News

ବହୁତ ଦିନଧରି ଇନଆକ୍ଟିଭ ହୋଇ ରହିଲେ ବୁଡିଯିବ PF ଆକାଉଣ୍ଟରେ ଥିବା ଟଙ୍କା, ଜାଣନ୍ତୁ...

ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ PF ଆକାଉଣ୍ଟ ହଠାତ୍ କାହିଁକି ବନ୍ଦ ହୋଇଯାଏ ଓ ଆକାଉଣ୍ଟରେ ଜମାଥିବା ଜମାରାଶିକୁ କଣ କରାଯାଏ ।

26 February, 2022 3:57 PM IST By: Sudesna Nayak

ଯଦି ଆପଣମାନେ କେଉଁଠି ଚାକିରୀ କରିଛନ୍ତି, ତାହେଲେ ଆପଣଙ୍କର PF ଆକାଉଣ୍ଟ ନିଶ୍ଚୟ ଥିବ । ପ୍ରତି ମାସରେ ଏଥିରେ PF ପଇସା ଜମା ବି ହେଉଥିବ । କିନ୍ତୁ ଥରେ ଭାବନ୍ତୁ କୌଣସି କାରଣରୁ ଏହି ଆକାଉଣ୍ଟ ଯଦି ବନ୍ଦ ହୋଇଯାଏ ତାହେଲେ ଖାତାଧାରକଙ୍କୁ ବହୁତ ସମସ୍ୟା ଉଠାଇବାକୁ ପଡିପାରେ । 

କର୍ମଚାରୀଙ୍କୁ ବହୁତ ହଇରାଣ ହେବାକୁ ପଡ଼ିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ PF ଆକାଉଣ୍ଟ ହଠାତ୍ କାହିଁକି ବନ୍ଦ ହୋଇଯାଏ ଓ ଆକାଉଣ୍ଟରେ ଜମାଥିବା ଜମାରାଶିକୁ କଣ କରାଯାଏ ।

କମ୍ପାନୀ ବଦଳେଇବା ପରେ ଆକାଉଣ୍ଟ ସ୍ଥାନାନ୍ତରଣ କରିବା ନିହାତି ଆବଶ୍ୟକ

ସୂଚନା ଅନୁଯାୟୀ, ଆପଣମାନଙ୍କୁ ଜଣାଇବାକୁ ଚାହିଁବୁ ଯେ ଚାକିରୀ ବଦଳେଇବା ପରେ କର୍ମଚାରୀ PF ଆକାଉଣ୍ଟକୁ ପୁରୁଣା କମ୍ପାନୀରୁ ନୂଆ କମ୍ପାନୀକୁ ସ୍ଥାନାନ୍ତରଣ କରିବା ଆବଶ୍ୟକ । ଯଦି କର୍ମଚାରୀ ନିଜ ଆକାଉଣ୍ଟ ସ୍ଥାନାନ୍ତରଣ କରିନଥାନ୍ତି ଓ ପୁରୁଣା କମ୍ପାନୀ ବନ୍ଦହେଇଯାଏ ତେବେ ଆପଣଙ୍କ PF ଆକାଉଣ୍ଟ ବି ବନ୍ଦ ହୋଇଯାଏ । ଦୀର୍ଘ ୩୬ ମାସ ଧରି ଆପଣଙ୍କ EPFO ଆକାଉଣ୍ଟକୁ କୌଣସି ପଇସା ଯିବା ଆସିବା କରିନଥାଏ ତେବେ ଆପଣଙ୍କ ଆକାଉଣ୍ଟ ବନ୍ଦ ହେଇଯିବାର ସମ୍ଭାବନା ରହିଥାଏ । ଏହି ସମୟରେ ଆପଣଙ୍କ ଆକାଉଣ୍ଟକୁ ‘ଇନ୍ଅପରେଟିଭ’କ୍ୟାଟୋଗରୀରେ ପକାଇ ଦିଆଯାଏ ।

ଏହି ସବୁ କାରଣରୁ ଆକାଉଣ୍ଟ ବନ୍ଦ ହୁଏ,ଜାଣନ୍ତୁ...

-ଖାତା ଧାରକ ଯଦି ବିଦେଶରେ ରୁହନ୍ତି ତେବେ ତାଙ୍କ PF ଆକାଉଣ୍ଟକୁ ହିଁ ଇନ୍ଆକ୍ଟିଭ କରିଦିଆଯାଏ ।

-ଯଦି PF ଧାରଙ୍କର କୌଣସି କାରଣରୁ ମୃତ୍ୟୁ ହେଇଯାଏ ତେବେ ତାଙ୍କ PF ଆକାଉଣ୍ଟକୁ ଇନଆକ୍ଟିଭ କରିଦିଆଯାଏ ।

-ଯେତେବେଳେ କର୍ମଚାରୀମାନେ ନିଜର ରିଟାୟରମେଣ୍ଟ ଟଙ୍କା ଉଠାଇ ନିଅନ୍ତି ସେତେବେଳେ ତାଙ୍କ PF ଆକାଉଣ୍ଟକୁ ହିଁ ଇନଅପରେଟିଭ କରିଦିଆଯାଏ ।

ଇନ୍ଆକ୍ଟିଭ ଆକାଉଣ୍ଟରେ ଜମାଥିବା ଟଙ୍କାକୁ କଣ କରାଯାଏ,ଜାଣନ୍ତୁ...

-ଇନ୍ଆକ୍ଟିଭ ହେବାପରେ ଆକାଉଣ୍ଟରେ ଜମାଥିବା ଟଙ୍କାକୁ ଆପଣ ସୁଧ ହିସାବରେ ପାଇପାରିବେ । ଏହିଟଙ୍କାକୁ ଆପଣ ଉଠାଇ ନେଇବି ପାରିବେ ।

-ଆଗରୁ ଏହି ଆକାଉଣ୍ଟରୁ ସୁଧ ମିଳୁନଥିଲା କିନ୍ତୁ 2016 ରେ ଏହି ନିୟମକୁ ସଂଶୋଧନ କରାଯାଇଛି ଓ ସୁଧ ଦେବା ପକି୍ରୟା ଆରମ୍ଭ କରାଯାଇଛି ।

-କର୍ମଚାରୀମାନଙ୍କୁ ୫୮ବର୍ଷ ବୟସ ହେବା ଯାଏଁ ହିଁ PF ଆକାଉଣ୍ଟରୁ ସୁଧ ମିଳି ପାରିବ ।

-ଯଦି ଆକାଉଣ୍ଟ ୭ବର୍ଷ ପର୍ଯ୍ୟନ୍ତ ନିଷ୍କ୍ରିୟ ହେଇକି ରୁହେ, ତାହେଲେ ଯେତେ ବାଲାନ୍ସ କ୍ଲେମ କରିନଥିବେ ସେତିକି ବାଲାନ୍ସ ସିନିୟର ସିଟିଜେନ ଓ୍ବେଲଫେୟାର ଫଣ୍ଡକୁ ଟ୍ରାନ୍ସଫର କରିଦିଆଯାଏ ।

-ବରିଷ୍ଠ ନାଗରିକ କଲ୍ୟାଣ ପାଣ୍ଠିରେ ଏହି ଟଙ୍କା ୨୫ବର୍ଷ ରହିଥାଏ । ଏହି ସମୟ ଭିତରେ ଆପଣ ଏହି ଟଙ୍କାର ଦାବି କରିପାରିବେ। ଏହି ପାଣ୍ଠି ଉପରେ ସରକାର ସୁଧ ମଧ୍ୟ ଦିଅନ୍ତି ।

ବନ୍ଦ ହୋଇଥିବା ଆକାଉଣ୍ଟକୁ କିପରି ଆକ୍ଟିଭ କରିବେ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, PF ଆକାଉଣ୍ଟକୁ ଦ୍ୱିତୀୟ ଥର ଆକ୍ଟିଭ କରିବା ପାଇଁ ଆପଣଙ୍କୁ କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ଏକ ଦରଖାସ୍ତ ଦେବାକୁ ପଡିବ । ଖାସ୍ କଥା ହେଲା ଆକାଉଣ୍ଟ ନିଷ୍କ୍ରିୟ ହେବା ପରେ ଏଥିରେ ଥିବା ଟଙ୍କା ଉପରେ ସୁଧ ମିଳିପାରିବ । ଯାହା ଦ୍ୱାରା ଆପଣଙ୍କ ଟଙ୍କା ବୁଡିବ ନାହିଁ ଆପଣଙ୍କୁ ଟଙ୍କା ପୁଣିଥରେ ମିଳିଯିବ ।

PF New Rules:ଏପ୍ରିଲ 1ରୁ PF ଆକାଉଣ୍ଟ ଉପରେ ଲାଗୁ ହେବ Tax,ଜାଣନ୍ତୁ...

ଯଦି ଟଙ୍କାର ଆବଶ୍ୟକତା ରହିଛି, ତେବେ କୌଣସି ଡକ୍ୟୁମେଣ୍ଟ ବିନା PF ଆକାଉଣ୍ଟରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)