News

Business Idea:୫ ଲକ୍ଷରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ; ସରକାର ଦେବେ ୭୦% ଋଣ, ହେବେ ମାଲାମାଲ

ଦେଶରେ ଏପରି ଅନେକ ବ୍ୟବସାୟ ଅଛି, ଯାହା କମ ମୂଲ୍ୟରେ ଆରମ୍ଭ ହୋଇ ଅଧିକ ଲାଭ ପାଇପାରିବ । ସେଥିମଧ୍ୟରୁ ଗୋଟିଏ ହେଉଛି ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ (Dairy product business)।

30 January, 2022 12:25 PM IST By: Sudesna Nayak

ଦେଶରେ ଏପରି ଅନେକ ବ୍ୟବସାୟ ଅଛି, ଯାହା କମ ମୂଲ୍ୟରେ ଆରମ୍ଭ ହୋଇ ଅଧିକ ଲାଭ ପାଇପାରିବ । ସେଥିମଧ୍ୟରୁ ଗୋଟିଏ ହେଉଛି ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ (Dairy product business)।

ଦୁଗ୍ଧଜାତ ଦ୍ରବ୍ୟ (Dairy product)ଦୈନନ୍ଦିନ ବ୍ୟବହାରରେ ଆସିଥାଏ । ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟରେ ମାତ୍ର ୫ ଲକ୍ଷ ଟଙ୍କା ବିନିଯୋଗ ସହିତ ପ୍ରତ୍ୟେକ ମାସରେ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର ହୋଇପାରିବ ।

ଏହି ବ୍ୟବସାୟ ଆରମ୍ଭ କରିବାକୁ କେନ୍ଦ୍ର ସରକାର (Central Government) ମଧ୍ୟ ସାହାଯ୍ୟ କରୁଛନ୍ତି । ଯଦି ଆପଣମାନେ ମଧ୍ୟ ଏହି ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି, ତେବେ ପ୍ରଥମେ ସଂପୂର୍ଣ୍ଣ ଯୋଜନା କରନ୍ତୁ । ଏହି ବ୍ୟବସାୟ କିପରି ଆରମ୍ଭ ହୋଇପାରିବ ତାହା ଜାଣନ୍ତୁ...

ମୁଦ୍ରା ଋଣ ଯୋଜନା ଅଧୀନରେ ଋଣ ଆଣି ହେବ,ଜାଣନ୍ତୁ...

ଯେକୌଣସି ବ୍ୟବସାୟ ଆରମ୍ଭ କରିବାକୁ, ସର୍ବପ୍ରଥମେ ଟଙ୍କା ଆବଶ୍ୟକ । ଏଥିପାଇଁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ । ମୋଦୀ ସରକାର (Modi Govt)ଙ୍କ ପ୍ରଧାନମନ୍ତ୍ରୀ ମୁଦ୍ରା ରୁଣ ଯୋଜନା (Pradhan Mantri Mudra Loan Yojana) ସହିତ ସହଜରେ ପୁଞ୍ଜି ବ୍ୟବସ୍ଥା କରାଯାଇପାରିବ । ଏହି ବ୍ୟବସାୟ ପାଇଁ, ସରକାର ଆପଣମାନଙ୍କୁ ଟଙ୍କା ସହିତ ପ୍ରକଳ୍ପ ବିଷୟରେ ସମ୍ପୂର୍ଣ୍ଣ ସୂଚନା ଦିଅନ୍ତି ଯାହା ଦ୍ୱାରା ଆପଣ ଆରାମରେ ବ୍ୟବସାୟ ଆରମ୍ଭ କରିପାରିବେ ।

ସମୁଦାୟ ବିନିଯୋଗର ୭୦% ଋଣ ପାଇବ,ଜାଣନ୍ତୁ...

ଯେତେବେଳେ ଆପଣମାନେ ଦୁଗ୍ଧଜାତ ଦ୍ରବ୍ୟର ବ୍ୟବସାୟ (Dairy product business)ଆରମ୍ଭ କରିବେ, ସେତେବେଳେ ସରକାରଙ୍କ ମୁଦ୍ରା ଋଣରୁ ମୋଟ ମୂଲ୍ୟର ୭୦ ପ୍ରତିଶତ ବ୍ୟାଙ୍କରୁ ଉପଲବ୍ଧ ହେବ ।

ନିଜେ ୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ,ଜାଣନ୍ତୁ...

ପ୍ରୋଜେକ୍ଟ ପ୍ରୋଫାଇଲ୍ ଅନୁଯାୟୀ, ଏହି ବ୍ୟବସାୟର ପ୍ରକଳ୍ପ ୧୬ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରିବ । ଏଥିରେ ବ୍ୟକ୍ତିଙ୍କୁ କେବଳ ୫ ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ ।

ପ୍ରୋଜେକ୍ଟ ଏହିପରି ହେବ,ଜାଣନ୍ତୁ...

ଯଦି ପ୍ରଧାନ ମନ୍ତ୍ରୀ ଯୋଜନା ଅନୁଯାୟୀ ଦେଖାଯାଏ, ତେବେ ଏହି ବ୍ୟବସାୟରେ ଗୋଟିଏ ବର୍ଷରେ ୭୫ ହଜାର ଲିଟର ସ୍ୱାଦଯୁକ୍ତ ଦୁଗ୍ଧ କାରବାର ହୋଇପାରିବ । ଏହା ବ୍ୟତୀତ ୩୬ ହଜାର ଲିଟର ଦହି, ୯୦ ହଜାର ଲିଟର ବଟର ଓ ୪୫୦୦ କିଲୋଗ୍ରାମ ଘି ମଧ୍ୟ ତିଆରି କରି ବିକ୍ରି ହୋଇପାରିବ । ସେହି ଅନୁଯାୟୀ, ପ୍ରାୟ ୮୨ ଲକ୍ଷ ୫୦ ହଜାର ଟଙ୍କା କାରବାର ହେବ । ଯେଉଁଥିରେ ପ୍ରାୟ ୭୪ ଲକ୍ଷ ଟଙ୍କା ଖର୍ଚ୍ଚ ହେବ, ୧୪ ପ୍ରତିଶତ ସୁଧ ପ୍ରତ୍ୟାହାର ପରେ ମଧ୍ୟ ଆପଣ ପ୍ରାୟ ୮ ଲକ୍ଷ ସଞ୍ଚୟ କରିପାରିବେ ।

ବ୍ୟବସାୟ ଆରମ୍ଭ କରିବା ପାଇଁ କେତେ ସ୍ଥାନ ଆବଶ୍ୟକ ହେବ,ଜାଣନ୍ତୁ...

ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ୧୦୦୦ ବର୍ଗଫୁଟ ସ୍ଥାନ ଆବଶ୍ୟକ ହେବ । ଯେଉଁଥିରେ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ୫୦୦ ବର୍ଗଫୁଟ ସ୍ଥାନ, ରେଫ୍ରିଜରେଜେସନ୍ ରୁମ୍ ପାଇଁ ୧୫୦ ବର୍ଗଫୁଟ, ୧୫୦ ବର୍ଗଫୁଟ ୱାଶିଂ ଏରିଆ, ଅଫିସ୍, ଶୌଚାଳୟ ଓ ଅନ୍ୟାନ୍ୟ ସୁବିଧା ପାଇଁ ୧୦୦ ବର୍ଗଫୁଟ ସ୍ଥାନ ଆବଶ୍ୟକ ହେବ ।

କମ ଟଙ୍କାରେ ଘରର ଛାତରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ଏହି ବ୍ୟବସାୟ କଲେ ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା, ହେବେ ମାଲାମାଲ୍

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)