News

ଦିଲ୍ଲୀରେ ପ୍ରତାପଙ୍କ ସ୍ବପ୍ନ ର ମାଟି ଘର

ଜୀବନ ରେ ସମସ୍ତଙ୍କୁ ଇଛା ନିଜର ଘର ଟିଏ ତୋଳିବା l ସେଥିପାଇଁ ତ କିଏ ଝାଟିମାଟି ରେ ଘର ତିଆରି କରୁଛି ତ ଆଉ କିଏ ଇଟା ସିମେଣ୍ଟ ରେ କିଏ ସୁନ୍ଦର ଘର ଟିଏ ତୋଳୁଛି l ବେଳେ ଦେଖିବାକୁ ମିଳେ କିଛି ଲୋକ ସାଧାରଣ ରହିବା ଘର ଅପେକ୍ଷା କିଛି ନୂଆ ଚିନ୍ତାଧାରା କୁ ନେଇ ଘର ପ୍ରସ୍ତୁତ କରନ୍ତି l ପରେ ଚର୍ଚ୍ଚା କୁ ମଧ୍ୟ ଆସିଥାନ୍ତି l

25 February, 2023 12:20 PM IST By: Tanushree Mahapatra

ଜୀବନ ରେ ସମସ୍ତଙ୍କୁ ଇଛା ନିଜର ଘର ଟିଏ ତୋଳିବା l ସେଥିପାଇଁ ତ କିଏ ଝାଟିମାଟି ରେ ଘର ତିଆରି କରୁଛି ତ ଆଉ କିଏ ଇଟା ସିମେଣ୍ଟ ରେ କିଏ ସୁନ୍ଦର ଘର ଟିଏ ତୋଳୁଛି l ବେଳେ ଦେଖିବାକୁ ମିଳେ କିଛି ଲୋକ ସାଧାରଣ ରହିବା ଘର ଅପେକ୍ଷା କିଛି ନୂଆ ଚିନ୍ତାଧାରା କୁ ନେଇ ଘର ପ୍ରସ୍ତୁତ କରନ୍ତି l ପରେ ଚର୍ଚ୍ଚା କୁ ମଧ୍ୟ ଆସିଥାନ୍ତି l ଏହିପରି ଅନେକ ବିଶିଷ୍ଟ ବ୍ୟକ୍ତି ଚର୍ଚ୍ଚା ରେ ମଧ୍ୟ ରହିଛନ୍ତି l ତେବେ ଏବେ ନିଜର ସ୍ବପ୍ନ ତୋଳୁଛନ୍ତି ଜଣେ ନାମୀ ଦାମୀ ଜନନେତା l

ଏବେ ସବୁଠି ତାଙ୍କରି ଚର୍ଚ୍ଚା l ନିଜ ସ୍ବପ୍ନର ଘର ତୋଳି ସେ ଏବେ ସମସ୍ତଙ୍କର ନଜର କୁ ଆସିଛନ୍ତି l ସବୁବେଳେ ନିଜ ମାଟି ମା ତଥା ନିଜ ଜନ୍ମମାଟି ଆଉ ନିଜ ପରମ୍ପରା ସଂସ୍କୃତି କୁ ପ୍ରାଧାନ୍ୟ ଦେଉଥିବା ଏହି ଜନନେତା ଜଣକ ଆଉ କେହି ନୁହେଁ l ଏ ହେଉଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ ( Dream house of sansad Pratap sarangi  ) l

ନିଜର ସରଳ ଜୀବନ ଜାପାନ ଶୈଳୀକୁ ନେଇ ପ୍ରତିଥର ଚର୍ଚ୍ଚାରେ ରହିଛନ୍ତି ସେ l  ଏବେ ସାଂସଦ ପ୍ରତାପ ଷଡ଼ଙ୍ଗୀ ନିଜର ସ୍ବପ୍ନ ର ଘରକୁ ନେଇ ଚର୍ଚ୍ଚାରେ l ଦିଲ୍ଲୀସ୍ଥିତ ନିଜ ସରକାରୀ କ୍ୱାଟରରେ ନିଜ ରହିବା ପାଇଁ ମାଟି ଘର କରୁଛନ୍ତି ଏବେ ଯେଉଁଠି ସେ ଜଣେ ମଣିଷ ଭଲ ଭାବେ ରହି ପାରିବ ସେ ସମସ୍ତ ରହିବା ଭଳି ପ୍ରସ୍ତୁତି କରୁଛନ୍ତି ସେଠାରେ । ଏ ନେଇ ସେ ଗଣମାଧ୍ୟମକୁ କହିଛନ୍ତି, ମାଟିରେ ଜୀବନର ସ୍ପନ୍ଦନ ରହିଛି । କୋଠା ଘର ଅପେକ୍ଷା ମାଟି ଘର ଭାରି ଜୀବନ୍ତ ଜୀବନ୍ତ ଲାଗେ ।

ଘରର ବାହାର କାନ୍ଥରେ ଯେମିତି ଜୀବନର ସ୍ପନ୍ଦନ ଚିତ୍ର ପ୍ରସ୍ଫୁଟିତ ହେଲା ଭଳି ଲାଗୁଚି , ଘର ଭିତରେ ବି ମାଟିର ଗଭୀର ବାସ୍ନା ଠିକ୍ ବାରି ହୋଇ ପଡୁଛି । ସମ୍ପୂର୍ଣ୍ଣ ସୁନ୍ଦର ପରିବେଶ ଅନୁକୂଳ ଏ ଘରେ ରହିଛି ଦୁଇଟି ବେଡରୁମ୍ ସହ ଗୋଟିଏ ବୈଠକ ଖାନା ଯେଉଁଠି ବସି କଥାଵାର୍ତା କରି ପାରିବ ଜଣେ ବ୍ୟକ୍ତି । ବସିବା ଓ ଶୋଇବା ପାଇଁ ମାଟିରେ ପିଣ୍ଡି ମଧ୍ୟ ତିଆରି ହୋଇଥିବା ଦେଖିବାକୁ ମିଳିଛି । ଘର କାନ୍ଥରେ ହୋଇଥିବା ବୃକ୍ଷଲତା ଓ ଯୋଗମୁଦ୍ରାର ପ୍ରତିଟି ପ୍ରତିଛବି ସ୍ପଷ୍ଟ ଦର୍ଶାଉଛି ଯେ ଜଣେ ସରଳ ମଣିଷର ନିଛକ ପ୍ରକୃତି ପ୍ରେମକୁ କିପରି  । ମାଟି, ଗୋବର, ଗୋମୂତ୍ର, ନିମ୍ବପତ୍ର ଓ ବାଲି , ଛପର ପାଇଁ ବାଉଁଶ, କାଠ ଓ ନଡା ବ୍ୟବହାର କରାଯାଇଛି ଏହି ମାଟି ଘର ପାଇଁ l   ଯାହା ଅନ୍ୟ ମାଟିଘର ଠୁ ଅଲଗା ପ୍ରମାଣ କରୁଛି l

କ୍ୱାର୍ଟରରେ ତାଙ୍କର ଅତିଥି ରହିବାକୁ ଜାଗା ନଥିଲା ସେଥିପାଇଁ ସେ ନିଜ ପାଇଁ ତଥା ଅନ୍ୟ ଲୋକଙ୍କ ପାଇଁ ଏହା ପ୍ରସ୍ତୁତ କରୁଛନ୍ତି । ବିଭାଗୀୟ ଅଧିକାରୀଙ୍କୁ କହି ଘର କରିବା ସମୟ ସାପେକ୍ଷ ହୋଇଥିବାରୁ ମାଟିରେ ଘର କରିବାକୁ ମନସ୍ଥ କରିଥିଲେ ପ୍ରତାପ । ପ୍ରତାପ ଷଡ଼ଙ୍ଗୀଙ୍କ ମାଟି ଘର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ରହିଛି  । କେବଳ କବାଟ, ଝରକା ଲଗାଇବା ବାକି ଅଛି ଯାହା କି ଆଉ କିଛି ଦିନ ପରେ  ସଂପୁର୍ଣ ହୋଇଯିବ । ମାଟି ଘର ସପକ୍ଷରେ ଯୁକ୍ତି ବାଢ଼ି ସେ କହିଛନ୍ତି, ସେ ଗାଁରେ ମାଟି ଘରେ ରୁହନ୍ତି । କୋଠା ଘରେ ବିନା ଏସିରେ ରହିବା କଷ୍ଟ, କିନ୍ତୁ ମାଟି ଘରେ ଏସିର ଆବଶ୍ୟକ ହିଁ ନାହିଁ । ଏହା ଅଳ୍ପ ଖର୍ଚ୍ଚରେ ହୋଇପାରିବ । ମାଟି ଘର ଭାଙ୍ଗିଗଲେ, ସେହି ମାଟିରେ ଆଉ ଥରେ ଘର ତିଆରି କରିବା ସମ୍ଭବ ।

ତେବେ ଏ ନେଇ ସେ ଆମ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ସମାନ କଥା କହିଥିଲେ l ଆଧୁନିକ ଶୈଳର ଘର ଅପେକ୍ଷା ମାଟିଘର ଢେର ଗୁଣରେ ଭଲ l ହୁଏତ ଆଧୁନିକ ଶୈଳୀରେ ପ୍ରସ୍ତୁତ ଘର ଭାଙ୍ଗିଗଲେ ପୁନଃ ନିର୍ମାଣ କରିବା କଷ୍ଟ କିନ୍ତୁ ମାଟି ଘରେ ଏହା ସମ୍ଭବ l ତେବେ ତାଙ୍କ ମାଟିଘର ଟି ଦେଖିବା ପାଇଁ ଖୁବ ସୁନ୍ଦର ଏବଂ ଆକର୍ଷଣୀୟ ହୋଇଛି l

ନୂଆ ଆଶା OUAT FARMERS FAIR-2023

ଆସନ୍ତା ୧୦ ବର୍ଷରେ ଅଧିକ ଧାନ ଉତ୍ପାଦନ ଯୋଜନା କରୁଛି ଶ୍ରୀଲଙ୍କା କୃଷି ମନ୍ତ୍ରଣାଳୟ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)