1. କୃଷି ଖବର

କୃଷି ଜାଗରଣର କେଯେ ଚଉପାଲରେ ଯୋଗଦେଲେ Mariano Beheran

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ ।

Tanushree Mahapatra
Tanushree Mahapatra
Embassy of Argentina’s Mariano Beheran in kj choupal

Embassy of Argentina’s Mariano Beheran in kj choupal

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ ଅନେକ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କୁ  । 

ସେହିପରି କୃଷି ଜାଗରଣ ସଂସ୍ଥା ପାଇଁ ଆଜି ଏକ ବଡ ଖୁସିର ଦିନ l କାରଣ ଆଜି କୃଷି ଜାଗରଣ କେଯେ ଚଉପାଲରେ ଯୋଗଦେଇଥିଲେ Agricultural Attache Embassy of Argentina ର Mariano Beheran l

କାରଣ କୃଷି ଜାଗରଣ ପରିବାରରେ ଯୋଗ ଦେଇଥିଲେ ବେହେରାନ କୃଷି ବ୍ୟବସାୟର ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏବଂ ଚାଷ ଜଗତରେ ଏକ ଉଚ୍ଚାଭିଳାଷୀ ମନୁଷ୍ୟ  | ଅତୁଳନୀୟ ଯୋଗାଯୋଗ ଏବଂ ଆଭ୍ୟନ୍ତରୀଣ-ବାହ୍ୟ ସମ୍ପର୍କ ଗଢିବା ସହିତ ଦକ୍ଷତା ରହିଛି ତାଙ୍କର କୃଷି ଜନିତ ଅନେକ ପ୍ରକଳ୍ପ ଗୁଡିକ ସହିତ  l  ସେ ଆର୍ଜେଣ୍ଟିନା ମଧ୍ୟରେ ଏବଂ ଅନ୍ୟାନ୍ୟ ବଜାରରେ ଉତ୍ପାଦନକାରୀ କୃଷି ବ୍ୟବସାୟର ଅନେକ ଦିଗରେ ଅଭିଜ୍ଞତା ରଖିଛନ୍ତି  | ପାରମ୍ପାରିକ କ୍ରପ୍ ବ୍ୟବସାୟ, ଗାଈଙ୍କ ଜେନେଟିକ୍ସ ପ୍ରଜନନ ଏବଂ ଦୁଗ୍ଧ ଶିଳ୍ପ ପରି ଚାଷ ସହିତ ତାଙ୍କର ଅନେକ ବ୍ୟବସାୟିକ କାର୍ଯ୍ୟକଳାପରେ ତାଙ୍କର ଏକ ଦୃଢ ଅଭିଜ୍ଞତା ରହିଛି | କେବଳ ଏତିକି ନୁହେଁ ତାଙ୍କ ସହିତ କୃଷି ବିଶେଷଜ୍ଞ କମଲେଶ ମିଶ୍ର ମଧ୍ୟ ନିଜ ଯୋଗଦାନ ଦେଇଥିଲେ ଏହି ବିଶେଷ ମହୂର୍ତ୍ତ ସହିତ l

ତେବେ କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏମ୍ସି ଡୋମିନିକ ତାଙ୍କ ସ୍ୱାଗତ ଭାଷଣ ଦ୍ୱାରା ବେହେରାନଙ୍କୁ ସ୍ୱାଗତ ଜଣାଇଥିଲେ l ସଂସ୍ଥା ପୁଷ୍ପ ଗଛ ପ୍ରଦାନ କରି ଦୁଇ ଅତିଥିଙ୍କୁ ସମ୍ମାନ ପ୍ରଦାନ କରିଥିଲେ l ତେବେ ବେହେରାନ କୃଷି ଜାଗରଣ ସଂସ୍ଥାର ସମ୍ପାଦକଙ୍କୁ ଆର୍ଜେଣ୍ଟିନା ରେ ପ୍ରସିଦ୍ଧ ଥିବା ଫୁଟବଲ ଖେଳାଳି ମେସିଙ୍କ ନା ଲେଖା ହୋଇଥିବା ଜର୍ସି ପ୍ରଦାନ କରିଥିଲେ l ବେହେରାନ ନିଜ କୃଷି ଜଗତର ଅଭିଜ୍ଞତା ବାଣ୍ଟିବା ସହିତ କୃଷି ଜାଗରଣର କାର୍ଯ୍ୟକୁ ପ୍ରଶଂସା  କରିଥିଲେ l ସେ ପୂର୍ବରୁ ଥରେ କୃଷି ଜାଗରଣକୁ ଆସିଥିବା କହିଥିଲେ  l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments