1. କୃଷି ଖବର

ଦଳ ଗର୍ଜନ ରେ କମ୍ପୁଛି ନିର୍ବାଚନ ମୈଦାନ !

ଦଳ ଗର୍ଜନ ରେ କମ୍ପୁଛି ନିର୍ବାଚନ ମୈଦାନ !

KJ Staff
KJ Staff

-ମୋଦି ,ଅମିତ ଙ୍କ ଘନ ଘନ ଗସ୍ତ
-ସଂଗ୍ରାମ କରୁଛି କଂଗ୍ରେସ ;ରାହୁଲ ବ୍ୟତୀତ ଅନ୍ୟ ନେତା ଙ୍କ ଦେଖା ନାହିଁ
-ବିଜେଡି କୁ ଭରସା ନବୀନ ଓ ଶଙ୍ଖ ..

ସପ୍ତଦଶ ଲୋକସଭା ଓ ଷୋଡଶ ଓଡିଶା ବିଧାନସଭା ପାଇଁ ନିର୍ବାଚନ ମୈଦାନ ଏବେ କମ୍ପୁଛି |ଏବେ ସବୁ ରାଜନୈତିକ ଦଳରେ ଚାଲିଛି ଘମାଘଟ ପ୍ରତିଯୋଗିତା |ଓଡ଼ିଶାରେ ୧୧ ଟି ଲୋକସଭା ଓ ୧୪୭ ଟି ବିଧାନସଭା ଆସନ ହାତେଇବା ପାଇଁ ଚାଲିଛି ରୀତିମତ କସରତ |କ୍ରମାଗତ ଭାବେ ୧୯ ବର୍ଷ ଧରି କ୍ଷମତାସୀନ ବିଜେଡି ସରକାରକୁ କ୍ଷମତାରୁ ହଟାଇବା ନିମନ୍ତେ ବିରୋଧୀ ସବୁପ୍ରକାର ରଣନୀତି ଆପଣାଇଛନ୍ତି |


ଏଥର ସଂଗ୍ରାମ ରେ ବିଜେଡି ଆଗକୁ ବଢୁଛି |ମାତ୍ର କଂଗ୍ରେସ ପରି ପ୍ରମୁଖ ବିରୋଧୀ ଦଳ ଅଧିକ ଆକ୍ରମଣ କରୁନାହିଁ |ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଏବଂ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ଅଭିଯାନକୁ ତ୍ଵରାନିତ୍ଵ କରିଥିବାବେଳେ କଂଗ୍ରେସ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଛାଡିଦେଲେ ଦଳର ଅନ୍ୟ କୌଣସି ଟାଣୁଆ କେନ୍ଦ୍ରୀୟ ନେତାଙ୍କ ଏ ଯାଏଁ ଦେଖା ମିଳିନି |

ବିଜେଡି ସହ ୯ ବର୍ଷ ମେଣ୍ଟ ରେ ରହି ୨୦୦୯ ରେ ଅଲଗା ହୋଇଥିବା ବିଜେପି ଏଥର ପରିବର୍ତ୍ତନ ଡାକରା ଦେଇ କ୍ଷମତାସୀନ ଦଳ ବିରୋଧରେ ତୁମୁଳ ପ୍ରତିଯୋଗିତା ଚଳାଇଛି |କେନ୍ଦ୍ର ନେତା ମାନେ ଘନ ଘନ ଗସ୍ତରେ ଆସି ଧୂଆଁଦାର ପ୍ରଚାର କରୁଛନ୍ତି |

ବିଜେଡି ସହ ୯ ବର୍ଷ ମେଣ୍ଟ ରେ ରହି ୨୦୦୯ ରେ ଅଲଗା ହୋଇଥିବା ବିଜେପି ଏଥର ପରିବର୍ତ୍ତନ ଡାକରା ଦେଇ କ୍ଷମତାସୀନ ଦଳ ବିରୋଧରେ ତୁମୁଳ ପ୍ରତିଯୋଗିତା ଚଳାଇଛି |କେନ୍ଦ୍ର ନେତା ମାନେ ଘନ ଘନ ଗସ୍ତରେ ଆସି ଧୂଆଁଦାର ପ୍ରଚାର କରୁଛନ୍ତି |

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments