1. କୃଷି ଖବର

ଆରମ୍ଭ ହେଲା ଓୟୁଏଟି କୃଷି-ଶିକ୍ଷା ମେଳା-୨୦୨୩

ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ଓୟୁଏଟି କୃଷି-ଶିକ୍ଷା ମେଳା-୨୦୨୩ ।

Sudesna Nayak
Sudesna Nayak
OUAT AGRI-EDU FAIR 2023

OUAT AGRI-EDU FAIR 2023

ରାଜ୍ୟ ରାଜଧାନୀ ଭୁବନେଶ୍ୱର (Bhubaneswar)ରେ ଆରମ୍ଭ ହୋଇଯାଇଛି ଓୟୁଏଟି କୃଷି-ଶିକ୍ଷା ମେଳା-୨୦୨୩ (OUAT AGRI-EDU FAIR 2023) । ଦେଶର ଦ୍ୱିତୀୟ ବୃହତ ଓ କ୍ଷାତିନାମା ବିଶ୍ୱବିଦ୍ୟାଳୟ ଓୟୁଏଟି (OUAT) ପରିସରରେ ଏହି ମେଳାର ଆୟୋଜନ କରାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (OUAT) ଦ୍ୱାରା ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ଏହାର ମିଡିଆ ପାର୍ଟନର ହୋଇଛି (Krishi Jagran) ‘କୃଷି ଜାଗରଣ’ ।

ସୂଚନା ଥାଉ କି, ଏହି ମେଳା ଡିସେମ୍ବର 20 ରୁ ଡିସେମ୍ବର 22 ଯାଏଁ ଚାଲିବ । ଏହି ମେଳା ଜରିଆରେ ଓୟୁଏଟି (OUAT) ତରଫରୁ କୃଷକ ଭାଇ-ଭଉଣୀମାନଙ୍କୁ ନୂଆ ନୂଆ କୃଷି ଜ୍ଞାନକୌଶଳ, ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏହି ମେଳା ରାଜ୍ୟର ସବୁ ବର୍ଗର କୃଷକ ଭାଇ ଓ ଭଉଣୀମାନଙ୍କୁ ସମସ୍ତ କୃଷି ସମ୍ବନ୍ଧିତ ନୂଆ ନୂଆ ଜ୍ଞାନକୌଶଳକୁ ଶିଖିବା ସହିତ ନିଜର ଆୟକୁ ଦ୍ୱିଗୁଣିତ (Doubling Income) କରି ଶସକ୍ତ ହେବାର ସୁଯୋଗ ଦେଇଛି ।

ଏହି ମେଳାରେ ଓୟୁଏଟି କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳଙ୍କ ସହିତ ଡିନ୍ ଏକ୍ସଟେସନ ଏଜ୍ୟୁକେସନ (Dean extension education)ପି.ଜେ ମିଶ୍ର, ପ୍ରଫେସର ଏସ.କେ ସ୍ବାଇଁ ଡିନ୍ ରିର୍ସଚ , ଶ୍ରୀ ଅଶୋକ ଚନ୍ଦ୍ର ପଣ୍ତା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ବିଭାଗ,ଶ୍ରୀ ଆର. କେ ଲେଙ୍କା ଉଦ୍ୟାନ କୃଷି ନିର୍ଦ୍ଦେଶକ ମୁଖ୍ୟ ଯୋଗ ଦେଇଥିଲେ ।ଏଥିସହିତ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ମଧ୍ଯ ଯୋଗ ଦେଇଥିଲେ । ଏହି ବିଶିଷ୍ଟ ବ୍ୟକ୍ତିମାନଙ୍କ ଯୋଗଦାନ ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକ ସଫଳ କରିବାରେ ସାହାଯ୍ୟ କରିଛି ।

ଏହି ଓୟୁଏଟି କୃଷି-ଶିକ୍ଷା ମେଳା-୨୦୨୩ (OUAT AGRI-EDU FAIR 2023) ର ପ୍ରଥମ ଦିନରେ କୃଷକମାନେ ବିଭିନ୍ନ ଷ୍ଟଲ ବୁଲି ବୁଲି ଦେଖିବା ସହ ନୂଆ ନୂଆ ଚାଷ ପଦ୍ଧତି ସମ୍ପର୍କରେ ଜ୍ଞାନ ଆହରଣ, କୃଷି ଜାତ ଦ୍ରବ୍ୟର କ୍ରୟ ଓ ବିଭିନ୍ନ ବିଷୟ ଉପରେ ନୂଆ ନୂଆ ଶିକ୍ଷା ଗ୍ରହଣ କରି ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା ।

ପ୍ରକାଶ ଥାଉ ଯେ, ମେଳାରେ ବିଭିନ୍ନ ଷ୍ଟଲ ପ୍ରଦର୍ଶନ ସହିତ କୃଷକମାନଙ୍କୁ ଅଧିକ ଆକର୍ଷୀତ କରିଥିଲା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ହୋଇଥିଲା ଏକ ଶିକ୍ଷାନୁମୂଳକ ସଭା ଓ ନିଆରା ଆଲୋଚନା ଚକ୍ର । ଯାହାକି କୃଷକ ଭାଇ-ଭଉଣୀମାନଙ୍କୁ ନୂଆ କିଛି ଶିକ୍ଷା ଅର୍ଜନ କରିବାର ସୁଯୋଗ ଯୋଗାଇଥିଲା ।

ଓୟୁଏଟି ପ୍ରଫେସର ପ୍ରଭାତ ରାଉଳ ପାଇବେ ‘ପ୍ରାଣକୃଷ୍ଣ ପରିଜା’ ସମ୍ମାନ

କୃଷି ଜାଗରଣ ଚୌପାଲରେ ଯୋଗଦେବେ ଓୟୁଏଟି କୁଳପତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments