1. କୃଷି ଖବର

ଫିସିଙ୍ଗ୍ ଜେଟ୍ଟୀର ପୁନରୁଦ୍ଧାର: ଗୋପାଳପୁର

ବ୍ଲିୟୁ ଫ୍ଲାଗ ବିଚ୍ ମାନ୍ୟତା ପାଇଁ ଗୋପାଳପୁର ଏବଂ ପାତିସୋନପୁର ବେଳାଭୂମିକୁ ଅନ୍ତର୍ଭୁକ୍ତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ପ୍ରସ୍ତାବ ରହିଛି l ଏହି ପ୍ରସ୍ତାବିତ ବେଳାଭୂମି ଯୋଜନାକୁ କାର୍ଯ୍ୟକାରୀ କରିବାକୁ ହେଲେ ହରିପୁର ପାଖରେ ଥିବା ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କ ଡଙ୍ଗା ରଖିବା ସ୍ଥାନକୁ ଉଚ୍ଛେଦ କରିବାକୁ ପଡ଼ିବ l ଜିଲ୍ଲା ପ୍ରଶାସନର ଏହି ପ୍ରକାରର ପ୍ରସ୍ତାବକୁ ଗୋପାଳପୁର ତଥା ଏହାର ଆଖପାଖ ଅଞ୍ଚଳର ମତ୍ସ୍ୟଜୀବୀମାନେ ଘୋର ବିରୋଧ କରିଥିଲେ l କାରଣ ଏହା ଉପରେ ହିଁ ସେମାନଙ୍କର ଜୀବନ ଜୀବିକା ନିର୍ଭର କରେ l ଗୋପାଳପୁର ଏନଏସି ସମେତ ଏହାର ଆଖପାଖ ସାତଗୋଟି ଗାଁର ମତ୍ସ୍ୟଜୀବୀମାନେ ହରିପୁର ଠାରେ ଡଙ୍ଗା ରଖି ପରିବାର ପ୍ରତିପୋଷଣ କରିଆସୁଛନ୍ତି l

Sugyan Kumar Nayak

ଜିଲ୍ଲା ପ୍ରଶାସନ ନିକଟରେ ସାମୁଦ୍ରିକ ମତ୍ସ୍ୟଜୀବୀମାନଙ୍କର ଦାବୀ ରହିଛି ଯେ, ସେମାନଙ୍କୁ ହରିପୁର ଠାରୁ ଉଚ୍ଛେଦ କରିବା ପୂର୍ବରୁ ପ୍ରଶାସନ ନିଶ୍ଚିତ ଭାବରେ ଗୋପାଳପୁରସ୍ଥିତ ଜେଟ୍ଟୀର ଖନନ କରିବ l  ଜନୈକ ମତ୍ସ୍ୟଜୀବୀ ଏ ସମ୍ପର୍କରେ କହିଛନ୍ତି ଯେ, ଆମ୍ଭେମାନେ ନୂତନ ବ୍ଲିୟୁ ଫ୍ଲାଗ ବିଚ୍ ପ୍ରସ୍ତାବକୁ ବିରୋଧ କରୁନାହୁଁ l ଗୋପାଳପୁର ଜେଟ୍ଟୀରେ ବର୍ଷର ଅଧିକାଂଶ ସମୟ ବାଲି ଭରି ରହୁଥିବାରୁ ସେଠାରେ ଡଙ୍ଗା ରଖିହେଉନାହିଁ l ସମୁଦ୍ର ମୁହାଣକୁ ଗଭୀର କରି ଖନନ କରିବା ପାଇଁ ପ୍ରଶାସନ ନିକଟରେ ଆମର ଦୀର୍ଘଦିନର ଦାବୀ ରହିଆସିଛି l ଏହା ନ କରିବା ପର୍ଯ୍ୟନ୍ତ ଆମକୁ ହରିପୁର ଠାରୁ ଉଚ୍ଛେଦ କରାଯାଇପାରିବ ନାହିଁ l

ମତ୍ସ୍ୟଜୀବୀମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ଗଞ୍ଜାମର ଜିଲ୍ଲାପାଳ ମତ୍ସ୍ୟଜୀବୀମାନଙ୍କର ମୁଖିଆ ମାନଙ୍କ ସହିତ ବିଶେଷ ଭାବରେ ବିଚାରବିମର୍ଶ କରିଛନ୍ତି l ମତ୍ସ୍ୟଜୀବୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ଗୋପାଳପୁର ଠାରେ ଫିସିଙ୍ଗ୍ ଜେଟ୍ଟୀର ଖନନ କାର୍ଯ୍ୟ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି l  ଗଞ୍ଜାମର ଜିଲ୍ଲାପାଳ, ଶ୍ରୀଯୁକ୍ତ ବିଜୟ ଅମୃତ କୁଳାଙ୍ଗେ କହିଛନ୍ତି ଯେ, ସ୍ଥାନୀୟ ମତ୍ସ୍ୟଜୀବୀମାନଙ୍କୁ ଏ ସମ୍ପର୍କରେ ଅବଗତ କରାଯାଇଛି ଏବଂ ସେମାନେ ଏଥି ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି l ବର୍ତ୍ତମାନ ଏହା ଏକ ସମସ୍ୟା ନୁହେଁ l ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷଙ୍କ ସହଯୋଗ ଲୋଡ଼ାଯାଇଛି l ଏ ସମ୍ପର୍କରେ ସମସ୍ତ ଆକଳନ ହୋଇସାରିବା ପରେ ଆମେ ଏହାର ଖନନ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେବୁ l

ଜିଲ୍ଲା ପ୍ରଶାସନର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରିଲେ ଗଞ୍ଜାମରେ ଦୁଇଟି ବ୍ଲିୟୁ ଫ୍ଲାଗ ବିଚ୍ ରହିବା ସହିତ ମତ୍ସ୍ୟଜୀବୀମାନଙ୍କର ଆର୍ଥିକ ବିକାଶ ହୋଇପାରିବ l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments