1. କୃଷି ଖବର

ବଦଳିବ ଋୁଚି ସୋୟାର ନାଁ, ପତଞ୍ଜଳି ହେବ ନୂଆ ପରିଚୟ

ବଦଳିବ ଋୁଚି ସୋୟାର ନାଁ, ପତଞ୍ଜଳି ହେବ ନୂଆ ପରିଚୟ

Sudesna Nayak
Sudesna Nayak
Edible oil maker Ruchi Soya to acquire Patanjali Ayurved’s food retail biz

Edible oil maker Ruchi Soya to acquire Patanjali Ayurved’s food retail biz

ଖୁବ ଶୀଘ୍ର ବଦଳିବାକୁ ଯାଉଛି ଋୁଚି ସୋୟା ଲିମିଟେଡ(Ruchi Soya Industries Ltd)ର ନାଁ । ପତଞ୍ଜଳି ନାଁରେ ନୂଆ ପରିଚୟ ପାଇବ ଋୁଚି ସୋୟା ଲିମିଟେଡ । ଏନେଇ ସୂଚନା ଦେଇଛନ୍ତି ଯ଼ୋଗ ଗୁରୁ ବାବା ରାମଦେବ ।

ବାବା ରାମଦେବଙ୍କ ସୂଚନା ଅନୁଯାୟୀ ଋୁଚି ସୋୟା ଲିମିଟେଡ(Ruchi Soya Industries Ltd)ର ନାଁ ଖୁବ ଶୀଘ୍ର ବଦଳିବ । ଋୁଚି ସୋୟା ବୋର୍ଡର ନିର୍ଦ୍ଦେଶକ ନାଁ ପରିବର୍ତ୍ତନ କରି ପତଞ୍ଜଳି ଫୁଡ୍ସ(Patanjali Foods Limited) କରିବାକୁ ମଞ୍ଜୁରୀ ଦେଇଛନ୍ତି । ସେୟାର ହୋଲ୍ଡର୍ସଙ୍କ ମଞ୍ଜୁରୀ ପରେ ଏହି ପ୍ରକ୍ରିୟା ଆରମ୍ଭ ହେବ ।

ପତଞ୍ଜଳିରେ ମିଳିବ ହଜାର ହଜାର ପିଲାଙ୍କୁ ଚାକିରି; ଜଲଦୀ ଆବେଦନ କରନ୍ତୁ...

ସୋୟାବିନ୍ ଭେରିଟି: କରନ୍ତୁ ସୋୟାବିନ୍ ଚାଷ ପାଆନ୍ତୁ ପ୍ରଚୁର ଲାଭ |

ପତଞ୍ଜଳି ଆୟୁର୍ବେଦ (Patanjali Ayurved)ର ମଧ୍ୟ ଅଲଗା ଆଇପିଓ (IPO) ଆସିବ । ପତଞ୍ଜଳି ଫୁଡ୍ସ ବିଜନେସ କମ୍ପାନୀରେ ଟ୍ରାନ୍ସଫର ହେବ ବୋଲି ରାମଦେବ ସୂଚନା ଦେଇଛନ୍ତି । ଆୟୁର୍ବେଦର ଫୁଡ ରିଟେଲ ବ୍ୟବସାୟ ମୂଲ୍ୟ 690 କୋଟି ଟଙ୍କା ରହିଛି । 15 ଜୁଲାଇ 2022 ସୁଦ୍ଧା ରିଟେଲ ବ୍ୟବସାୟରେ ମଧ୍ୟ ଟ୍ରାନ୍ସଫର ହେବ ।

ସ୍ବମୀ ରାମଦେବ କହିଛନ୍ତି ଯେ ରୁଚି ସୋୟା ଗତ 2 ବର୍ଷ ମଧ୍ୟରେ ଟର୍ଣ୍ଣଆରାଉଣ୍ଡ କରିଛି । କମ୍ପାନୀର ଅନେକ ବିଭାଗରେ ନେତୃତ୍ୱ ଅଛି । 8 ଟି ବର୍ଗର ଖାଦ୍ୟ ସ୍ଥାନାନ୍ତର କରାଯାଇଛି । ପତଞ୍ଜଳି ଫୁଡ୍ସ ଗିଲୋୟ ବଜାରର 90 ପ୍ରତିଶତ ଦଖଲ କରିଛି । ଆଗାମୀ ସମୟରେ, ଲକ୍ଷ୍ୟ ହେଉଛି ପତଞ୍ଜଳିକୁ ଋଣ ମୁକ୍ତ କରିବା । ଆସନ୍ତା ବର୍ଷ ଠାରୁ ପତଞ୍ଜଳିଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ ରହିଥିବା କହିଛନ୍ତି ରାମଦେବ ।

ସ୍ବାମୀ ରାମଦେବଙ୍କ ଘୋଷଣା ପରେ ରୁଚି ସୋୟାର ଶେୟା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ମଧ୍ୟ, ଶେୟାର 7 ପ୍ରତିଶତରୁ ଅଧିକ ବଢିଛି ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments