1. କୃଷି ଖବର

ପାର୍ବଣ ପୂର୍ବରୁ ବଢିପାରେ DryFruits ଦାମ

ଆଗାକୁ ଡ୍ରାଏ ଫ୍ରୁଟ୍ସର ଦର ବୃଦ୍ଧି ନେଇ ଅନୁମାନ କରାଯାଉଛି । କାରଣ ଇରାନରେ ପିସ୍ତାର ଉତ୍ପାଦନ କମିଛି । ଅନ୍ୟପକ୍ଷେ ବାଦାମ ଦରରେ କିଛିଟା କମିଥିବା ଦେଖିବାକୁ ମିଳିଛି ।

Shuvanshu Kar
Shuvanshu Kar
dry fruits price will be more expensive before festivals

dry fruits price will be more expensive before festivals

ଆଗାମୀ କିଛି ଦିନରେ ବଢିପାରେ ଡ୍ରାଏ ଫ୍ରୁଟ୍ସ(dry fruits)ର ଦର । ଗତ କିଛି ଦିନରୁ ପିସ୍ତା(Pista) ଦାମ ଆକାଶ ଛୁଆଁ ରହିଛି । ପିସ୍ତା ଦାମରେ 100 ଟଙ୍କା ବୃଦ୍ଧି ଘଟିଛି । ହେଲେ ଗଥ କିଛି ମାସ ତୁଳନାରେ ବର୍ତ୍ତମାନ ବାଦାମ ଦର କମ ଅଛି ।


ଆଗାକୁ ଡ୍ରାଏ ଫ୍ରୁଟ୍ସ(dry fruits)ର ଦର ବୃଦ୍ଧି ନେଇ ଅନୁମାନ କରାଯାଉଛି । କାରଣ ଇରାନରେ ପିସ୍ତାର ଉତ୍ପାଦନ କମିଛି । ଅନ୍ୟପକ୍ଷେ ବାଦାମ ଦରରେ କିଛିଟା କମିଥିବା ଦେଖିବାକୁ ମିଳିଛି । ହେଲେ ଜୁଲାଇ ମଧ୍ୟ ଭାଗରେ ଏହାର ଦର ବୃଦ୍ଧି ହୋଇପାରେ । ମୁମ୍ବାଇରେ ଏବେ ବାଦାମର ହୋଲସେଲ ଦର କିଲୋଗ୍ରାମ ପିଛା 640 ଥିବାବେଳେ ପିସ୍ତା କିଲୋଗ୍ରାମ ପିଛା 925 ଟଙ୍କା ରହିଛି ।

ଡ୍ରାଏ ଫ୍ରୁଟସ ବ୍ୟବସାୟ କରନ୍ତୁ, ଆପଣ ପାଇବେ ବହୁତ ଲାଭ !!

ଡ୍ରାଏ ଫ୍ରୁଟସ ବ୍ୟବସାୟ କରନ୍ତୁ, ଆଉ ଉଠାନ୍ତୁ ଲାଭ

ଭାରତ ଇରାନରୁ ପିସ୍ତା ଆମଦାନୀ କରିଥାଏ । ହେଲେ ଆଜିକାଲି ଇରାନ ବଜାରରେ ପିସ୍ତାର ଅଭାବ ଦେଖିବାକୁ ମିଳୁଛି । ଏଥିପାଇଁ ଏହାର ଦର ବୃଦ୍ଧି ହେଉଛି । ଏକ ମାସ ପୂର୍ବରୁ ପିସ୍ତାର ଦାମ କିଲୋଗ୍ରାମ ପିଛା 825 ଟଙ୍କା ରହିଥିଲା, ଯାହା ଏବେ 925 ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷେ ପିସ୍ତା ମଗଜର ଦାମ କିଲୋଗ୍ରାମ ପିଛା 1500 ଟଙ୍କାରୁ ବୃଦ୍ଧି ପାଇ 1900 ଟଙ୍କା ହୋଇଯାଇଛି । ତେବେ ରକ୍ଷାବନ୍ଧନ ପୂର୍ବରୁ ଏହାର ଦାମ କିଲୋପିଛା 500 ଟଙ୍କା ବୃଦ୍ଧି ହୋଇପାରେ ବୋଲି ଅନୁମାନ ରହିଛି ।

ବାଦାମ ଦର ଏବେ ଲଗାମରେ ରହିଛି । ଗମ ତାମ ତୁଳନାରେ ଏହାର ଦାମ କମିଛି । ଗତ ମାସ ଆମେରିକୀୟ ବାଦାମର ହୋଲସେଲ ମୂଲ୍ୟ କିଲୋପିଛା 640 ଟଙ୍କା ରହିଥିଲା । ହେଲେ ଏବେ ଏହା କମ ହୋଇ 620 ଟଙ୍କାରେ ସ୍ଥିର ରହିଛି । ପାଖାପାଖି 1 ମାସ ପରେ 20 ଜୁଲାଇ ସୁଦ୍ଧା ଏହା 700 ଟଙ୍କାରେ ପହଁଞ୍ଚିପାରେ ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments