1. କୃଷି ଖବର

ଖାଇବା ତେଲ ଦର ବୃଦ୍ଧି, ଆପଣ ଏହାର କାରଣ ଜାଣନ୍ତୁ !!

ଖାଇବା ତେଲର ବଜାର ଦର ଏବେ ବହୁତ ବଢ଼ିଯାଇଛି l ଏହାର ସିଧାସଳଖ ପ୍ରଭାବ ପଡ଼ିଛି ରୋଷେଇ ଘର ଉପରେ l ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି ଦ୍ଵିଗୁଣ ବୃଦ୍ଧି ପାଇଛି ଖାଇବା ତେଲର ଦର l ତେଲର ଏହି ଦର ବୃଦ୍ଧି ଦ୍ୱାରା ଚଡ଼କ ପଡ଼ିଛି ଖାଉଟି ମୁଣ୍ଡରେ l ଆସନ୍ତୁ ଏହି ଲେଖା ମାଧ୍ୟମରେ ତେଲର ବଜାର ଦର ବୃଦ୍ଧି ଏବଂ ଖାଉଟିମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ କିଛି ବିଶେଷ ଆଲୋଚନା କରିବା l

Sugyan Kumar Nayak
Sugyan Kumar Nayak
Edible Oil

Edible Oil

ଖାଇବା ତେଲର ବଜାର ଦର ଏବେ ବହୁତ ବଢ଼ିଯାଇଛି l ଏହାର ସିଧାସଳଖ ପ୍ରଭାବ ପଡ଼ିଛି ରୋଷେଇ ଘର ଉପରେ l ଗୋଟିଏ ବର୍ଷ ମଧ୍ୟରେ ପାଖାପାଖି ଦ୍ଵିଗୁଣ ବୃଦ୍ଧି ପାଇଛି ଖାଇବା ତେଲର ଦର l ତେଲର ଏହି ଦର ବୃଦ୍ଧି ଦ୍ୱାରା ଚଡ଼କ ପଡ଼ିଛି ଖାଉଟି ମୁଣ୍ଡରେ l  ଆସନ୍ତୁ ଏହି ଲେଖା ମାଧ୍ୟମରେ ତେଲର ବଜାର ଦର ବୃଦ୍ଧି ଏବଂ ଖାଉଟିମାନଙ୍କ ଉପରେ ଏହାର ପ୍ରଭାବ ବିଷୟରେ କିଛି ବିଶେଷ ଆଲୋଚନା କରିବା l

ଖାଦ୍ୟ ଏବଂ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ରାଜ୍ୟ ସଭାକୁ ପ୍ରଦାନ କରିଥିବା ବିବରଣୀ ଅନୁସାରେ 2016 ଠାରୁ 2021 ମଧ୍ୟରେ ଖାଇବା ତେଲର ସର୍ବାଧିକ ଦର ବୃଦ୍ଧି  ହେବାର ରେକର୍ଡ କରାଯାଇଛି l ଏହି ରିପୋର୍ଟ ଅନୁସାରେ ଛଅ ଗୋଟି ପ୍ରମୁଖ ଖାଇବା ତେଲରେ ଦର ବୃଦ୍ଧି ଘଟିଛି l 2020 ତୁଳନାରେ ଚଳିତ ବର୍ଷ ସୂର୍ଯ୍ୟମୁଖୀ ତେଲ 40.5%, ପାମୋଲିନ ତେଲ 35.8% ଏବଂ ସୋୟାବିନ ତେଲ 37% ମୂଲ୍ୟ ବୃଦ୍ଧି ଘଟିଛି l ଏହି ସମୟରେ ସୋରିଷ ତେଲର ଖୁଚୁରା ମୂଲ୍ୟ 29% ବୃଦ୍ଧି ପାଇଛି ଏବଂ ବାଦାମ ତେଲର ମୂଲ୍ୟରେ 17% ବୃଦ୍ଧି ଘଟିଛି l ବନସ୍ପତି ମୂଲ୍ୟରେ ମଧ୍ୟ 35% ବୃଦ୍ଧି ଘଟାଇଥିବାର ମନ୍ତ୍ରଣାଳୟ ତାଙ୍କର ରିପୋର୍ଟରେ ଦର୍ଶାଇଛନ୍ତି l

ତେଲ ଦର ବୃଦ୍ଧିର କାରଣ ଦର୍ଶାଇ ମନ୍ତ୍ରଣାଳୟ କହିଛନ୍ତି ଏହାର କେତେକ ପ୍ରମୁଖ କାରଣ ରହିଛି ଏବଂ ଏହା ପରସ୍ପର ସହିତ ଜଡ଼ିତ ଅଟେ l କରୋନା ମହାମାରୀ ସମୟରେ ତୈଳର ଚାହିଦା ଏବଂ ଯୋଗାଣରେ ବହୁତ ପାର୍ଥକ୍ୟ ରହିଲା, ଯାହା ଫଳରେ ଆନ୍ତର୍ଜାତୀୟ ତେଲ ଦର ବୃଦ୍ଧି ଘଟିଲା l ଏହି ସମୟରେ ପରିବହନରେ ସମସ୍ୟା ସୃଷ୍ଟି ହୋଇଛି ଏବଂ ଘରୋଇ ଉତ୍ପାଦନ ହ୍ରାସ ପାଇଛି ବୋଲି ଖାଦ୍ୟ ଏବଂ ଖାଉଟି ବ୍ୟାପାର ମନ୍ତ୍ରଣାଳୟ କହିଛନ୍ତି l ପରିବହନ ଖର୍ଚ୍ଚ ବୃଦ୍ଧି ଏବଂ ଯୋଗାଣ ନେଟୱର୍କରେ ସମସ୍ୟା ଏବଂ ପାଣିପାଗର ଖରାପ ପ୍ରଭାବ ଯୋଗୁଁ ଏହି ପରି ତେଲ ଦର ବୃଦ୍ଧି ଘଟିଛି ବୋଲି ମନ୍ତ୍ରଣାଳୟ ତାଙ୍କର ରିପୋର୍ଟରେ ଦର୍ଶାଇଛନ୍ତି l  ବର୍ତ୍ତମାନ ତେଲ ଦର ଯେପରି ବୃଦ୍ଧି ପାଇଛି ସେଥିରେ ସାଧାରଣ ଜନତା ଆବଶ୍ୟକ ପରିମାଣର ତେଲ କିଣି ବ୍ୟବହାର କରିବାରେ ସମର୍ଥ ହେବ କି ନାହିଁ, ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମନ୍ତ୍ରଣାଳୟ ଜଣାଇଛନ୍ତି ଯେ, ଦେଶରେ ଲୋକମାନଙ୍କ ଜୀବନ ଶୈଳୀରେ ଦିନକୁ ଦିନ ବିକାଶ ଘଟୁଛି l ପରିସଂଖ୍ୟାନରୁ ଜଣାଯାଇଛି ଯେ, 2018-19ରେ ମୁଣ୍ଡ ପିଛା ତେଲ ଉପଯୋଗ 19.5 କି.ଗ୍ରା.ରହିଥିବା ବେଳେ 2019-20ରେ ମୁଣ୍ଡ ପିଛା ତେଲ ଉପଯୋଗ 19.7 କି.ଗ୍ରା.କୁବୃଦ୍ଧି ପାଇଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments