News

ହାତୀ ମୃତ୍ୟୁ ଘଟଣାରେ 2 ବନ କର୍ମଚାରୀ ନିଲମ୍ବିତ, ୨୬ରେ ହେବ ପରବର୍ତ୍ତୀ ଶୁଣାଣି

ଦଦରାଘାଟି ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ୍‌ଙ୍କୁ ନିଲମ୍ବନ କରିଛନ୍ତି ଢେଙ୍କାନାଳ DFO । ଏପେଟେ ଆସନ୍ତା ସେପ୍ଟେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ହାଇକୋର୍ଟ ।

04 September, 2022 3:17 PM IST By: Shuvanshu Kar

କାମାକ୍ଷାନଗର ହାତୀ ମୃତ୍ୟୁ(elephant deth) ଘଟଣାରେ ନିଲମ୍ବିତ ହୋଇଛନ୍ତି 2 ବନ କର୍ମଚାରୀ(Forest Officials) । ଦଦରାଘାଟି ଫରେଷ୍ଟର ସରୋଜ କୁମାର ବେହେରା ଓ ଫରେଷ୍ଟ ଗାର୍ଡ ସ୍ୱର୍ଣ୍ଣପ୍ରଭା ସେଠ୍‌ଙ୍କୁ ନିଲମ୍ବନ କରିଛନ୍ତି ଢେଙ୍କାନାଳ DFO । ଖେସୋରା ଜଙ୍ଗଲରେ ବିଦ୍ୟୁତ୍‌ ଆଘାତରେ ହାତୀର ମୃତ୍ୟୁ ହୋଇଥିଲା(elephant deth) ।

ଏହାପୂର୍ବରୁ କେନ୍ଦୁଝରରେ ବିଦ୍ୟୁତ ସଂସ୍ପର୍ଶରେ ଆସି ହୋଇଥିବା ହାତୀ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । ଘଟଣାରେ ନିଲମ୍ବିତ ହୋଇଥିଲେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡ । ଏହି ମାମଲାରେ ବିଦ୍ୟୁତ ବିଭାଗକୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ୨୫ ଅଗଷ୍ଟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି 2 ମାଇ ହାତୀଙ୍କ ମୃତ୍ୟୁ ହୋଇଥିଲା ।

ଏପଟେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ କ୍ଷୁବ୍ଧ ଅଛନ୍ତି ହାଇକୋର୍ଟ । ଅନେକ ହାତୀ ମୃତ୍ୟୁ ମାମଲାରେ ଏଯାଏଁ କୌଣସି ଚାର୍ଜସିଟ ଦାଖଲ କରାଯାଇନାହିଁ । ବନ୍ୟଜନ୍ତୁ ଶିକାରକୁ ନେଇ ରୁଜୁ ଅଧିକାଂଶ ମାମଲାରେ ଏ ପର୍ଯ୍ୟନ୍ତ ଚାର୍ଜସିଟ୍‌ ଦାଖଲ ହୋଇପାରି ନଥିବା ଶୁଣାଣି ସମୟରେ ସ୍ପଷ୍ଟ ହୋଇଥିଲା ।

ଚାର୍ଜସିଟ ହୋଇ ନଥିବା ମାମଲାଗୁଡିକରେ ଚାର୍ଜସିଟ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବାକୁ କୁହାଯାଇଛି । ପ୍ରତି ୧୫ ଦିନରେ ଥରେ ଟାସ୍କଫୋର୍ସ ବୈଠକ ଆୟୋଜନ କରାଯିବ ବୋଲି ଶୁଣାଣି ସମୟରେ କୁହାଯାଇଥିଲା ।

ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ବାର୍ଥ ଯାଚିକାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଥିଲେ । ତେବେ ଆସନ୍ତା ସେପ୍ଟେମ୍ବର ୨୬ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଗତ ତିନି ବର୍ଷରେ ଭାରତ ହରାଇଛି 329 ବାଘ

ପୁଣି ଫେରିବେ ଚିତା, ଭାରତ-ନମ୍ବିଆ ମଧ୍ୟରେ ହେଲା ଚୁକ୍ତି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)