1. କୃଷି ଖବର

ହାତୀ ଉପଦ୍ରବ ବୃଦ୍ଧି ପାଉଛି, ଚାଷୀଙ୍କ ଧାନ ନଷ୍ଟ !!

ଚଳିତ ବର୍ଷର ସ୍ୱଳ୍ପ ବର୍ଷାରେ ଚାଷୀମାନେ ଧାନ ଫସଲ କରିଛନ୍ତି l ଏବେ ସେଗୁଡ଼ିକ ଉପରେ ଜଙ୍ଗଲୀ ହାତୀମାନଙ୍କର ଆଖି ପଡ଼ିଛି l ବାଙ୍ଗିରିପୋଷି ରେଞ୍ଜର ବିଭିନ୍ନ ଅଞ୍ଚଳରେ ଦଳବଦ୍ଧ ହୋଇ ହାତୀଗୁଡ଼ିକ ଫସଲ ଖାଇବା ସହିତ ଦଳି କୁଦି ଧାନ ଫସଲ ନଷ୍ଟ କରୁଛନ୍ତି l

Sugyan Kumar Nayak
Sugyan Kumar Nayak
Elephant

Elephant

ଚଳିତ ବର୍ଷର ସ୍ୱଳ୍ପ ବର୍ଷାରେ ଚାଷୀମାନେ ଧାନ ଫସଲ କରିଛନ୍ତି l ଏବେ ସେଗୁଡ଼ିକ ଉପରେ ଜଙ୍ଗଲୀ ହାତୀମାନଙ୍କର ଆଖି ପଡ଼ିଛି l ବାଙ୍ଗିରିପୋଷି ରେଞ୍ଜର ବିଭିନ୍ନ ଅଞ୍ଚଳରେ ଦଳବଦ୍ଧ ହୋଇ ହାତୀଗୁଡ଼ିକ ଫସଲ ଖାଇବା ସହିତ ଦଳି କୁଦି ଧାନ ଫସଲ ନଷ୍ଟ କରୁଛନ୍ତି l ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ନିଶ୍ଚିନ୍ତା ପଞ୍ଚାୟତର ବାସ୍କିତଳା ଓ ନାଫ୍ରି ପଞ୍ଚାୟତର ଟୁଲିଆପାହାଡ, ଶ୍ୟାମ ସୁନ୍ଦରପୁର ପଞ୍ଚାୟତର ଚାଉଳଘେରୀ ଅଞ୍ଚଳର ଚାଷୀଙ୍କ ଧାନ କ୍ଷେତରେ ହାତୀପଲ ଉପଦ୍ରବ ଆରମ୍ଭ କରିଛନ୍ତି। ସବୁ ବର୍ଷ ପରି ଚଳିତ ବର୍ଷ ୧୫ଟି ହାତୀ ବାଙ୍ଗିରିପୋଷି ରେଞ୍ଜ ଅଞ୍ଚଳରେ ପ୍ରବେଶ କରିଛନ୍ତି।

ଏ ସମ୍ପର୍କରେ ସ୍ଥାନୀୟ ଲୋକମାନେ ବନବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ଆଖିଦୃଶିଆ ପଦକ୍ଷେପ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନାହିଁ l ହାତୀଙ୍କୁ ରୋକିବା ପାଇଁ ବନବିଭାଗ ତରଫରୁ ଲକ୍ଷ ଲକ୍ଷ ଟଙ୍କାର ବ୍ୟାପକ ଟ୍ରେଞ୍ଚ ଖୋଳା ଯାଇଥିଲେ ମଧ୍ୟ ହାତୀ ରୋକିବାରେ ବନବିଭାଗ ବିଫଳ ହୋଇଛି। ନିଶ୍ଚିନ୍ତା ପଞ୍ଚାୟତର ଦୋମୁହାଁଣୀ ଠାରେ ଆଠଟି ହାତୀ ଥିବା ବେଳେ ନାଫ୍ରି ପଞ୍ଚାୟତର ପାହାଡ଼ରେ ସାତଟି ହାତୀ ଅଛନ୍ତି। ହାତୀ ପ୍ରତି ସତର୍କ ଦୃଷ୍ଟି ଦିଆଯାଉଛି ବୋଲି ରେଞ୍ଜର ଅଜୟ ଦାସ କହିଛନ୍ତି। ହାତୀ ନଷ୍ଟ କରୁଥିବା ଧାନ କ୍ଷେତର ଫଟୋ ସହିତ ଲିଖିତ ଅଭିଯୋଗ ରେଞ୍ଜ ଅଫିସରେ କରିବା ପାଇଁ କୁହାଯାଇଛି। ଧାନ ନ ହେଉଣୁ ହାତୀ ଚାଷ ଜମି ନଷ୍ଟ କରୁଥିବାରୁ ଚାଷୀ ଚିନ୍ତା ବ୍ୟକ୍ତ କରିଛନ୍ତି। ଜନବସତି ଆଡ଼କୁ ହାତୀ ଯେପରି ନ ଯିବେ ସେଥି ପାଇଁ ବନବିଭାଗର ଦୁଇଟି ଟିମ୍ ଜଗି ରହିଛି।

ଅନ୍ୟ ଏକ ଖବରରୁ ଜଣାଯାଇଛି ଯେ, ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବନଖଣ୍ତରେ କିଛି ଦିନ ହେଲା ହାତୀପଲ ବ୍ୟାପକ ଧାନ ଫସଲ ନଷ୍ଟ କରୁଥିବା ଦେଖାଯାଇଛି। ଚାଷୀଙ୍କ ସହିତ ବନବିଭାଗ ହାତୀପଲକୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ ହେଁ ହାତୀପଲ ଧାନ ଫସଲ ଦଳିଚକଟି ନଷ୍ଟ କରୁଛନ୍ତି l ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଏବେ ଚିନ୍ତାରେ। ସନ୍ଧ୍ୟା ହେଲେ ହାତୀପଲ ରେଢ଼ାଖୋଲ ରେଞ୍ଜ ଅନ୍ତର୍ଗତ ହେମାମୁରା ଗ୍ରାମରେ ଧାନକିଆରିରେ ପଶି ନଷ୍ଟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି l ଦିନ ବେଳେ ହାତୀପଲ ପାଖ ଜଙ୍ଗଲରେ ରହୁଛନ୍ତି। ରାତି ହେଲେ ଧାନ କିଆରିରେ ପଶୁଥିବା ଚାଷୀମାନେ କହିଛନ୍ତି। ହାତୀପଲ ଜଙ୍ଗଲ ପାଖରେ ଥିବା କାଠିଆ ବେହେରା, ଅନ୍ତ ବେହେରା, ଦୁଃଶାସନ ବେହେରା, ରତନ ବେହେରା, ପବିତ୍ର ବେହେରାଙ୍କ ଧାନ ଜମିରେ ପଶି ଫସଲକୁ ମାଡ଼ି ଦଳି ନଷ୍ଟ କରି ଦେଇଛନ୍ତି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ କିଛି ଜମିରେ ଚାଷ ବଞ୍ଚିଥିବା ବେଳେ ଜମି ଉପରେ ବର୍ତ୍ତମାନ ହାତୀପଲଙ୍କ ନଜର ପଡ଼ିଛି। ଫଳରେ ଚାଷୀ ଏବେ ମୁଣ୍ତରେ ହାତ ଦେଇ ବସିଛନ୍ତି। କ୍ଷତିଗ୍ରସ୍ତ ଚାଷୀଙ୍କ କ୍ଷୟକ୍ଷତି ଆକଳନ କରି ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଇଛି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ