1. କୃଷି ଖବର

ଓୟୁଏଟି ପ୍ରଫେସର ପ୍ରଭାତ ରାଉଳ ପାଇବେ ‘ପ୍ରାଣକୃଷ୍ଣ ପରିଜା’ ସମ୍ମାନ

ଓୟୁଏଟି ହେଉଛି ଦେଶର ପୁରାତନ ଏବଂ ଦ୍ଵିତୀୟ ବୃହତ୍ତମ କୃଷି ବିଶ୍ୱବିଦ୍ୟାଳୟ l ତେବେ ଗତବର୍ଷ ଏହି ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ l ପୂର୍ବରୁ ସେ କୃଷି ସହିତ ଜଡିତ ଅଛନ୍ତି l

Tanushree Mahapatra
Tanushree Mahapatra
Professor Prabhat raul will receive the pranakrishna parija  award in June

Professor Prabhat raul will receive the pranakrishna parija award in June

ଓୟୁଏଟି ହେଉଛି ଦେଶର ପୁରାତନ ଏବଂ ଦ୍ଵିତୀୟ ବୃହତ୍ତମ କୃଷି ବିଶ୍ୱବିଦ୍ୟାଳୟ l ତେବେ ଗତବର୍ଷ ଏହି ବିଶ୍ୱବିଦ୍ୟାଳୟର କୁଳପତି ହୋଇଥିଲେ ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ l ପୂର୍ବରୁ ସେ କୃଷି ସହିତ ଜଡିତ ଅଛନ୍ତି l ପୂର୍ବରୁ ସେ ଅନେକ ସମ୍ମାନ ପଦକ ପୁରସ୍କାର ଗ୍ରହଣ କରିଛନ୍ତି l ଗତକାଲି ଆଉ ଏକ ଖୁସି ଖବର ଆସିଛି ବିଶ୍ୱବିଦ୍ୟାଳୟ ପାଇଁ l

ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳଙ୍କୁ ‘ପ୍ରାଣକୃଷ୍ଣ ପରିଜା ସମ୍ମାନ ' ସମ୍ମାନରେ ସମ୍ମାନିତ କରାଯିବ l ତେବେ ଖ୍ୟାତନାମା କୃଷି ବିଜ୍ଞାନୀ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ପ୍ରଭାତ କୁମାର ରାଉଳ ଚଳିତବର୍ଷ ସମ୍ମାନ ଏବଂ ମର୍ଯ୍ୟାଦାଜନକ ‘ପ୍ରାଣକୃଷ୍ଣ ପରିଜା ସମ୍ମାନ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେହିପରି ଆଗାମୀ ଜୁନ୍‌ ୨ତାରିଖ ସଂଧ୍ୟା ୬ଟାରେ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ଭବନଠାରେ ପ୍ରଫେସର ପରିଜା ମେମୋରିଆଲ୍‌ ସୋସାଇଟି ପକ୍ଷରୁ ପ୍ରଫେସର ପରିଜାଙ୍କ ପୂଣ୍ୟତିଥି ପାଳନ କରାଯିବା ଅବସରରେ ଏହି ସମ୍ମାନ ପ୍ରଦାନ କରାଯିବ ବୋଲି ସୋସାଇଟି ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇ କୁହାଯାଇଛି ।

ସେ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍‌ ଅନ୍ତର୍ଗତ ଡାଇଁକୂଳ ଗ୍ରାମରେ ୧୯୬୪ ମସିହା ସେପ୍ଟେମ୍ବର୍‌ ୨୭ ତାରିଖରେ ଜନ୍ମିତ l ତେବେ ପ୍ରଫେସର୍‌ ରାଉଳ ପୂର୍ବରୁ ଅନେକ ସମ୍ମାନ ଜନକ ପଦବୀରେ ରହିଛନ୍ତି l ପୂର୍ବରୁ ଓୟୁଏଟିରେ ଅଧ୍ୟାପକ, ପ୍ରାଧ୍ୟାପକ, ପ୍ରଫେସର ଓ ଡିନ୍‌ ଭାବରେ ଦକ୍ଷତାର ସହ କାର୍ଯ୍ୟ କରି ବିଶ୍ୱବିଦ୍ୟାଳୟ ତଥା ଜରାଜେୟ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି ।

ସେ ଆପିକଲ୍‌ର ପରିଚାଳନା ନିର୍ଦ୍ଦେଶକ ଭାବରେ ବହୁ ଉନ୍ନୟନମୂଳକ କାର୍ଯ୍ୟ  କରିଛନ୍ତି l ସେ କୃଷି ବିଜ୍ଞାନ ସମ୍ପର୍କିତ ୨୪ଟି ଗ୍ରନ୍ଥର ପ୍ରଣେତା ଏବଂ ୯ ଜଣ ପିଏଚ୍‌ଡି ଗବେଷକଙ୍କ ଗାଇଡ୍‌ ଭାବେ ରହିଛନ୍ତି । ସୂଚନାଯୋଗ୍ୟ ଯେ , ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଉଦ୍ଭିଦ ବିଜ୍ଞାନୀ ପ୍ରଫେସର୍‌ ପ୍ରାଣକୃଷ୍ଣ ପରିଜାଙ୍କ ସ୍ମୃତିରେ ଏହି ସମ୍ମାନ ପ୍ରଦାନ କରାଯାଇଥାଏ ପ୍ରତିବର୍ଷ ।

କୃଷି ଜାଗରଣରେ ପରିସରରେ OUAT କୂଳପତି, କାର୍ଯ୍ୟକର୍ତ୍ତାଙ୍କୁ କଲେ ଉତ୍ସାହିତ...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments