1. କୃଷି ଖବର

କେମିତି ଜୀବନରେ ଖୁସି ରହିବେ ? ଶଙ୍କର ଗୋଏଙ୍କା ଦେଲେ ମନ୍ତ୍ର

କୃଷି ଜାଗରଣରେ WOW Factors India Private Limited ପରିଚାଳନା ନିର୍ଦ୍ଦେଶକ ଡଃ. ଶଙ୍କର ଗୋଏଙ୍କା । କୃଷି ଜାଗରଣ ଚୌପାଲରେ ଯୋଗଦେଇ ଖୁସି ରହିବାର ମନ୍ତ୍ର ଦେଲେ ଶଙ୍କର ।

Shuvanshu Kar
Shuvanshu Kar
Dr. Shankar Goenka at kj chaupal

Dr. Shankar Goenka at kj chaupal

କୃଷି ଜାଗରଣରେ WOW Factors ପରିଚାଳନା ନିର୍ଦ୍ଦେଶକ ଡଃ. ଶଙ୍କର ଗୋଏଙ୍କା । କୃଷି ଜାଗରଣ ଚୌପାଲରେ ଯୋଗଦେଇ ଖୁସି ରହିବାର ମନ୍ତ୍ର ଦେଲେ ଶଙ୍କର ।

ସମସ୍ତ ଯାହା କରୁଛନ୍ତି ତାହା ନକରି ଭିନ୍ କିଛି କରିବାର ଇଚ୍ଛା ରଖିବା ଆବଶ୍ୟକତାକୁ ଗୁରୁତ୍ବ ଦେଇଛନ୍ତି ଡଃ. ଶଙ୍କର ଗୋଏଙ୍କା । ଶଙ୍କର କହିଛନ୍ତି, ଧନ ତ ଆମେ ନିଶ୍ଚୟ ରୋଜଗାର କରିପାରିବା, ହେଲେ ଖୁସି ରହିବା ସବୁଠୁ ମହତ୍ବପୂର୍ଣ୍ଣ ।

କୃଷି ଜାଗରଣ ଚୌପାଲରେ ନିଜ ଅଭିଭାଷଣରେ ଶଙ୍କର ଗୋଏଙ୍କା ଯୁବପୀଢିଙ୍କୁ ନିଜ କର୍ମ ଉପରେ ଧ୍ୟାନକେନ୍ଦ୍ରୀତ କରିବାକୁ ପରାମର୍ଶ ଦେଇଛନ୍ତି । କର୍ମ ଭୂମିରେ ସମସ୍ତଙ୍କୁ ଶ୍ରମ ଦେବାକୁପଡିଥାଏ । ହାତ ପାପୁଲିର ରେଖା କେବଳ ଭଗବାନ ଦେଇଥାନ୍ତି, ହେଲେ ସେହି ରେଖାରେ ରଙ୍ଗ ଭରିବାର କାମ ଆମକୁ ହିଁ କରିବାକୁପଡିବ ବୋଲି ଗୋଏଙ୍କା କହିଛନ୍ତି ।

ଶଙ୍କର ଗୋଏଙ୍କା କହିଛନ୍ତି, ଜୀବନରେ ଅନ୍ୟ କେହି ଆମକୁ ଆସି ଆଗକୁ ନେଇ ଯିବେନି । ଆମେ ନିଜକୁ ନିଜେ ଆଗକୁ ବଢାଇବାକୁ ପ୍ରୟାସ କରିବା ଉଚିତ । ସେଥିପାଇଁ କର୍ମକ୍ଷେତ୍ରରେ ବିନା କୌଣସି ଅସନ୍ତୋଷ ପ୍ରକାଶ କରି କାମକୁ ଉପଭୋଗ କଲେ ସବୁ କିଛି ଭଲ ଅନୁଭବ ହେବ ବୋଲି ସେ କହିଛନ୍ତି ।

ସେହିପରି ପାରସ୍ପରିକ ସମ୍ପର୍କକୁ ନେଇ ମଧ୍ୟ କିଛି ଉପାଦେୟ ପରାମର୍ଶ ଦେଇଛନ୍ତି ଗୋଏଙ୍କା । ସେ କହିଛନ୍ତି ଆଜିକାଲି ଦୁନିଆରେ ଆମେ ସମ୍ପର୍କକୁ ଅଧିକ ଗୁରୁତ୍ବ ଦେଉଛୁ ହେଲେ ସମ୍ବନ୍ଧକୁ ନୁହେଁ । ସେଥିପାଇଁ ଆମ ଭିତରେ ମତାନ୍ତର ମନାନ୍ତର ସୃଷ୍ଟି ହେଉଛି । ଯଦି ସମ୍ପର୍କଠୁ ଅଧିକ ସମ୍ବନ୍ଧର ମହତ୍ବ ବୁଝିବା ତେବେ ଆମେ ଖୁସି ରହିପାରିବା ବୋଲି କହିଛନ୍ତି ଶଙ୍କର ।

ଅନ୍ୟପକ୍ଷେ ମା' ବାପାଙ୍କୁ ସବୁବେଳେ ସମ୍ମାନ କରିବା, ସେମାନଙ୍କୁ ଖୁସିରେ ରଖିବାକୁ ଶଙ୍କର ଯୁବପୀଢିଙ୍କୁ ନିଜ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି । ପରିବାର, ସମାଜ, କର୍ମକ୍ଷେତ୍ର କିମ୍ବାଦେଶ ଆମକୁ କଣ ଦେଇଛନ୍ତି ତାକୁ ନଦେଖି ଆମେ କଣ ଦେଉଛେ ଏହା ମହତ୍ବ ରଖେ ବୋଲି ସେ କହିଛନ୍ତି । ନିଜ ପାଇଁ ଯେତିକି ଆବଶ୍ୟକ ସେତିକିରେ ସନ୍ତୁଷ୍ଟ ହୋଇ ବାକି ସମାଜର କଲ୍ୟାଣ ଦିଗରେ କାମ କରିବା ଉପରେ ଜୋର ଦେଇଛନ୍ତି ଶଙ୍କର ।

ଡଃ. ଶଙ୍କର ଗୋଏଙ୍କା ଏକାଧାରରେ ଜଣେ ସୁବକ୍ତା, ମାଷ୍ଟରଟ୍ରେନର, ଲେଖକ, ଓ କୋଚ । ସେ WOW Factors ର ପରିଚାଳନା ନିର୍ଦ୍ଦେଶକ ଅଛନ୍ତି ।

ଭାରତୀୟ କୃଷିରେ ଦୁଗ୍ଧ ଶିଳ୍ପର ଶକ୍ତିକୁ ପ୍ରଶଂସା କଲେ IDF ଆର୍ଜେଣ୍ଟିନା ଯୋଗାଯୋଗ ପରିଚାଳକ ସାବଷ୍ଟିଆନ ଡେଟସ

Share your comments