1. କୃଷି ଖବର

ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ‘ଡ୍ରୋନ୍ ସ୍କୁଲ’

ରାଜ୍ୟରେ ରାଜ୍ୟ ସରକାର ସବୁବେଳେ ରାଜ୍ୟରେ ବସବାସ କରୁଥିବା ସମସ୍ତ ଜନତାଙ୍କୁ ଗୁରୁତ୍ୱ ଦେଇଛନ୍ତି l ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁଠି ରହିଛି ତାଙ୍କ ଭୂମିକା l ସେହିପରି ଏବେ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି 5T ସରକାର । ଏହା ଅଧୀନରେ ରାଜ୍ୟରେ ସମସ୍ତ ସରକାରୀ ସ୍କୁଲ ରୂପାନ୍ତରିତ ହେବା ପରେ ଚମକୁଛି ।

Tanushree Mahapatra
Tanushree Mahapatra
Drone school will be establish in odisha very soon , image source - @MoSchoolOdisha

Drone school will be establish in odisha very soon , image source - @MoSchoolOdisha

ରାଜ୍ୟରେ ରାଜ୍ୟ ସରକାର ସବୁବେଳେ ରାଜ୍ୟରେ ବସବାସ କରୁଥିବା ସମସ୍ତ ଜନତାଙ୍କୁ ଗୁରୁତ୍ୱ ଦେଇଛନ୍ତି l ଶିକ୍ଷା ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ସବୁଠି ରହିଛି ତାଙ୍କ ଭୂମିକା l ସେହିପରି ଏବେ  ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିଛି 5T ସରକାର । ଏହା ଅଧୀନରେ ରାଜ୍ୟରେ ସମସ୍ତ ସରକାରୀ ସ୍କୁଲ ରୂପାନ୍ତରିତ ହେବା ପରେ ଚମକୁଛି ।

ଏହା ଯେ ଖାଲି କେବଳ ଶୈକ୍ଷିକ ଭିତ୍ତିଭୂମି ନୁହେଁ ବରଂ ପିଲାଙ୍କ ସ୍ବପ୍ନ ସାକର କରିବା ପାଇଁ ଏକ ପ୍ରକାର ସୁଯୋଗ ମଧ୍ୟ ସୃଷ୍ଟି କରିଛି । 5T ସ୍କୁଲ ମାଧ୍ୟମରେ ପିଲାଙ୍କ ଭବିଷ୍ୟତ ପାଇଁ ତିଆରି ହୋଇଛି ଏକ ବିରାଟ ସୁଯୋଗ । ଏହା ଅଧୀନରେ ଖାଲି ସ୍କୁଲ ରୂପାନ୍ତରିତ ହେଉ ନାହିଁ ଏଥିସହିତ  ସ୍ମାର୍ଟ କ୍ଲାସରୁମ ସାଙ୍ଗକୁ ଇ-ଲାଇବ୍ରେରୀ ଏବଂ ଅତ୍ୟାଧୁନିକ ଭିତ୍ତିଭୂମି ସହିତ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ଯାହା ତାଙ୍କୁ ଶୈକ୍ଷିକ ଅବସ୍ଥାରେ ସୁଧାର ଆଣିବାରେ ସାହାଯ୍ୟ କରୁଛି ।

ଆଉ ଏବେ ରାଜ୍ୟରେ ଆରମ୍ଭ ହେବାକୁ ଯାଉଛି ଆଉ ଏକ ନୂଆ କାର୍ଯ୍ୟକ୍ରମ l ରାଜ୍ୟରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ଆରମ୍ଭ ହେବ ନୂଆ ଅଧ୍ୟାୟ । ଏବେ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ରାଜ୍ୟରେ ଡ୍ରୋନ ଶିକ୍ଷା କାର୍ଯ୍ୟକ୍ରମ । ଆଗକୁ ଖୁବଶୀଘ୍ର ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ଡ୍ରୋନ ସ୍କୁଲ । ସବୁଠାରୁ ବଡ କଥା ହେଲା ଛାତ୍ରଛାତ୍ରୀମାନେ ଏହି ସ୍କୁଲରେ ଶିକ୍ଷାଗ୍ରହଣ କରିବା ପରେ ମାସକୁ ପାଖାପାଖି ୩୦ ହଜାର ଟଙ୍କା ଦରମା ପାଇ ପାରିବେ । ତେବେ ସୂଚନା ଅନୁଯାୟୀ ରାଜ୍ୟରେ ଡ୍ରୋନ୍ ସ୍କୁଲ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଡ୍ରୋନ ଫେଡେରେସନ ଅଫ୍ ଇଣ୍ଡିଆର ସହାୟତା ନେବେ । ଏହି ସଂସ୍ଥା ସାହାଯ୍ୟରେ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଯୋଗାଇ ଦିଆଯିବ ଯାହା ତାଙ୍କ ଭବିଷ୍ୟତକୁ ବାଟ ଫିଟାଇବ l ଏହା ତାଙ୍କୁ ଭଲ କମ୍ପାନୀରେ ଚାକିରୀ କରିବାରେ ମଧ୍ୟ ସୁବିଧା ସୁଯୋଗ ପାଇବେ l

ସୂଚନା ଅନୁଯାୟୀ, ଢେଙ୍କାନାଳ ବୀରସାଲରେ ଆଗକୁ ପ୍ରସ୍ତାବିତ ଥିବା ବିଜୁ ପଟ୍ଟନାୟକ ଏରୋସ୍ପେଶ ଏକାଡେମୀରେ ଏହି ଡ୍ରୋନ ସ୍କୁଲ ପ୍ରତିଷ୍ଠା କରାଯିବାର ସମ୍ଭାବନା ରହିଥିବା ଜଣା ପଡିଛି  । ତେବେ ପୂର୍ବରୁ ଏହି ଏକାଡେମୀରେ ବିମାନ ଚାଳନା ସହିତ ଟେକ୍ନିକାଲ ଟ୍ରେନିଂ ସୁବିଧା ରହିଛି l ଆଉ ଏବେ ସେଥିରେ ଡ୍ରୋନ୍ ଟ୍ରେନିଂକୁ ସାମିଲ କରାଯିବ ବୋଲି ବ୍ୟବସ୍ଥା କରାଯାଉଛି  । ଏଥିପାଇଁ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ଡିଏଫଆଇର ମୁଖ୍ୟ ଅଫିସ ଗସ୍ତରେ ଯିବା ନେଇ କାର୍ଯ୍ୟକ୍ରମ ରହିଛି । ଆଗାମୀ ଦିନରେ ଡ୍ରୋନର ଉପଯୋଗ ବୃଦ୍ଧି ପାଇବାର ସମ୍ଭାବନା ରହିଛି l  ତେବେ ଏ ଭଳି ପରିସ୍ଥିତିରେ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ ରାଜ୍ୟବାସୀଙ୍କୁ ଅନେକ ଲାଭ ଦେବ ।

ସେହିପରି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗରୁ ରାଜ୍ୟର ଆଇଟିଆଇ ଗୁଡିକରେ ଡ୍ରୋନ୍ ପାଠ୍ୟକ୍ରମ ଆରମ୍ଭ ପାଇଁ ଯୋଜନା କରାଯାଇଛି । ତେବେ ଗତବର୍ଷ ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଅବସରରେ ଡିଏଫଆଇ ଓ ଦକ୍ଷତା ବିକାଶ ବିଭାଗ ମଧ୍ୟରେ ଏନେଇ ପୂର୍ବରୁ ବୁଝାମଣା ଅନୁଷ୍ଠିତ ହୋଇଥିଲା  । ବିଶେଷଜ୍ଞ ଓ ଡିଏଫଆଇ ସହିତ ଆଲେଚାନା କରାଯାଇ ଏନେଇ ବିଧିବଦ୍ଧ ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯିବା ନେଇ ଯୋଜନା ରହିଛି  ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments