତରେ ଅନେକ କିଛି ଜ୍ଞାନକୌଶଳ ରହିଥିବା ସତ୍ତ୍ୱେ ଆମେ ଅନ୍ୟ ଦେଶ ଉପରେ ନିର୍ଭରଶୀଳ ହେଉଛୁ ଏହି କ୍ଷେତ୍ରରେ l ତେବେ କୃଷି କ୍ଷେତ୍ରରେ କାର୍ଯ୍ୟରତ ଥିବା ସମସ୍ତ ବ୍ୟକ୍ତି ବିଶେଷ ଭାରତରେ ଥିବା ଉପଲବ୍ଧିତା ଉପରେ ବିଶ୍ୱାସ ରଖିବା ଉଚିତ ଏବଂ ଅଧିକ ରୁ ଅଜଧିକ ବ୍ୟବହାର କରିବା ମଧ୍ୟ ଆବଶ୍ୟକ l

ଅନ୍ୟପଟେ  ସେ ଆହୁରି ମଧ୍ୟ କହିଥିଲେ  ଯେ , ପଶୁପାଳନ ସହିତ ଆମେମାନେ ହୋମିଓପାଥି ଔଷଧ ଉପରେ ଅଧିକ ଗୁରୁତ୍ୱାରୋପ ନ କରି ବହୁ ପୂର୍ବରୁ ପ୍ରଚଳିତ ଥିବା  ଆୟୁର୍ବେଦ ଚିକିତ୍ସାକୁ ପଶୁପାଳନ ସହିତ ଯୋଡିବା ଉଚିତ l ଶେଷରେ କୃଷି ଜାଗରଣ ସଂସ୍ଥା ଦ୍ୱାରା ଆୟୋଜିତ ହେବାକୁ ଥିବା ଡିସେମ୍ବର ମାସରେ କୋଟିପତି ପୁରସ୍କାର ୨୦୨୩  ପଦକ୍ଷେପ କୁ ଖୁବ ପ୍ରଶଂସା କରିଥିଲେ l କୃଷିକୁ କେନ୍ଦ୍ରିତ କରି କାର୍ଯ୍ୟ କରୁଥିବା ଏହି ସଂସ୍ଥା ଦ୍ୱାରା ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମ ଭବିଷ୍ୟତରେ ଚାଷକାର୍ଯ୍ୟ ପାଇଁ ଅନ୍ୟ ସମସ୍ତଙ୍କୁ ପ୍ରୋତ୍ସାହନ ଯୋଗାଇବା ବୋଲି ସେ ମତବ୍ୟକ୍ତ କରିଥିଲେ l  

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments