News

କୃତ୍ରିମ ବୁଦ୍ଧିମତାର ବ୍ୟବହାର ତ‌ଥା ପ୍ରଯୁକ୍ତିବିଦ୍ୟା ସମ୍ୱନ୍ଧରେ ସଚେତନତା କର୍ମଶାଳା

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର ଠାରେ “କୃତ୍ରିମ ବୁଦ୍ଧିମତାର ବ୍ୟବହାର ତ‌ଥା ପ୍ରଯୁକ୍ତିବିଦ୍ୟା” ସମ୍ୱନ୍ଧରେ ସଚେତନତା କର୍ମଶାଳା |

17 August, 2024 12:46 PM IST By: Sudesna Nayak

ଓଡିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ,ଭୁବନେଶ୍ବର ତରଫରୁ "ଚାଷର ଲାଭଜନକ ପରିଚାଳନା ପାଇଁ କୃତ୍ରିମ ବୁଦ୍ଧିମତାର ବ୍ୟବହାର, ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଓ ତଥ୍ୟ ବିଜ୍ଞାନ"ଉପରେ ଏକ କର୍ମଶାଳା (workshop​) ତା ୧୪ -୦୮.୨୦୨୪ ରିଖରେ କୃଷି ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଅଛି | ଏହି କର୍ମଶାଳାରେ ବିଶ୍ବବିଦ୍ୟାଳୟର ୩୦୦ ରୁ ଉର୍ଦ୍ଧ ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ ବୃନ୍ଦ, ଅଧିକାରୀ, ଅତିଥି ମାନ୍ୟଗଣ୍ୟ ବ୍ୟକ୍ତି ଆଦି ଯୋଗଦାନ କରିଥିଲେ |

କୃଷି କ୍ଷେତ୍ରରେ (Agricultural sector​) କୃତ୍ରିମ ବୁଦ୍ଧିମତାର ବ୍ୟବହାର, ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଓ ତଥ୍ୟ ବିଜ୍ଞାନର ବ୍ୟବ‌ହାର ଉପରେ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏହି କର୍ମଶାଳାର ମୁଖ୍ୟ ଲକ୍ଷ୍ୟ ଥିଲା | ଏହି କର୍ମଶାଳାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଅନ୍ତରୀକ୍ଷ କ୍ଷେତ୍ରର ସୁନାମଧନ୍ୟ ବୈଜ୍ଞାନିକ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଡକ୍ଟର ମିଲସ୍ବାମୀ ଆନ୍ନାଦୁରାଇ ଯୋଗଦେଇ କୃଷି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଓ ତଥ୍ୟର ପ୍ରୟୋଗ ଦ୍ବାରା ସମଗ୍ର କୃଷି ବ୍ୟବସ୍ଥାରେ କିପରି ଉନ୍ନତି ହୋଇପାରିଛି ତାହା ଉପରେ ଆଲୋକପାତ କରିଥିଲେ |

କୃଷି କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତାର ଏବଂ ପ୍ରଯୁକ୍ତିବିଦ୍ୟା ଆଧାରିତ ସୂଚନା ଓ ତଥ୍ୟର ବ୍ୟବହାର କେବଳ କୃଷକଙ୍କ ସମୟ ବଞ୍ଚାଇ ନାହିଁ ବରଂ ଜଳ ଏବଂ ବିଦ୍ୟୁତ୍ ପରି ସମ୍ବଳର ଅତିରିକ୍ତ ବ୍ୟବହାରକୁ ମଧ୍ଯ ହ୍ରାସ କରିପାରିଛି | ଏହି ସଭାରେ ସଭାପତିତ୍ୱ କରି ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ଏହି ନୂତନ ଦିଗ ଉପରେ ବିଶ୍ବବିଦ୍ୟାଳୟରେ ଆରମ୍ଭ ହୋଇଥିବା ପାଠ୍ୟ ଖସଡା ଓ ଗବେଷଣା ଉପରେ ଆଲୋକପାତ କରିଥିଲେ |
ଏହାଛଡା କୃଷି କାମ ପାଇଁ ଜଳବାୟୁ ପରିସ୍ଥିତିର ଅନୁଧ୍ୟାନ, ସଠିକ୍ ଚାଷ ପ୍ରଣାଳୀ, ସ୍ମାର୍ଟ ଗ୍ରୀନ୍ ହାଉସ୍ ଓ କୃଷିରେ ରେ ଡ୍ରୋନ୍ ର (Drone)ବ୍ୟବ‌ହାର ଉପରେ ମଧ୍ୟ ଗୁରୁତ୍ବ ଦେଇଥିଲେ |

ଡା (ପ୍ର.) ସଞ୍ଜୟ କୁମାର ଦାଶ, ଅଧ୍ଯକ୍ଷ, କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟ ଏହି କର୍ମଶାଳା (workshop​)ର ଆୟୋଜନ କରିବା ସହିତ ସ୍ବାଗତ ଭାଷଣ ଦେଇଥିଲେ | ସଭା ଶେଷରେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ଡା (ପ୍ର.) ହୃଷୀକେଶ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ |

ଜାତୀୟ ସ୍ତରରେ କୃଷି ବିଶ୍ୱବିଦ୍ୟାଳୟ ମାନଙ୍କ ମଧ୍ୟରେ ୯ମ ସ୍ଥାନରେ ଓୟୁଏଟି

ଆରମ୍ଭ ହେଲା ଓୟୁଏଟି କୃଷି-ଶିକ୍ଷା ମେଳା-୨୦୨୩

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)