1. କୃଷି ଖବର

ପୁଣି ଫେରିବେ ଚିତା, ଭାରତ-ନମ୍ବିଆ ମଧ୍ୟରେ ହେଲା ଚୁକ୍ତି

ତାବାଘଙ୍କ ବିକାଶ ଏବଂ ସେମାନଙ୍କ ସଂରକ୍ଷଣ ଦିଗରେ ଭାରତ ଓ ନାମ୍ବିଆ ନିଜ ନିଜର ବିଶେଷ ଜ୍ଞାନ ଏବଂ କ୍ଷମତା ପରସ୍ପର ମଧ୍ୟରେ ବାଣ୍ଟିବେ ।

Shuvanshu Kar
Shuvanshu Kar
India-Namibia sign an MoU on wildlife conservation and sustainable biodiversity utilization

India-Namibia sign an MoU on wildlife conservation and sustainable biodiversity utilization

ଜୈବ ବିବିଧତାର ହେବ ଉପଯୋଗ । ବନ୍ୟପ୍ରାଣୀ ସଂରକ୍ଷଣ(wildlife conservation)କୁ ଦିଆଯିବ ଗୁରୁତ୍ବ । ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ(sustainable biodiversity utilization) ଦିଗରେ ଚୁକ୍ତି ସ୍ବାକ୍ଷର(MOU) କରିଛନ୍ତି ଭାରତ ଓ ନାମ୍ବିଆ । ଭାରତର ଚିତାବାଘର ପୁନଃପ୍ରବର୍ତ୍ତନ ପ୍ରକଳ୍ପ ଐତିହାସିକ ବିବର୍ତ୍ତନ ସନ୍ତୁଳନ ରକ୍ଷା ଦିଗରେ ଯୋଗାଇଛି ଉଲ୍ଲେଖନୀୟ ସହଯୋଗ ।

ଭାରତ ସରକାର ଏବଂ ନାମିବିୟା ସରକାରଙ୍କ ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ନିମନ୍ତେ ଏକ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ର ଅନୁସାରେ ଭାରତର ଐତିହାସିକ ରେଞ୍ଜ୍‌ରେ ଚିତାବାଘ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ବିକାଶକୁ ପ୍ରୋତ୍ସାହନ ଯୋଗାଣ ନିମନ୍ତେ ପାରସ୍ପରିକ ସହଯୋଗ ବୃଦ୍ଧି ଦିଗରେ ମଧ୍ୟ କାର୍ଯ୍ୟ କରିବ । ଉଭୟ ରାଷ୍ଟ୍ର ପାରସ୍ପରିକ ବିଧିବିଧାନ, ସାର୍ବଭୌମତ୍ୱ, ସମାନତା ତଥା ଭାରତ ଏବଂ ନାମିବିୟାର ସର୍ବଶ୍ରେଷ୍ଠ ସ୍ୱାର୍ଥ ପ୍ରତି ସମ୍ମାନ ପ୍ରଦର୍ଶନ ଆଧାରରେ କାର୍ଯ୍ୟ କରିବେ ।

ବୁଝାମଣା ପତ୍ର ଅନୁଯାୟୀ, ଉଭୟ ରାଷ୍ଟ୍ରର ଯେଉଁସବୁ ଅଞ୍ଚଳରେ ପୂର୍ବରୁ ଚିତାବାଘ ବସବାସ କରୁଥିଲେ ଏବଂ ବର୍ତ୍ତମାନ ସେମାନେ ସେଠାରୁ ଲୋପ ପାଇଯାଇଛନ୍ତି ସେହିସବୁ ସ୍ଥାନମାନଙ୍କରେ ସେମାନଙ୍କର ପୁନଃସଂସ୍ଥାପନ ଏବଂ ସଂରକ୍ଷଣ ଉପରେ ନିର୍ଦ୍ଦିଷ୍ଟ ଭାବେ ଗୁରୁତ୍ୱ ଆରୋପ ପୂର୍ବକ ଜୈବବିବିଧତାର ସୁରକ୍ଷା ଦିଗରେ ଭାରତ ଏବଂ ନାମ୍ବିଆ କାର୍ଯ୍ୟ କରିବେ ।

ଦୁଇ ଦେଶରେ ଚିତାବାଘଙ୍କ ବିକାଶ ଏବଂ ସେମାନଙ୍କ ସଂରକ୍ଷଣ ଦିଗରେ ଉଭୟ ରାଷ୍ଟ୍ର ନିଜ ନିଜର ବିଶେଷ ଜ୍ଞାନ ଏବଂ କ୍ଷମତା ପରସ୍ପର ମଧ୍ୟରେ ବାଣ୍ଟିବେ । ଉତ୍ତମ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଦୁଇ ଦେଶ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଭାଗୀ ହେବେ ।

ଜୈବବିବିଧତାର ସଂରକ୍ଷଣ ନିମନ୍ତେ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ, ସ୍ଥାନୀୟ ଗୋଷ୍ଠୀର ଲୋକମାନେ ଯେଉଁମାନେ କି ବନ୍ୟପ୍ରାଣୀମାନଙ୍କ ଆବାସସ୍ଥଳୀ କ୍ଷେତ୍ରରେ ବସବାସ କରିଆସୁଛନ୍ତି ସେମାନଙ୍କ ନିମନ୍ତେ ଜୀବନଜୀବିକା ବ୍ୟବସ୍ଥା ସୃଷ୍ଟି କରିବା ନେଇ ଏମଓୟୁରେ ଉଲ୍ଲେଖ ରହିଛି ।

ସେହିପରି ଜଳବାୟୁ ପରିବର୍ତ୍ତନ, ପର୍ଯ୍ୟାବରଣ ଜନିତ ସୁଶାସନ, ପର୍ଯ୍ୟାବରଣ ଜନିତ ପ୍ରଭାବର ଆକଳନ, ପ୍ରଦୂଷଣ ଓ ବର୍ଜ୍ୟ ପରିଚାଳନା ତଥା ଅନ୍ୟାନ୍ୟ ପାରସ୍ପରିକ ସ୍ୱାର୍ଥଜଡ଼ିତ ପ୍ରସଙ୍ଗରେ ମିଳିତ ସହଯୋଗ ଆଧାରରେ କାର୍ଯ୍ୟ କରାଯିବ । ପ୍ରଯୁକ୍ତିଗତ ବିଶେଷ ଜ୍ଞାନ ସମେତ ଯେଉଁଠାରେ ଆବଶ୍ୟକ ବନ୍ୟପ୍ରାଣୀ ପରିଚାଳନା ତାଲିମ ଏବଂ ଶିକ୍ଷାଦାନ ନିମନ୍ତେ ଉଭୟ ଦେଶ ମଧ୍ୟରେ ଅଧିକାରୀ ଓ କର୍ମଚାରୀମାନଙ୍କ ଆଦାନପ୍ରଦାନ ହେବ ।

ବିଶ୍ବ ପରିବେଶ ଦିବସ: ମଣିଷ ପାଇଁ ଅଭିଷାପ ପାଲଟିଛି ପ୍ରକୃତି ଆଖିର ଲୁହ

ବୃକ୍ଷମିତ୍ର ଅଭିଯାନ ଆରମ୍ଭ, ଲାଗିବ 3.4 ଲକ୍ଷ ଗଛ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments