1. କୃଷି ଖବର

Edible Oil Price Hike: ମହଙ୍ଗା ହେବ ଖାଇବା ତେଲ, ଜାଣନ୍ତୁ...

ଖୁବଶୀଘ୍ର ଖାଇବା ତେଲ ପୁଣି ଥରେ ମହଙ୍ଗା ହେବକୁ ଯାଉଛି । ଚଳିତ ବର୍ଷ ଖାଇବା ତେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିବା ସମ୍ଭାବନା ଅଛି ।

Sudesna Nayak
Sudesna Nayak
Edible Oil Price Hike

Edible Oil Price Hike

ଖୁବଶୀଘ୍ର ଖାଇବା ତେଲ (Edible Oil)ପୁଣି ଥରେ ମହଙ୍ଗା ହେବକୁ ଯାଉଛି । ଚଳିତ ବର୍ଷ ଖାଇବା ତେଲ ଦର ସର୍ବାଧିକ ସ୍ତରରେ ପହଞ୍ଚିବା ସମ୍ଭାବନା ଅଛି ।

ସୂଚନା ଅନୁଯାୟୀ, ସୋମବାର (MONDAY)ସେରାଷ୍ଟ୍ର ତୈଳ ମିଲର୍ସ ଆସୋସିଏସନ୍ (SOMA)କହିଛି ଯେ, ଖାଇବା ତେଲ (Edible Oil)ର ମୂଲ୍ୟ ଏହି କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ସ୍ତରକୁ ଛୁଇଁପାରେ । ୧୬ ଲିଟରିଆ ଚିନାବାଦାମ ତେଲ (Peanut Oil) ଟିଣର ମୂଲ୍ୟ ୨୭୫୦ ଟଙ୍କା ଏବଂ କପା ମଞ୍ଜି ତେଲର ମୂଲ୍ୟ ୨୭୦୦ ଟଙ୍କାକୁ ବୃଦ୍ଧି ପାଇଛି । ଆଗକୁ ଏହା ଆହୁରି ବଢିପରେ ।

ଖାଉଟିଙ୍କ ପାଇଁ ଏହା ଏକ କଠିନ ବର୍ଷ ହେବାକୁ ଯାଉଛି । ବର୍ଷସାରା ଖାଇବା ତେଲ (Edible Oil)ର ମୂଲ୍ୟ ବୃଦ୍ଧି ହେବାର ଆଶଙ୍କା ବୃଦ୍ଧି ପାଇଛି । SOMA ଦାବି କରିଛି ଯେ, ବର୍ତ୍ତମାନ ଖାଇବା ତେଲ (Edible Oil)ର ମୂଲ୍ୟ ବୃଦ୍ଧିର କାରଣ ହେଉଛି, କୃଷକମାନଙ୍କ ପାଖରେ ଚିନାବାଦାମର ଷ୍ଟକ୍ ନାହିଁ । ବିଭିନ୍ନ ରାଜ୍ୟ ସରକାରଙ୍କ ପାଖରେ ମାତ୍ର ଦେଢ ଲକ୍ଷ ଚିନାବାଦାମ (Peanut)ଷ୍ଟକ୍ ଅଛି । ଖୋଲା ବଜାରରୁ ମଧ୍ୟ ଷ୍ଟକ୍ ନିଆଯାଏ, ତଥାପି ଚାହିଦା ପୁରଣ ହେବନାହିଁ । ଆଉ ତେଲ ମୂଲ୍ୟ ବ୍ୟବସାୟୀଙ୍କ ଅନୁଯାୟୀ ସ୍ଥିର କରାଯିବ ।

SOMA ସଭାପତି କହିଛନ୍ତି ଯେ, ନଭେମ୍ବରରେ ନୂଆ ଷ୍ଟକ୍ ପହଞ୍ଚିବା ପୂର୍ବରୁ ଚିନାବାଦାମ ତେଲ ମୂଲ୍ୟରେ କୌଣସି ହ୍ରାସର ଆଶା ନାହିଁ, କାରଣ ଗତ ବର୍ଷ ତୁଳନାରେ ଚଳିତ ବର୍ଷ କମ ବିହନ ବୁଣାଯାଇଛି । ଜୁଲାଇ ୪ ପର୍ଯ୍ୟନ୍ତ ୧୦ ଲକ୍ଷ ହେକ୍ଟରରେ ଚିନାବାଦାମ ଏବଂ ୧୫ ଲକ୍ଷ ହେକ୍ଟରରେ କପା ବୁଣାଯାଇଥିଲା । ସାଧାରଣ ପରିସ୍ଥିତିରେ ଜୁନ୍ ୩୦ ପର୍ଯ୍ୟନ୍ତ ୧୪ ଲକ୍ଷ ହେକ୍ଟରରେ ଚିନାବାଦାମ ବୁଣାଯାଉଥିବାବେଳେ ଏଥର ଏହା ୧୦ ଲକ୍ଷ ହେକ୍ଟରରେ ଅଛି ।

ପ୍ରକାଶ ଥାଉ ଯେ, ଅନ୍ୟପକ୍ଷରେ, ଗତ ଋତୁରେ କପା ମୂଲ୍ୟ ଭଲ ଥିଲା । ତେଣୁ ଏଥର କୃଷକମାନେ ଚିନାବାଦାମ ବଦଳରେ ଅଧିକ କପା ଚାଷ କରିବାକୁ ମନ ବଳାଇଛନ୍ତି । ଯଦି କପା ଚାଷ ବୃଦ୍ଧି ହୁଏ, ତେବେ ଏହା ଚିନାବାଦାମ ଏବଂ ତୈଳ ଉତ୍ପାଦନ ଉପରେ ପ୍ରଭାବ ପକାଇବ । ବିଦେଶୀ ବଜାରରୁ କଞ୍ଚା ଚିନାବାଦାମର ଚାହିଦା ଅଧିକ ରହିବ ଏବଂ ନଭେମ୍ବର ପରେ ମଧ୍ୟ ଘରୋଇ ତୈଳ ମୂଲ୍ୟରେ ବୃଦ୍ଧି ଘଟିପାରେ, ଚଳିତ ବର୍ଷ ମୂଲ୍ୟ ହ୍ରାସ ହେବାର କୌଣସି ସମ୍ଭାବନା ନାହିଁ ।

ମହଙ୍ଗା ହେଲା ଖାଇବା ତେଲ, ଜାଣନ୍ତୁ କେତେ...

ପୁଣି ଶସ୍ତା ହେଲା ଖାଇବା ତେଲ, ୨୨ ଟଙ୍କା ପର୍ଯ୍ୟନ୍ତ ତଳକୁ ଖସିଲା ଦର, ନୂଆ ରେଟ୍ ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments