1. କୃଷି ଖବର

Election 2024: ୪ଟି ପର୍ଯ୍ୟାୟରେ ହେବ ମତଦାନ

ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ, ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପାଇଁ ବାଜିଲା ବିଗୁଲ......

Tanushree Mahapatra
Tanushree Mahapatra
Election commission of india announced date for loksabha election, image source - canva and pixeles

Election commission of india announced date for loksabha election, image source - canva and pixeles

ଘଟିଲା ନିର୍ବାଚନୀ ଅପେକ୍ଷାର ଅନ୍ତ । ବାଜିଲା ନିର୍ବାଚନୀ ବିଗୁଲ l ଆରମ୍ଭ ହୋଇଗଲା ନିର୍ବାଚନୀ କାଉଣ୍ଟଡାଉନ୍ । ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତରେ, ଗଣତନ୍ତ୍ରର ମହାପର୍ବ ନିର୍ବାଚନ ପାଇଁ ଆଜି ବାଜିଲା ବିଗୁଲ ।

ଭାରତରେ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା । ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଏ ନେଇ ପ୍ରେସମିଟ୍‌ କରି ନିର୍ବାଚନ ବାବଦରେ ସମସ୍ତ ସୂଚନା ଦିଆଯାଇଛି । ଏହା ସହିତ ସମସ୍ତ ନିର୍ବାଚନୀ ଦଳ ପାଇଁ ଆଜି ଠାରୁ ଦେଶରେ ଲାଗୁ ହେଲା ଆଦର୍ଶ ଆଚରଣ ବିଧି ।

ନିର୍ବାଚନ କମିଶନଙ୍କ ପ୍ରେସମିଟ୍ ରେ ସମସ୍ତ ସୂଚନା ପ୍ରଦାନ। ଓଡ଼ିଶାରେ ନିର୍ବାଚନ ସିଟ ପାଇଁ ଘୋଷଣା ହେଲା ତାରିଖ । ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ । ଭୋଟ ଦେବେ ଜନ ସାଧାରଣ l ମେ’ ୧୩ରେ ପ୍ରଥମ ପର୍ଯ୍ୟାୟ ଭୋଟ ଦେବେ ଜନ ସାଧାରଣ ଏବଂ ମେ’୨୦ ରେ ଦ୍ବିତୀୟ ପର୍ଯ୍ୟାୟ ଭୋଟ ଦେବେ ଜନତା । ଅନ୍ୟପଟେ ମେ’ ୨୫ରେ ତୃତୀୟ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଏବଂ ଜୁନ୍ ୧ରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ଗ୍ରହଣ । ଜୁନ୍ ୪ରେ ପ୍ରକାଶ ପାଇବ ନିର୍ବାଚନୀ ଫଳାଫଳ ।

ପ୍ରେସମିଟ୍‌ ରେ ନିର୍ବାଚନ କମିଶନରଙ୍କ ସୂଚନା :-

-ବ୍ୟବହାର ହେବ ୫୫ ଲକ୍ଷ EVM ମେସିନ୍

-୯୭ କୋଟିରୁ ଅଧିକ ଭୋଟରଙ୍କ ସଂଖ୍ୟା

-୧୦.୫ ଲକ୍ଷ ପୋଲିଂ ବୁଥ୍‌ରେ ମତଦାନ

-୧.୫ ପୋଲିଂ ଅଫିସର ନିଯୁକ୍ତ

-୨୧.୫ କୋଟି ଯୁବ ଭୋଟର ଦେବେ ଭୋଟ

-ମହିଳା ଭୋଟର - ୪୭.୧ କୋଟିରୁ ଅଧିକ

-ପୁରୁଷ ଭୋଟର - ୪୯.୭ କୋଟିରୁ ଅଧିକ

-୮୮.୪ ଲକ୍ଷ ଦିବ୍ୟାଙ୍ଗ ଦେବେ ଭୋଟ

-ପ୍ରଥମ ଥର ପାଇଁ ଭୋଟ ଦେବେ ୧.୮୨ କୋଟି

-ଶତାୟୁ ଭୋଟରଙ୍କ ସଂଖ୍ୟା ମୋଟ ୨୧ ଲକ୍ଷରୁ ଅଧିକ

-ବୟସ୍କ ଓ ଦିବ୍ୟାଙ୍ଗଙ୍କ ପାଇଁ ବ୍ୟାପକ ବନ୍ଦୋବସ୍ତ

-୮୫ ବର୍ଷରୁ ଅଧିକ ବୟସ ଥିବା ବ୍ୟକ୍ତିଙ୍କ ପାଇଁ ସ୍ବତନ୍ତ୍ର ସୁବିଧା

-ଘରେ ରହି ଭୋଟ୍ ଦେବେ ବୟସ୍କ

-୪୮ ହଜାର ଟ୍ରାନ୍ସଜେଣ୍ଡର ଭୋଟର ଦେବେ ଭୋଟ

କପା ମୂଲ୍ୟରେ ବୃଦ୍ଧି: କ୍ୱିଣ୍ଟାଲ ପିଛା ୮୦୦୦/-

ରାଜସ୍ଥାନ ଦେବନଗରରେ MFOI, VVIF Kisan Bharat Yatra

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments