1. କୃଷି ଖବର

ଯଦି ଟଙ୍କାର ଆବଶ୍ୟକତା ରହିଛି, ତେବେ କୌଣସି ଡକ୍ୟୁମେଣ୍ଟ ବିନା PF ଆକାଉଣ୍ଟରୁ ଉଠାଇ ପାରିବେ ୧ ଲକ୍ଷ ଟଙ୍କା, ଜାଣନ୍ତୁ କେମିତି...

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ନିଜର ଗ୍ରାହକମାନଙ୍କ ପାଇଁ ଏକ ବଡ଼ ସୁବିଧା ଆରମ୍ଭ କରିଛି । ଏହା ଅଧୀନରେ ଯେକୌଣସି ସଦସ୍ୟ ଆବଶ୍ୟକତା ସମୟରେ କୌଣସି ଡକ୍ୟୁମେଣ୍ଟ ଦାଖଲ ନକରି ନିଜ PF ଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ (PF Withdrawal) ।

Sudesna Nayak
Sudesna Nayak
epfo pf account holder pf withdrawal medical advance claim

epfo pf account holder pf withdrawal medical advance claim

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଇପିଏଫ୍ଓ (EPFO)ନିଜର ଗ୍ରାହକମାନଙ୍କ ପାଇଁ ଏକ ବଡ଼ ସୁବିଧା ଆରମ୍ଭ କରିଛି । ଏହା ଅଧୀନରେ ଯେକୌଣସି ସଦସ୍ୟ ଆବଶ୍ୟକତା ସମୟରେ କୌଣସି ଡକ୍ୟୁମେଣ୍ଟ ଦାଖଲ ନକରି ନିଜ PFଆକାଉଣ୍ଟରୁ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ (PF Withdrawal) ।

ସୂଚନା ଅନୁୟାୟୀ, ମେଡିକାଲ୍ ଆଡଭାନ୍ସ କ୍ଲେମ୍ (Medical Advance Claim) ଅନୁଯାୟୀ ଦରମା ପ୍ରାପ୍ତ ଲୋକଙ୍କୁ ଇପିଏଫ୍ଓ (EPFO)ଏହି ସୁବିଧା ଯୋଗାଉଛି । ଇପିଏଫ୍ଓ (EPFO)ଏକ କାର୍ଯ୍ୟାଳୟ ସ୍ମାରକପତ୍ର ପ୍ରଦାନ ଜାରି ଏହି ସୂଚନା ଦେଇଛି ।

ଇପିଏଫଓ (EPFO)କହିଛି ଯେ, ଯଦି ମାରାତ୍ମକ ରୋଗ ଥିବା ରୋଗୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇବା ପାଇଁ ହିଁ ତତ୍କାଳ ୧ ଲକ୍ଷ ଟଙ୍କାର ଜରୁରୀ ଆବଶ୍ୟକତା ଥାଏ, ତେବେ PFଆକାଉଣ୍ଟଧାରୀ (PF Account Holder)ଏହି ସୁବିଧାର ସୁଯୋଗ ହିଁ ନେଇପାରିବେ ।

ଆବେଦନ କରିବାର ପରଦିନ ଆପଣଙ୍କୁ ମିଳିଯିବ ଟଙ୍କା,ଜାଣନ୍ତୁ...

ମେଡିକାଲ୍ ଆଡଭାନ୍ସ କ୍ଲେମ୍ (Medical Advance Claim)କରୁଥିବା କର୍ମଚାରୀଙ୍କୁ ସରକାରୀ / ପବ୍ଲିକ୍ ସେକ୍ଟର ୟୁନିଟ୍ / CGHS ଏମ୍ପାନେଲେଡ୍ ହସ୍ପିଟାଲରେ ଭର୍ତ୍ତି କରାଯିବା ହିଁ ଆବଶ୍ୟକ । ଯଦି ଜରୁରୀକାଳୀନ ପରିସ୍ଥିତିରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛ, ତେବେ ଏ ସମ୍ପର୍କରେ ତଦନ୍ତ କରାଯିବ । ଏହା ପରେ ହିଁ ଆପଣ ମେଡିକାଲ୍ ଆଡଭାନ୍ସ କ୍ଲେମ୍ (Medical Advance Claim)ପାଇଁ ଆବେଦନ ପୂରଣ କରିପାରିବେ । ଏହି ସୁବିଧା ଅଧୀନରେ ଆପଣ କେବଳ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅଗ୍ରୀମ ପ୍ରତ୍ୟାହାର କରିପାରିବେ ।

ଯଦି ଆପଣ କାର୍ଯ୍ୟ ଦିବସରେ ଆବେଦନ କରୁଛନ୍ତି ତେବେ ପରଦିନ ଆପଣମାନଙ୍କ ଟଙ୍କା ଆକାଉଣ୍ଟକୁ ହିଁ ଟ୍ରାନ୍ସଫର ହେବ । ଏହି ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ କିମ୍ବା ସିଧାସଳଖ ଡାକ୍ତରଖାନାକୁ ଟ୍ରାନ୍ସଫର କରାଯାଇପାରେ ।

ଟଙ୍କା କିପରି ଉଠାଇବେ,ଜାଣନ୍ତୁ...

ଡାକ୍ତରଖାନାରୁ ଡିସଚାର୍ଜ ହେବାର ୪୫ ଦିନ ମଧ୍ୟରେ ହିଁ ମେଡିକାଲ ସ୍ଲିପ ଦାଖଲ କରିବାକୁ ପଡିବ । ଆପଣଙ୍କୁ ଅନ୍ତିମ ବିଲର ଆଡଭାନ୍ସ ରାଶି ସହ ଆଡଜଷ୍ଟ କରିଦିଆଯାଇଥାଏ ।

ଚାଲନ୍ତୁ ବୁଝିବା ଆପଣ କିପରି ଟଙ୍କା ଉଠାଇ ପାରିବେ,ଜାଣନ୍ତୁ...

-ଆପଣମାନଙ୍କୁ ହିଁ ଏହାର ଅଫିସିଆଲ୍ ୱେବସାଇଟ୍ www.epfindia.gov.in ରେ ଆପଣ ଅନଲାଇନରେ ହିଁ ଆଡଭାନ୍ସ କ୍ଲେମ୍ ନେଇପାରିବେ ।

-unifiedportalmem.epfindia.gov.in ରୁ ଆଡଭାନ୍ସ କ୍ଲେମ୍ ମଧ୍ୟ କରାଯାଇପାରିବ ।

-ଏଠାରେ ଆପଣମାନଙ୍କୁ ଅନଲାଇନ୍ ସେବା ଉପରେ ହିଁ କ୍ଲିକ୍ କରିବାକୁ ପଡିବ ।

ବେକାରୀଙ୍କୁ ସୁଯୋଗ ଦେଉଛି EPFO;ଶୀଘ୍ର କରନ୍ତୁ ରେଜିଷ୍ଟ୍ରସନ, ମିଳିବ ଜବରଦସ୍ତ ଲାଭ

Budget 2022: EPFO ଉପରେ ମିଳିବ ୫ ଲକ୍ଷ ରିହାତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments