1. କୃଷି ଖବର

Kandhamal Turmeric: ଏକ ଜିଲ୍ଲା ଏକ ଉତ୍ପାଦ ପୁରସ୍କାରରେ ପୁରସ୍କୃତ

ଏକ ଜିଲ୍ଲା ଏକ ଉତ୍ପାଦ ପୁରସ୍କାରରେ ପୁରସ୍କୃତ କନ୍ଧମାଳ ହଳଦୀ l ଏହାର ଚାଷର ଗୁଣବତ୍ତା ଏବଂ ଚାଷ ପ୍ରଣାଳୀକୁ ଧ୍ୟାନରେ ରଖି ୨୦୧୯ ମସିହା ଉତ୍କଳ ଦିବସ ଉପଲକ୍ଷେ ଭାରତ ସରକାରଙ୍କଦ୍ୱାରା ଭୌଗଳିକ ପରିଚୟ ତଥା GI ମାନ୍ୟତା ଦିଆଯାଇଛି ।

Tanushree Mahapatra
Tanushree Mahapatra
ek jilla ek utpad award for kandhamal turmeric , image source - pexels.com

ek jilla ek utpad award for kandhamal turmeric , image source - pexels.com

ଓଡିଶା ହେଉଛି ଏକ ଚାଷୀ ବହୁଳ ରାଜ୍ୟ l ଯେଉଁଠି ଅଧିକାଂଶ ଲୋକ ଚାଷ କାମ କରିଥାନ୍ତି l ବିଭିନ୍ନ ପ୍ରକାର ଶସ୍ୟ ଉତ୍ପାଦନ ଠାରୁ ଆରମ୍ଭ କରି ମସଲା ଜାତୀୟ ଏଠାରେ ଚାଷୀ ଚାଷ କରିଥାନ୍ତି l ସେହିପରି କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ତରଫରୁ କିଛି ସ୍ୱତନ୍ତ୍ର ଚାଷକୁ ମାନ୍ୟତା ପ୍ରଦାନ କରାଯାଇଛି l ୮ ଆଉ ଏକ ନୂଆ ପୁରସ୍କାରରେ ପୁରସ୍କୃତ ହୋଇଛି ଓଡିଶାର ହଳଦୀ l ଯାହାର ବିଶେଷତା ରହିଛି ଏବଂ କନ୍ଧମାଳ ଜିଲ୍ଲାରେ l

କନ୍ଧମାଳ ହଳଦୀ ଯାହାକି ଏକ ଭିନ୍ନ ଧରଣର ହଳଦୀ ପ୍ରଜାତି ଯାହା ବିଶ୍ୱ ଦରବାରରେ ନିଜର ଗୁଣବତ୍ତା ଏବଂ ଔଷଧୀୟ ଗୁଣ ପାଇଁ ନିଜସ୍ୱ ଏକ ପରିଚୟ ସୃଷ୍ଟି କରିଛି । ଯାହା ଆଜି ଦେଶ ଏବଂ ଦେଶ ବାହାରେ ଆଦର ପାଇଛି l

ଏହି ଅନନ୍ୟ ପ୍ରଜାତିର ହଳଦୀ ମୁଖ୍ୟତଃ ଦକ୍ଷିଣ ଓଡ଼ିଶା ଅନ୍ତର୍ଗତ କନ୍ଧମାଳ ଜିଲ୍ଲା ଏବଂ ଏହାର ଆଖପାଖ ଅଞ୍ଚଳରେ ବହୁଳ ମାତ୍ରାରେ ଚାଷ କରିଥାନ୍ତି ଚାଷୀ । ଏହାର ଚାଷର ଗୁଣବତ୍ତା ଏବଂ ଚାଷ ପ୍ରଣାଳୀକୁ ଧ୍ୟାନରେ ରଖି ୨୦୧୯ ମସିହା ଉତ୍କଳ ଦିବସ ଉପଲକ୍ଷେ ଭାରତ ସରକାରଙ୍କଦ୍ୱାରା ଭୌଗଳିକ ପରିଚୟ ତଥା GI ମାନ୍ୟତା ଦିଆଯାଇଛି । ପାରମ୍ପରିକ ପଦ୍ଧତିରେ ଚାଷ କରାଯାଉଥିବା ଏହି କନ୍ଧମାଳ ହଳଦୀରେ ମୁଖ୍ୟତଃ ସାର ଓ କୀଟନାଶକର ପ୍ରୟୋଗ ଆଦୌ କରାଯାଇନଥାଏ l ସେଥିପାଇଁ ଏହି ହଳଦୀକୁ ମଧ୍ୟ ଜୈବିକ ମାନ୍ୟତା ପ୍ରଦାନ କରାଯାଇଛି ।

ଗତକିଛି ବର୍ଷ ତଳେ କନ୍ଧମାଳ ହଳଦୀକୁ ମିଳିଥିଲା ଜିଆଇ ମାନ୍ୟତା । କନ୍ଧମାଳ ହଳଦୀକୁ ଜି.ଆଇ ମାନ୍ୟତା ଦେବା ପାଇଁ ଚେନ୍ନାଇ ଜି.ଆଇ କାର୍ଯ୍ୟାଳୟରେ ଆବେଦନ କରାଯାଇଥିଲା ରାଜ୍ୟ ସରକାରଙ୍କ ତରଫରୁ । ଆବେଦନ ପରେ ଏହାର ପ୍ରାରମ୍ଭିକ ତଥ୍ୟ ସଂଗ୍ରହ କାର୍ଯ୍ୟ ଶେଷ କରାଯାଇ ରାଜ୍ୟ ସରକାରଙ୍କ ତରଫରୁ ଜି.ଆଇ ମାନ୍ୟତା ଦେବାକୁ ଅବେଦନ କରାଯାଇଥିଲା କିଛିବର୍ଷ ତଳେ ଆବେଦନ କରାଯାଇଥିଲା । ତେବେ ବିଧିବଦ୍ଧଭାବେ କନ୍ଧମାଳ ହଳଦୀକୁ ଜି.ଆଇ ମାନ୍ୟତା ମିଳିଛି । ତେବେ ଏହାଦ୍ୱାରା କନ୍ଧମାଳ ହଳଦୀର ବ୍ୟାବସାୟିକ ମୂଲ୍ୟ ବୃଦ୍ଧି ପାଇଥିଲା । କନ୍ଧମାଳ ହଳଦୀ ଜିଆଇ ମାନ୍ୟତା ପାଇବା ପରେ ଏହାର ବଜାର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଥିଲା ଏବଂ ଏହା ସହିତ ବାହାରକୁ ରପ୍ତାନି ବଢ଼ିବ ବଢିଥିଲା ।

କନ୍ଧମାଳ ହଳଦୀକୁ କୃଷି ଉତ୍ପାଦ ବର୍ଗରେ ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ମର୍ଯ୍ୟାଦାଜନକ ଏକ ଜିଲ୍ଲା ଏକ ଉତ୍ପାଦ ( ଓଡିଓପି) ପୁରସ୍କାର ମିଳିଛି। କନ୍ଧମାଳ ହଳଦୀ ଦେଶରେ ତୃତୀୟ ସ୍ଥାନରେ ରହି କାଂସ୍ୟ ପଦକ ପାଇଛି। ପ୍ରଥମ ଥର ପାଇଁ ଓଡ଼ିଶାର ଏକ ଉତ୍ପାଦକୁ ଜାତୀୟ ସ୍ତରରେ ପୁରସ୍କୃତ କରାଯାଇଥିବାରୁ ଏହା କନ୍ଧମାଳ ଜିଲ୍ଲା ସମେତ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ହୋଇଛି। ଏହି ପୁରସ୍କାର ପାଇଁ ସମଗ୍ର ଦେଶର ୫୩୮ଟି ଜିଲ୍ଲାରୁ ସ୍ବତନ୍ତ୍ର ଉତ୍ପାଦମାନ ଭାଗ ନେଇଥିଲେ। କୃଷି ବର୍ଗରେ ଆରକୁ କଫି ନିମନ୍ତେ ଆନ୍ଧ୍ର ପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାକୁ ପ୍ରଥମ ପୁରସ୍କାର ପାଇଁ ସ୍ବର୍ଣ୍ଣ ପଦକ ମିଳିଥିବା ବେଳେ ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାକୁ ‘ରେଡ୍‌ ରାଇସ୍‌’ ନିମନ୍ତେ ଦ୍ବିତୀୟ ପୁରସ୍କାର ପାଇଁ ରୌପ୍ୟପଦକ ମିଳିଛି।

ସେହିପରି ସେଓ ଉତ୍ପାଦନ ନିମନ୍ତେ କଶ୍ମୀରର ସୋଫିଆନ ଜିଲ୍ଲା ଏବଂ ହଳଦୀ ନିମନ୍ତେ ଓଡ଼ିଶାର କନ୍ଧମାଳ ଜିଲ୍ଲାକୁ ତୃତୀୟ ପୁରସ୍କାର ଭାବେ କାଂସ୍ୟ ପଦକ ମିଳିଥିବା ସୂଚନା ରହିଛି । କେନ୍ଦ୍ର ସରକାରଙ୍କ ବହିଃବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ ଏହି ସ୍ୱତନ୍ତ୍ର ଚାଷ ଉତ୍ପାଦକୁ। ଓଡ଼ିଶାର କନ୍ଧମାଳ ଜିଲ୍ଲାର ହଳଦୀକୁ ଏହି ପୁରସ୍କାର ମିଳିଥିବାରୁ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଖୁସି ବ୍ୟକ୍ତ କରିଛନ୍ତି ।

ଏହି ପୁରସ୍କାର ପାଇଁ ଓଡିଶାରୁ କନ୍ଧମାଳ ଜିଲ୍ଲା ଆବେଦନ କରିଥିଲା କିଛିଦିନ ତଳେ l ଗତ ୨୦୨୩ ସେପ୍‌ଟେମ୍ବର ମାସ ୩୦ରେ କେନ୍ଦ୍ର ସରକାରଙ୍କ ଏକ ସ୍ବତନ୍ତ୍ର ଟିମ୍‌ କନ୍ଧମାଳ ଜିଲ୍ଲା ଗସ୍ତ କରି ଉତ୍ପାଦିତ ହଳଦୀର ଗୁଣବତ୍ତା ଏବଂ ହଳଦୀକୁ ନେଇ କ’ଣ କ’ଣ ଆନୁଷଙ୍ଗିକ ଶିଳ୍ପ ଜିଲ୍ଲାରେ କାର୍ଯ୍ୟକ୍ଷମ ଅଛି ତାହାର ଏକ ଅନ୍ୟୁଧାନ କରି ଫେରିଥିଲେ। ସ୍ବତନ୍ତ୍ର ଟିମ୍‌ କେନ୍ଦ୍ର ସରକାରଙ୍କ ବହିଃବ୍ୟାପାର ବିଭାଗରେ ରିପୋର୍ଟ ଦାଖଲ କରିଥିଲେ l ଯାହାପରେ ସମସ୍ତ ତଥ୍ୟକୁ ନଜରରେ ରଖି କେନ୍ଦ୍ର ସରକାର ଏହି ପୁରସ୍କାର ପ୍ରଦାନ କରିଥିଲେ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments