News

climate change: ବିଶ୍ବର ସବୁଠୁ ପ୍ରଭାବିତ ଦେଶ ଇଜିପ୍ଟ

ଇଜିପ୍ଟର ଜଳସମ୍ପଦ ଏବଂ ଜଳସେଚନ ମନ୍ତ୍ରୀ ହାନି ସୁୱେଇଲମ ରବିବାର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ଇଜିପ୍ଟ ବିଶ୍ୱର ସବୁଠୁ ଅଧିକ ପ୍ରଭାବିତ ଦେଶ ଅଟେ।

12 September, 2022 10:27 AM IST By: Shuvanshu Kar

ଇଜିପ୍ଟ(Egypt)ର ଜଳସମ୍ପଦ ଏବଂ ଜଳସେଚନ ମନ୍ତ୍ରୀ ହାନି ସୁୱେଇଲମ ରବିବାର କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ(climate change) ଦ୍ୱାରା ଇଜିପ୍ଟ ବିଶ୍ୱର ସବୁଠୁ ଅଧିକ ପ୍ରଭାବିତ ଦେଶ ଅଟେ।

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (COP27)ର 27 ତମ ଅଧିବେଶନ ଆୟୋଜନ କରିବାକୁ ଇଜିପ୍ଟର ପ୍ରସ୍ତୁତ ହେଉଛି । ଏକ ପରିବେଶ ଏବଂ ବିକାଶ ଫୋରମର ଉଦଘାଟନୀ ଅଧିବେଶନରେ ଇଜିପ୍ଟ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ଏହି ଅଧିବେଶନ ଲୋହିତ ସାଗରର ରିସର୍ଟ ସହର ଶର୍ମ ଏଲ-ଶେଖରେ ଅନୁଷ୍ଠିତ ହେବ।

ଇଜିପ୍ଟରେ ଜଳ ଅଭାବ, ଉଚ୍ଚ ତାପମାତ୍ରା, ମୃତ୍ତିକା କ୍ଷୟ ଏବଂ ମଧୁର ଜଳରେ ଲୁଣିଆ ଜଳର ମିଶ୍ରଣ ନେଇ ଚିନ୍ତା ପ୍ରକଟ କରିଛନ୍ତି ମନ୍ତ୍ରୀ । ଜନସଂଖ୍ୟା ବୃଦ୍ଧି, ଜଳବାୟୁ ପରିବର୍ତ୍ତନର ପ୍ରଭାବ ବିଭିନ୍ନ ଦେଶରେ ପାନୀୟଜଳ, କୃଷି ଏବଂ ଶିଳ୍ପ ଉଦ୍ଦେଶ୍ୟରେ ବ୍ୟବହୃତ ଜଳର ଅଭାବ ସୃଷ୍ଟି କରିଛି ବୋଲି ସେ କହିଛନ୍ତି।

ଜଳବାୟୁ, ଖାଦ୍ୟ ଏବଂ କୃଷିକୁ ବିଶ୍ୱ ଜଳବାୟୁ ଏଜେଣ୍ଡାରେ ସ୍ଥାନିତ କରିବାର ଆବଶ୍ୟକତା ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି । ଜଳବାୟୁ ପରିବର୍ତ୍ତନ ସହ ମୁକାବିଲା କରିବାରେ ସହଯୋଗକୁ ଆହୁରି ମଜବୁତ କରିବାକୁ ମନ୍ତ୍ରୀ ସମସ୍ତ ଦେଶକୁ ଅନୁରୋଧ କରିଛନ୍ତି।

ଜଳବାୟୁ ପରିବର୍ତ୍ତନରେ ଉନ୍ନତି ଆଣିବା ପାଇଁ ଇଜିପ୍ଟ ବହୁତ ଉଦ୍ୟମ କରୁଛି, ଯେଉଁଥିରେ କୃଷକମାନଙ୍କୁ ଉତ୍ତମ ଜଳ ପହଞ୍ଚାଇବା ପାଇଁ କେନାଲଗୁଡ଼ିକର ପୁନରୁଦ୍ଧାର ଅନ୍ତର୍ଭୁକ୍ତ । ବର୍ଜ୍ୟଜଳର ପୁନଃ ବ୍ୟବହାରର କମ୍ ବ୍ୟୟବହୁଳ ଏବଂ ଅଧିକ ଦକ୍ଷ ଉପାୟ ଅଧ୍ୟୟନ କରି ଜଳ ନିଷ୍କାସନ ପ୍ରକଳ୍ପର ସମ୍ପ୍ରସାରଣର ଆବଶ୍ୟକତା ଉପରେ ମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଜଳବାୟୁ ପରିବର୍ତ୍ତନ ସାରା ବିଶ୍ବ ଆଗରେ ଏକ ଚ୍ୟାଲେଞ୍ଜ ପାଲଟିଛି । ଏହାରି ମଧ୍ୟ ବିଭିନ୍ନ ଦେଶ ଏହା ଉପରେ ଗବେଷଣା କରୁଛନ୍ତି । ପରିବେଶ ନଷ୍ଟ କାରଣରୁ ଜଳବାୟୁରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଋତୁଚକ୍ରରେ ଅନିୟମିତତା ସାଙ୍ଗକୁ ଅସହ୍ୟ ତାତି, ଥଣ୍ଡା ଭଳି ଅସ୍ବଭାବିକ ପରିବର୍ତ୍ତନ ଦେଖିବାକୁ ମିଳୁଛି । ନଦୀ ଜଳ ଶୁଖିଯାଉଛି । ବିଳମ୍ବିତ ବର୍ଷା ଚାଷୀଙ୍କ ଚିନ୍ତା ବଢାଉଛି ।

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ

ଜଳବାୟୁ ପରିବର୍ତ୍ତନ ଉପରେ ମିଳିତ ଗବେଷଣା କରିବେ ଜାପାନ-ଭାରତ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)