1. କୃଷି ଖବର

Budget 2022: EPFO ଉପରେ ମିଳିବ ୫ ଲକ୍ଷ ରିହାତି

ଚାକିରିଆଙ୍କ ପାଇଁ ଖୁସି ଖବର । ଇପିଏଫ ଜମା ଉପରେ ମିଳିବାକୁ ଯାଉଛି ବଡ ରିହାତି । ୫ ଲକ୍ଷ ଟଙ୍କା ଯାଏଁ ଇପିଏଫ୍ ଜମା ଉପରେ ଆୟକର ରିହାତି ପ୍ରଦାନ କରାଯିବ ।

Sudesna Nayak
Sudesna Nayak
nirmala sitharaman might announce epf tax free in budget

nirmala sitharaman might announce epf tax free in budget

ଚାକିରିଆଙ୍କ ପାଇଁ ଖୁସି ଖବର (Good news)। ଇପିଏଫ ଜମା ଉପରେ ମିଳିବାକୁ ଯାଉଛି ବଡ ରିହାତି । ୫ ଲକ୍ଷ ଟଙ୍କା ଯାଏଁ ଇପିଏଫ୍ ଜମା ଉପରେ ଆୟକର ରିହାତି ପ୍ରଦାନ କରାଯିବ । ପୂର୍ବରୁ ସରକାରୀ ଚାକିରିଆମାନଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଥିବା ବେଳେ ସାଧାରଣ କର୍ମଚାରୀମାନଙ୍କୁ ଏହି ସୁବିଧା ମିଳୁନଥିଲା ।

ସୂଚନା ଅନୁଯାୟୀ, ବର୍ତ୍ତମାନ ସାଧାରଣ ଚାକିରିଆମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବାର ସମ୍ଭାବନା ରହିଛି । ବଜେଟ୍ ସେସନ (Budget Session) ରେ ସରକାର ଏହି ବିଲ ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାପଡିଛି ।

ପୂର୍ବରୁ ଅଢେଇ ଲକ୍ଷର ଜମା ଉପରେ କୌଣସି ଟିକସ ଦେବାକୁ ପଡୁନଥିଲା । ଅଢେଇ ଲକ୍ଷରୁ ଅଧିକ ଜମା ଉପରେ ଆୟକର ଟିକସ ଦେବାକୁ ପଡୁଥିଲା । ତେବେ ସରକାରୀ ଚାକିରିଆମାନଙ୍କ ପାଇଁ ଏହି ଜମା ୫ ଲକ୍ଷ ରଖାଯାଇଥିଲା । ତେବେ ଏହି ନିୟମକୁ ପରିବର୍ତ୍ତନ କରାଯିବା ସହିତ ଆଗାମୀ ଦିନରେ ସାଧାରଣ ଚାକିରିଆଙ୍କୁ ମଧ୍ୟ ୫ ଲକ୍ଷ ବ୍ରାକେଟରେ ସାମିଲ କରାଯିବାର ସମ୍ଭାବନା ରହିଛି ।

ପୂର୍ବରୁ କେବଳ ଅଧିକ ଦରମା ହାସଲ କରୁଥିବା ସରକାରୀ କର୍ମଚାରୀମାନେ ଏହି ଯୋଜନାର ଫାଇଦା ଉଠାଉଥିଲା । ତେବେ ସରକାରଙ୍କ ଏହି ଯୋଜନା ଦ୍ୱାରା ସାଧାରଣ ଚାକିରିଆମାନେ ମଧ୍ୟ ସାମିଲ ହୋଇ ପାରିବେ ।

ପ୍ରକାଶ ଥାଉ ଯେ, ବିଗତ ବର୍ଷେ ତଳେ ସରକାର ପିଏଫ୍ ନିୟମରେ ପରିବର୍ତ୍ତନ କରିଥିଲେ । ପୂର୍ବରୁ ୨.୫ ଲକ୍ଷ ଆୟକୁ ଆୟକର ପରିସୀମାରେ ରଖାଯାଇଥିଲା । ତେବେ ଏହି ନିୟମରେ ପରିବର୍ତ୍ତନ କରିବା ସହିତ ଏହାକୁ ୫ ଲକ୍ଷକୁ ବଢାଇ ଦିଆଯାଇଥିଲା ।

ତେବେ ପିଏଫରେ ମିଳୁଥିବା ରିହାତି କେବଳ ସରକାରୀ କର୍ମଚାରୀମାନଙ୍କୁ ଏବଂ ବୟସ୍କ ବ୍ୟକ୍ତିମାନଙ୍କୁ ମିଳୁଥିଲା । ଏହି ନିୟମକୁ ପରିବର୍ତ୍ତନ କରିବା ପାଇଁ ଦାବି କରାଯାଉଥିଲା । ସରକାର ଏହାକୁ ପରିବର୍ତ୍ତନ କରିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିବା କୁହାଯାଉଛି ।

EPFO Alert: ଇ-ନୋମିନେସନ ବିନା ମିଳିବନି କୌଣସି ଫାଇଦା; ଜାଣନ୍ତୁ ଏହାର ନିୟମ...

ଏବେ PF ଆକାଉଣ୍ଟରୁ ୧ ଘଣ୍ଟାରେ ଉଠିପାରିବ ଟଙ୍କା, Apply କରିବାର ସୁବିଧା ଜାଣନ୍ତୁ ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments