1. କୃଷି ଖବର

ନିର୍ବାଚନ ମଞ୍ଚ ! କେଵେ କେବେ କେଉଁଠି ??

ଭାରତୀୟ ନିର୍ବାଚନ ଆୟୋଗ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ସହିତ ଆନ୍ଦ୍ରପ୍ରଦେଶ ,ଅନୁରାଞ୍ଚଳ ପ୍ରଦେଶ ,ଓଡିଶା ଏବଂ ସିକିମ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏବଂଫଳାଫଳ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି |ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରା ଏକ ସମ୍ପାଦକ ସମ୍ମିଳନୀ ରେ ନିର୍ବାଚନ ତାରିଖ ସମ୍ପର୍କର ରେ ବିସ୍ତୃତ ସୂଚନା ଦେଇଥିଲେ |

KJ Staff
KJ Staff

ଆସୁଛି ଲୋକସଭା ନିର୍ବାଚନ

ଭାରତୀୟ ନିର୍ବାଚନ ଆୟୋଗ ଆଗାମୀ ୨୦୧୯ ଲୋକସଭା ନିର୍ବାଚନ ସହିତ ଆନ୍ଦ୍ରପ୍ରଦେଶ ,ଅନୁରାଞ୍ଚଳ ପ୍ରଦେଶ ,ଓଡିଶା ଏବଂ ସିକିମ ବିଧାନସଭା ନିର୍ବାଚନ ପାଇଁ ମତଦାନ ଏବଂ ଫଳାଫଳ ତାରିଖ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି |ମୁଖ୍ୟ ନିର୍ବାଚନ ଆୟୁକ୍ତ ସୁନୀଲ ଅରୋରା ଏକ ସମ୍ପାଦକ ସମ୍ମିଳନୀ ରେ ନିର୍ବାଚନ ତାରିଖ ସମ୍ପର୍କର ରେ ବିସ୍ତୃତ ସୂଚନା ଦେଇଥିଲେ |

ଏପ୍ରିଲ ୧୧ ତାରିଖ ଠାରୁ ମେ ୧୯ ପର୍ଯ୍ୟନ୍ତ ସାଧାରଣ ନିର୍ବାଚନ ମୋଟ ୭ ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଏବଂ ଫଳାଫଳ ମେ ୨୩ ରେ ପ୍ରକାଶ ପାଇବା |


ନିର୍ବାଚନ ପର୍ଯ୍ୟାୟ !
୫୪୩ ଟି ଲୋକସଭା ଆସନ ମଧ୍ୟରୁ ୧୧ ଏପ୍ରିଲ ପ୍ରଥମ ପର୍ଯ୍ୟାୟରେ ୯୧ ଟି ଆସନ ,ଦ୍ଵିତୀୟ ପର୍ଯ୍ୟାୟ ୧୮ ଏପ୍ରିଲ ରେ ୯୬ ଟି ଆସନ,ତୃତୀୟ ପର୍ଯ୍ୟାୟ ୨୩ ଏପ୍ରିଲ ରେ ୧୧୫ ଟି ଆସନ ,ଚତୁର୍ଥ ପର୍ଯ୍ୟାୟ ୨୯ ଏପ୍ରିଲ ରେ ୭୧ ଟି ଆସନ ,ପଞ୍ଚମ ପର୍ଯ୍ୟାୟ ମେ ୭ ରେ ୫୧ ଟି ଆସନ ,ଷଷ୍ଠ ପର୍ଯ୍ୟାୟ ମେ ୧୨ ରେ ତାରିଖ ରେ ୫୯ ଟି ଆସନ ଏବଂ ଶେଷ ପର୍ଯ୍ୟାୟ ରେ ମେ ୧୯ ରେ ୫୯ ଟି ଆସନ ପାଇଁ ମତଦାନ ହେବ ବୋଲି ନିର୍ବାଚନ ଆୟୋଗ ସୂଚନା ଦେଇଛନ୍ତି |

କେଉଁଠି କେତୋଟି ସଂସଦୀୟ କ୍ଷେତ୍ରଲାଗି ମତଦାନ ?
ପ୍ରଥମ ପର୍ଯ୍ୟାୟରେ ୨୦ ଟି ରାଜ୍ୟର ୫୧ ଟି ସଂସଦୀୟ କ୍ଷେତ୍ର
ଦ୍ଵିତୀୟ ପର୍ଯ୍ୟାୟରେ ୧୩ ଟି ରାଜ୍ୟର ୯୬ ଟି ସଂସଦୀୟ କ୍ଷେତ୍ର
ତୃତୀୟ ପର୍ଯ୍ୟାୟରେ ୧୪ ଟି ରାଜ୍ୟର ୧୧୫ ଟି ସଂସଦୀୟ କ୍ଷେତ୍ର
ଚତୁର୍ଥ ପର୍ଯ୍ୟାୟରେ ୯ ଟି ରାଜ୍ୟର ୭୧ ଟି ସଂସଦୀୟ କ୍ଷେତ୍ର
ପଞ୍ଚମ ପର୍ଯ୍ୟାୟରେ ୭ ଟି ରାଜ୍ୟର ୫୧ ଟି ସଂସଦୀୟ କ୍ଷେତ୍ର
ଷଷ୍ଠ ପର୍ଯ୍ୟାୟରେ ୭ ଟି ରାଜ୍ୟର ୫୯ ଟି ସଂସଦୀୟ କ୍ଷେତ୍ର

ନିର୍ବାଚନ ପାଇଁ ଆସନ୍ତା ୧୮ ତାରିଖ ରେ ଗେଜେଟ ବିଜ୍ଞପ୍ତି ପ୍ରକାଶ ପାଇବା |ପାର୍ଥିପତ୍ର ଦାଖଲ କରିବା ର ଶେଷ ତାରିଖ ମାର୍ଚ୍ଚ ୨୫ ତାରିଖ ରଖାଯାଇଥିଲା ବେଳେ ୨୬ ତାରିଖ ପାର୍ଥିପତ୍ର ଯାଞ୍ଚ କରାଯିବ |ସେହିପରି ପାର୍ଥିପତ୍ର ପ୍ରତ୍ୟହାର ଶେଷ ତାରିଖ ୨୮ ମାର୍ଚ୍ଚ ରଖାଯାଇଛି |ଏପ୍ରିଲ ୧୧ ତାରିଖ ଠାରୁ ମତଦାନ ଆରମ୍ଭ ହେବ |ମତଦାନ ପାଇଁ ବହୁସଂଖ୍ୟାରେ ମତଦାତା ଆଗେଇ ଆସନ୍ତୁ ଏବଂ ଦେଶର ଗଣତନ୍ତ୍ରୀ ପ୍ରକ୍ରିୟା କୁ ସୁଦୃଢ଼ କରିବା ଲାଗି ନିର୍ବାଚନ ଆୟୋଗ ଆହ୍ୱାନ କରିଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments